ପ୍ରତିମାସ ଜମା କରନ୍ତୁ ମାତ୍ର ୨୧୦ ଟଙ୍କା ! ମାସିକ ପେନସନ ଆକାରରେ ମିଳିବ ୫ ହଜାର ଟଙ୍କା

86

୧୮ରୁ ୪୦ ବର୍ଷ ବୟସର କୌଣସି ବି ବ୍ୟକ୍ତି ଅଟଳ ପେନସନ ଯୋଜନାରେ ନିବେଶ କରି ପ୍ରତିମାସ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ପାଇପାରିବେ । ତେବେ ଏହି ପେନସନ ଉକ୍ତ ବ୍ୟକ୍ତିବିଶେଷଙ୍କୁ ୬୦ ବର୍ଷ ବୟସ ପରେ ହିଁ ମିଳିବା ଆରମ୍ଭ ହେବ । ଯଦି ଆପଣ ମଧ୍ୟ ଏହି ଯୋଜନାର ଅନ୍ତର୍ଭୁକ୍ତ ହେବାକୁ ଚାହୁଁଛନ୍ତି ତେବେ ନିମ୍ନରେ ଏସଂପର୍କରେ ବିସ୍ତାର ଭାବରେ ଆଲୋଚନା କରିଛୁ ।

ଅଟଳ ପେନସନ ସ୍କିମ ବିଶେଷ କରି Unorganized sector ର କର୍ମଚାରୀଙ୍କ ପାଇଁ ଆରମ୍ଭ କରାଯାଇଛି । ଏଥିରେ ୧ ହାଜର, ୨ ହଜାର, ୩ ହଜାର, ୪ ହଜାର କିମ୍ବା ୫ ହଜାର ଟଙ୍କାର ଫିକ୍ସ ପେନସନ ପାଇପାରିବେ । ପେନସନ କେତେ ମିଳିବ, ତାହା ଆପଣଙ୍କ ନିବେଶ ଉପରେ ହିଁ ନିର୍ଭର କରିଥାଏ ।ଯଦି ଆପଣ ୧୮ରୁ ୨୦ ବର୍ଷ ବୟସରୁ ହିଁ ନିବେଶ କରିବା ଆରମ୍ଭ କରିଦେଉଛନ୍ତି ତେବେ ଆପଣଙ୍କୁ ବହୁତ ଛୋଟ କିସ୍ତି ପ୍ରତିମାସ ଦେବାକୁ ପଡିବ । ସେହିପରି ୬୦ ବର୍ଷ ବୟସ ହେବା ପରେ ପେନସନର ପୂରା ବେନିଫିଟ୍ ଆପଣଙ୍କୁ ମିଳିବ ।

ଏହି ସ୍କିମରେ ଆପଣ ଯଦି ନିବେଶ କରନ୍ତି ତେବେ ଏଥିରେ ଆପଣ ଟ୍ୟାକ୍ସ ବି ସଂଚୟ କରିପାରିବେ । ଆପଣ ଆୟକର ବିଭାଗର ସେକସନ ୮୦ସିସିଡି (୧ବି) ଆଧାରରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତର ଡିଡକସନ କ୍ଲେମ କରିପାରିବେ । ସେହିପରି ୮୦ସି ଆଧାରରେ ଦେଢ ଲକ୍ଷ ଟଙ୍କାର ଡିଡକସନ କ୍ଲେମ କରାଯାଇହେବ । ଯଦି ସବକ୍ରାଇବରର କୌଣସି କାରଣରୁ ଡେଥ୍ ହୋଇଯାଏ ତେବେ ପେନସନ ତାଙ୍କ ପତ୍ନୀ କିମ୍ବା ପତିଙ୍କୁ ପ୍ରଦାନ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି ।

ଏହି ଯୋଜନାର ଲାଭ

• ଏହି ଯୋଜନା ସରକାରଙ୍କ ତରଫରୁ ଆରମ୍ଭ କରାଯାଇଛି, ଏଥିପାଇଁ ଏହାର ପୂରା ଗ୍ୟାରେଂଟି ରହିଛି ।

• ଏହି ସ୍କିମ ଯୋଜନା ଧାରକଙ୍କର ମୃତ୍ୟୁ ପରେ ବି ଚାଲୁ ରହିଥାଏ । ଡେଥ୍ ପରେ ପରିବାର ଲୋକଙ୍କୁ ଏହି ପେନସନ ମିଳିବ ।

• ଯଦି ଉଭୟ ପତି-ପତ୍ନୀଙ୍କ ମୃତ୍ୟୁ ହୋଇଯାଏ ତେବେ ଏହି ଅର୍ଥରାଶି ନୋମିନଙ୍କୁ ପ୍ରଦାନ କରାଯିବ ।

• ଏଥିରେ ଖାତା ଖୋଲିବାକୁ ଚାହୁଁଥିଲେ ଆପଣ ଜଣେ ଭାରତୀୟ ନାଗରିକ ହୋଇଥିବା ନିହାତି ଜରୁରୀ ଅଟେ । ଏବଂ ବୟସ ୧୮ରୁ ଅଧିକ ହୋଇଥିବା ଦରକାର ।

• ଏଥିପାଇଁ ବ୍ୟାଙ୍କରେ ସେଭିଂ ଆକାଉଂଟ ମଧ୍ୟ ରହିଥିବା ଜରୁରୀ ।

• ଜଣେ ବ୍ୟକ୍ତି ଏହି ଯୋଜନା ଆଧାରରେ କେବଳ ଗୋଟିଏ ହିଁ ଖାତା ଖୋଲି ପାରିବେ ।

• ଏହି ଖାତା ଆପଣ କୌଣସି ବି ସରକାରୀ ବ୍ୟାଙ୍କକୁ ଯାଇ ଖୋଲିପାରିବେ ।

• ଏଥିରେ ପେନସନ ରାଶିକୁ କେବେବି ପରିବର୍ତ୍ତନ କରିପାରିବେ । କ୍ୟାସନର, କିଡନୀ. ହୃଦୟ ଜନିତ କୌଣସି ବି ଗମ୍ଭୀର ବେମାରୀ ରହିଥିଲେ ତେବେ ଏହି ଖାତାକୁ ୬୦ ବର୍ଷ ପୂର୍ବରୁ ବି ବନ୍ଦ କରିପାରିବେ ।

• ଆପଣ ଏଥିରେ ମାସିକ ,ତ୍ରୟମାସିକ କିମ୍ବା ୬ ମାସରେ ଥରେ କିସ୍ତି ଦେଇପାରିବେ ।