ହୋଟେଲ ମାଲିକଙ୍କ କଟକଣା: ଯେତିକି ଖାଇବେ ସେତିକି ମାଗନ୍ତୁ, ନଚେତ୍ ଖାଇବା ଛାଡିଲେ ଦେବାକୁ ପଡିବ ଜରିମାନା

860

ଅଧିକାଂଶ ସମୟରେ ଦେଖାଯାଇଥାଏ କି,  ବ୍ୟବସାୟ କରୁଥିବା ଲୋକେ ନିଜ ବ୍ୟାପାର ବଢାଇବା ପାଇଁ ନାନା ପ୍ରକାରର ଫଣ୍ଡା ସବୁ ଆପଣେଇ ଥାନ୍ତି ।  ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ  ଅନେକ ଅଫର ବି ଦେଖାଇଥାନ୍ତି । ହେଲେ ଆଜି ଆମେ ଆପଣ ଏଭଳି ଜଣେ ବ୍ୟବସାୟୀଙ୍କ ବିଷୟରେ କହିବୁ , ଯାହାଙ୍କ ପାଇଁ ତାଙ୍କ ନୀତି ହିଁ ସବୁଠାରୁ ଶୀର୍ଷରେ ।

ତେବେ ହୋଟେଲ ମାଲିକଙ୍କ ଏହି ନୀତି ତଥା ପ୍ରିନ୍ସପୁଲ  ଅନ୍ନ ଦେବତାଙ୍କ ପାଇଁ ରଖାଯାଇଛି । ଦିଲ୍ଲୀର ଏକ ଷ୍ଟେସନ ନିକଟରେ ଥିବା ଗଜାନନ୍ଦ ଭୋଜନାଳୟର ମାଲିକ ହରିଶ ଧର୍ମାବତଙ୍କ ସଂପର୍କରେ । ପାଖାପାଖି  ୩୫ ବର୍ଷ ପୂର୍ବରୁ  ହରିଶ ନିଜ ବଡ ଭାଇ ଦେବୀଲାଲ ଧର୍ମାବତଙ୍କ ସହିତ ମିଶି ଏହି ଷ୍ଟେସନ ରୋଡର ଏକ ଗଳି ଭିତରେ ଶୁଦ୍ଧ ଶାକାହାରୀ ଭୋଜନାଳୟ ଚାଲୁ କରିଥିଲେ । ତାଙ୍କ ବଡ ଭାଇ ତ ଏବେ ଦୁନିଆରେ ନାହାଁନ୍ତି,  ହେଲେ ତାଙ୍କର ବଡ ପୁଅ ଦିନେଶ ଧର୍ମାବତ ଅର୍ଥାତ୍ ଭଣଜା ସହିତ ମିଶି ହରିଶ ଭୋଜନାଳୟ ଚଳାଉଛନ୍ତି ।

ଏହି ହୋଟେଲର ନୀତି ହେଲା,  ଆପଣ ଯେତିକି ଖାଇବେ ସେତିକି ହିଁ ମାଗନ୍ତୁ ବା ଅର୍ଡର କରନ୍ତୁ, ନଚେତ ଥାଳିରେ ଖାଦ୍ୟ ଛାଡିବା ଦ୍ୱାରା ଆପଣଙ୍କୁ ଜରିମାନା ରୂପରେ ୧୦ ଟଙ୍କା ଅଧିକ ଭରିବାକୁ ପଡିବ । ଏଥି ସହିତ ହିଁ ଥାଳିରେ ଛାଡିଥିବା ଖାଦ୍ୟ ବି ପୁଣି ଥରେ ଖାଇବାକୁ ହେବ । ହରିଶ ଅଧିକାଂଶ ସମୟରେ ଖାଦ୍ୟ ପରସିବା ବେଳେ ଗ୍ରାହକଙ୍କୁ କହି ଦେଇଥାନ୍ତି କି, ଆପଣ ଯେତିକି ଖାଇବେ ସେତିକି ହିଁ ଅର୍ଡର କରନ୍ତୁ ।

ଏହି ହୋଟେଲରେ ମାତ୍ର ୬୦ ଟଙ୍କାରେ ହିଁ ପେଟପୁରା ଖାଦ୍ୟ ମିଳିଥାଏ । ଯେଉଁଥିରେ ଭାତ, ଡାଲି , ଭଜା, ଲେମ୍ବୁ, ଆଚାର ଇତ୍ୟାଦି ସାମିଲ । ତେବେ ଏହି ହୋଟେଲର ନୀତି ଅନୁସାରେ, ଯଦି ଆପଣ ଖାଇ ସାରି ହାତ ବି ଧୋଇସାରିଥିବେ , ଆଉ ଏହି ସମୟରେ ହରିଶଙ୍କ ଆଖି ଆପଣ ଛାଡିଥିବା ଖାଦ୍ୟ ଥାଳି ଉପରେ ପଡିଯାଏ ତେବେ ଆପଣଙ୍କୁ ପୁଣି ଥରେ ଛାଡି ଥିବା ଖାଦ୍ୟକୁ ଖାଇ ସାରିବାକୁ ପଡିବ । ସେହିପରି ଯଦି ଆପଣଙ୍କ ଦ୍ୱାରା ଭୁଲ ହୋଇଯାଇଛି ଏବଂ  ଆପଣଙ୍କର ବୁଲକୁଲ ବି ଭୋକ ନାହିଁ ତେବେ ଏଭଳି ପରିସ୍ଥିତିରେ ଉକ୍ତ ଛଡା ଖାଦ୍ୟକୁ  ସୁରକ୍ଷିତ ରଖି  ବୁଲା ପଶୁଙ୍କୁ ଖାଇବାକୁ ଦିଆଯିବ । ହେଲେ ଏଥିପାଇଁ ବି ଆପଣଙ୍କଠାରୁ ଜରିମାନା ବାବଦକୁ ଅଧିକ ୧୦ ଟଙ୍କା ନିଆଯିବ । ତେବେ ହରିଶ ଏହି ନୀତି  ଖାଦ୍ୟ ନଷ୍ଟ ନହେବା ପାଇଁ ବନାଇଛନ୍ତି ।

ଅନ୍ନ ଦେବତାଙ୍କର ମହତ୍ୱକୁ ଲୋକଙ୍କୁ ବୁଝାଇବା ପାଇଁ  ବନାଯାଇଥିବା ଏହି ନୀତି ଦ୍ୱାରା ଅନୁପ୍ରାଣିତ ଏହି ହୋଟେଲକୁ ପ୍ରତିଦିନ ବହୁ ସଂଖ୍ୟକ ଲୋକେ ଖାଇବାକୁ ଆସନ୍ତି । ଆଉ ହରିଶଙ୍କ ଏହି ନୀତିକୁ ବି ବେଶ୍ ସମ୍ମାନ କରନ୍ତି । ହରିଶଙ୍କ କଥାରେ, ଗ୍ରାହକମାନେ ତାଙ୍କ ଭାବନାକୁ ଭଲ ଭାବରେ ବୁଝନ୍ତି ଏବଂ ପୂରା ସହଯୋଗ ବି କରନ୍ତି । ସେହିପରି ଭୋଜନାଳୟରେ ବଳି ପଡିଥିବା ଖାଦ୍ୟକୁ ରାତି ସମୟରେ ଷ୍ଟେସନକୁ ଯାଇ ଗରିବଙ୍କ ମଧ୍ୟରେ ବାଂଟି ଦିଆଯାଇଥାଏ ।
ଆପଣ ଜାଣିବା ପାଇଁ ଏଠାରେ ଆମେ କହି ରଖୁଛୁ କି, ଏହି ଭୋଜନାଳୟରେ ଓଡିଶାର କୁଶଳ ତଥା ଭଲ ରୋଷେୟା ଖାଦ୍ୟ ପ୍ରସ୍ତୁତ କରନ୍ତି ।