ଆପଣ ଚାହିଁଲେ କୌଣସି ବି ପେଟ୍ରୋଲ ପମ୍ପର ରଦ୍ଦ କରିପାରିବେ ଲାଇସେନ୍ସ । କିପରି ଜାଣନ୍ତୁ

41

ଜନତାଙ୍କୁ ପେଟ୍ରୋଲ ପମ୍ପରେ କିଛି ସୁବିଧା ସଂପୂର୍ଣ୍ଣ ଭାବରେ ମାଗଣାରେ ମିଳିଥାଏ । ଯଦି ଆପଣ ଏହି ମାଗଣା ସୁବିଧାରୁ ବଂଚିତ ହେଉଛନ୍ତି ତେବେ ଆପଣ ଚାହିଁଲେ ଉକ୍ତ ପେଟ୍ରୋଲ ପମ୍ପର ଲାଇସେନ୍ସ ରଦ୍ଦ କରିପାରିବେ । ତେବେ ଏହା କିପରି ସମ୍ଭବ ଆସନ୍ତୁ ଜାଣିବା ।

ଯଦି ଆପଣଙ୍କୁ ଆପଣଙ୍କ ଅଧିକାର ପେଟ୍ରୋଲ ପମ୍ପରେ ନମିଳୁଛି ତେବେ ଆପଣ କେନ୍ଦ୍ରୀୟ ଲୋକ ଅଭିଯୋଗ ପ୍ରକୋଷ୍ଠରେ ଯାଇ ଅଭିଯୋଗ ପତ୍ର ଦାଖଲ କରିପାରିବେ । ଆପଣ ୱେବସାଇଟ୍ http://pgportal.gov.in/ରେ ମଧ୍ୟ ଅଭିଯୋଗ କରିପାରିବେ ।

ଏଠାରେ ଆମେ କହି ରଖୁଛୁ କି, ସାଧାରଣ ଲୋକଙ୍କ ସୁବିଧା ପାଇଁ ରହିଛି ଅନେକ ଅଧିକାର । ସ୍ଵାଧୀନତା ଉପରେ ଆଧାରିତ ହେଉଛି ଅଧିକାର । ମୌଳିକ ଅଧିକାର, ମହିଳାଙ୍କ ପାଇଁ ଅଧିକାର, ଶିକ୍ଷା ସମ୍ମନ୍ଧୀୟ ଅଧିକାର ଓ ଶିଶୁ ମାନଙ୍କ ପାଇଁ ଥାଏ ଅନେକ ଅଧକାର । ଆପଣ ଯେ କୌଣସି ବି ମୁହର୍ତ୍ତରେ ଏହି ଅଧିକାର ଗୁଡ଼ିକର ଲାଭ ଉଠାଇ ପାରିବେ । ତେବେ ଆପଣ ଜାଣନ୍ତି କି ପେଟ୍ରୋଲ ପମ୍ପରେ ବି ସାଧାରଣ ଲୋକଙ୍କୁ ମିଳେ କିଛି ସ୍ୱତନ୍ତ୍ର ଅଧିକାର । ପେଟ୍ରୋଲ ପମ୍ପକୁ ପେଟ୍ରୋଲ ଭରିବା ପାଇଁ ଆପଣ ଯାଉଥିବେ । ତେବେ ପେଟ୍ରୋଲ ପମ୍ପରେ ମଧ୍ୟ ଅଛି କିଛି ଅଧିକାର, ଯାହା ବିଷୟରେ ଅପାଣ ଅଜ୍ଞ ଥିବେ । ଯାହା ସଂପର୍କରେ ଆମେ ନିମ୍ନରେ ବିସ୍ତାର ରୂପେ ଆଲୋଚନା କରିଛୁ ।

ଏବେ ନଜର ପକାନ୍ତୁ ପେଟ୍ରୋଲ ପମ୍ପରେ ଗ୍ରାହକଙ୍କୁ ମିଳୁଥିବା ମାଗଣା ସୁବିଧା

– ପେଟ୍ରୋଲ ପମମ୍ପରେ ଗ୍ରାହକଙ୍କୁ ବିଲ ନେବାର ପୁରା ଅଧିକାର ରହିଛି । କୌଣସି ପେଟ୍ରୋଲ ପମ୍ପ ସଂଚାଳକ ବିଲ ବିଲ ଦେବା ପାଇଁ ମନା କରିପାରିବେ ନାହିଁ ।

– ଗ୍ରାହକଙ୍କୁ ପେଟ୍ରୋଲର ମାନ ଯାଂଚ କରିବାର ପୁରା ଅଧିକାର ରହିଛି । ଗ୍ରାହକ ଚାହିଁଲେ ପେଟ୍ରୋଲର ମାନ ଯାଂଚ କରିପାରିବେ ଆଉ ତାଙ୍କୁ ଏହି ଅଧିକାରରୁ କେହି ବଞ୍ଚିତ କରିପାରିବେ ନାହିଁ ।

– ସମସ୍ତ ପେଟ୍ରୋଲ ପମ୍ପରେ ୱାସରୁମ ବ୍ୟବସ୍ଥା ରହିବା ଜରୁରୀ । ଆଉ ଏହାର କୌଣସି ଚାର୍ଜ ନେବେ ନାହିଁ ।

– ପେଟ୍ରୋଲ ପମ୍ପରେ ମାଗଣାରେ ପ୍ରେଶର ଦେଇପାରିବେ ।

– ସବୁ ପେଟ୍ରୋଲ ପମ୍ପରେ ଫାୟାର ଫାଇଟର ରହିବା ଜରରୁୀ ।

– ଦୁର୍ଘଟଣାରେ ଆଘାତ ବ୍ୟକ୍ତିଙ୍କୁ ପେଟ୍ରୋଲ ପମ୍ପରୁ ଫାଷ୍ଟଏଡ଼୍ ବକ୍ସ ମିଳିପାରିବ ।

– ଗ୍ରାହକଙ୍କୁ ପେଟ୍ରୋଲ ପମ୍ପ ବିରୋଧରେ ଅଭିଯୋଗ କରିବା ପାଇଁ ରେଜିଷ୍ଟର ରହିବା ଜରୁରୀ ।

– ତେଲର ମାନ ଯାଂଚ ପାଇଁ ୫ ଲିଟରର ମାପକ ରହିବା ଜରୁରୀ ।

– ସମସ୍ତ ପେଟ୍ରୋଲ ପମ୍ପରେ ପିଇବା ପାଣି ସୁବିଧା ରହିବା ଜରୁରୀ ।

ତେବେ ଗ୍ରାହକଙ୍କୁ ପେଟ୍ରୋଲ ପମ୍ପରେ ଉପରୋକ୍ତ ସୁବିଧା ନମିଳିଲେ ସେମାନେ ପେଟ୍ରୋଲ ପମ୍ପର ଆସିଷ୍ଟାଂଟ ସେଲସ୍ ମ୍ୟାନେଜର କିମ୍ବା ଡିଭିଜିନାଲ ମ୍ୟାନେଜରରୁଙ୍କ ପାଖରେ ଅଭିଯୋଗ କରିପାରିବେ । ତାଙ୍କର ନମ୍ବର ସମସ୍ତ ପେଟ୍ରୋଲ ପମ୍ପରେ ଲେଖାଥାଏ ।