ଧମକ ଦେଲା ଏସବିଆଇ ! ଲାଇଫ ସାର୍ଟିଫିକେଟ ଜମା କରିବାକୁ ଖାତାଧାରୀଙ୍କୁ ନିର୍ଦ୍ଦେଶ, ନଚେତ୍ ରୋକି ଦିଆଯିବ ପେନସନ

142

ସାର୍ବଜନୀକ କ୍ଷେତ୍ରର ପ୍ରମୁଖ ବ୍ୟାଙ୍କ ତଥା ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ) ପେନସନଭୋଗୀମାନଙ୍କୁ ଲାଇଫ ସାର୍ଟିଫିକେଟ୍ (ଜୀବନ ପ୍ରମାଣ ପତ୍ର) ଜମା କରିବାକୁ କଡା ନିର୍ଦ୍ଦେଶ ଦେଇଛି । ଚଳିତମାସ ଶେଷ ସୁଦ୍ଧା ନିଜର ଲାଇଫ ସାର୍ଟିଫିକେଟ୍ ବ୍ୟାଙ୍କରେ ଜମା କରିବା ବାଧ୍ୟତାମୂଳକ ବୋଲି ବ୍ୟାଙ୍କ ନିଜର ସମସ୍ତ ପେନସନ ଖାତାଧାରୀଙ୍କୁ ଚେତାବନୀ ଦେଇଛି । ଯଦି କୌଣସି ଗ୍ରାହକ ଏହି ନିୟମକୁ ପାଳନ କରନ୍ତି ତେବେ ତାଙ୍କର ପେନସନକୁ ରୋକି ଦିଆଯିବ । ତେବେ ଏହି ନିର୍ଦ୍ଦେଶ ଷ୍ଟେଟ୍ ବ୍ୟାଙ୍କ ନିଜ ଅଫିସିଆଲ ଟୁଇଟର ମାଧ୍ୟମରେ ସୂଚିତ କରିଛି ।

ବ୍ୟାଙ୍କ ସ୍ପଷ୍ଟ କରିଛି କି, ଉପଭୋକ୍ତାମାନେ ତୁରନ୍ତ ସେମାନଙ୍କର ଲାଇଫ ସାର୍ଟିଫିକେଟ୍ ବ୍ୟାଙ୍କରେ ଜମା କରାନ୍ତୁ ନଚେତ୍ ୩୦ ନଭେମ୍ବର ପରେ ସେମାନଙ୍କର ପେନସନ ପେମେଂଟକୁ ରୋକି ଦିଆଯିବ । ନିୟମ ଅନୁସାରେ, ନଭେମ୍ବର ମାସରେ ସମସ୍ତ ପେନସନର୍ସଙ୍କ ପାଇଁ ଲାଇଫ ସାର୍ଟିଫିକେଟ୍ ଜମା କରିବା ବାଧ୍ୟତାମୂଳକ କରାଯାଇଛି । ତେବେ ଏହି ନିୟମ କେବଳ ଷ୍ଟେଟ୍ ବ୍ୟାଙ୍କର ପେନସନ ଖାତାଧାରୀଙ୍କ ପାଇଁ ନୁହେଁ, ବରଂ ଅନ୍ୟ ବ୍ୟାଙ୍କର ପେନସନ ଖାତାଧାରୀମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ । ସେହିପରି ଯଦି ଆପଣଙ୍କର ପେନସନ ଖାତା ଅନ୍ୟ କୌଣସି ବ୍ୟାଙ୍କରେ ରହିଛି ତେବେ ବି ନଭେମ୍ବର ସୁଦ୍ଧା ନିଜର ଲାଇଫ ସାର୍ଟିଫିକେଟ୍ ଜମା କରିବାକୁ ପଡିବ । ଆପଣ ଜାଣି ଚକିତ ହେବେ କି, ସାରା ଦେଶରେ ଥିବା ବ୍ୟାଙ୍କମାନଙ୍କ ମଧ୍ୟରୁ କେବଳ ଷ୍ଟେଟ ବ୍ୟାଙ୍କରେ ରହିଛି ସବୁଠାରୁ ଅଧିକ ପେନସନ ଖାତା ।

ଏଠାରେ ଆମେ କହି ରଖୁଛୁ କି, ନିକଟରେ ଏସବିଆଇ ଗ୍ରାହକମାନଙ୍କୁ ୩୧ ଡିସେମ୍ବର ସୁଦ୍ଧା ନିଜର ଖାତାକୁ ଆଧାର ସହ ଲିଙ୍କ କରିବାକୁ କହିଛି । ଯଦି କୌଣସି ଗ୍ରାହକ ଏଭଳି ନକରନ୍ତି ତେବେ ତାଙ୍କର ଖାତାକୁ ଅବୈଧ ତଥା ନିଷ୍କ୍ରିୟ କରିଦିଆଯିବ ବୋଲି ବ୍ୟାଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ।