ଜିଏସଟି ଲାଗୁ ହେବା ପୂର୍ବରୁ ବଦଳାଇ ଦିଅନ୍ତୁ ଆପଣଙ୍କ ଏହି ଅଭ୍ୟାସ୍ ! ନଚେତ୍ ହୋଇପାରେ ୫ ବର୍ଷ ପାଇଁ ଜେଲ୍

28

ଜିଏସଟି ଲାଗୁ ହେବା ପରେ କେବଳ ଦେଶର ଟ୍ୟାକ୍ସର ଢାଂଚାରେ ବଡ ଧରଣର ପରିବର୍ତ୍ତନ ଦେଖାଯିବ ତାହାନୁହେଁ ବରଂ ବିଭିନ୍ନ ବ୍ୟବସାୟର ଢାଂଚାରେ ମଧ୍ୟ ବଡ ପରିବର୍ତ୍ତନ ଆସିପାରେ । ଏଭଳି ପରିସ୍ଥିତିରେ ଯଦି ଆପଣ ଜଣେ ବ୍ୟବସାୟୀ ଅଟନ୍ତି । ତେବେ ଏହି ରିପୋର୍ଟକୁ ପଢିବା ପରେ ଆପଣ ହୁଏତ ଆପଣଙ୍କର କିଛି ଖରାପ ଅଭ୍ୟାସକୁ ବଦଳାଇ ଦେଇପାରିବେ ।

ଜିଏସଟି ଲାଗୁ ହେବା ପରେ ପ୍ରାୟତଃ ଅନେକ ସାମଗ୍ରୀ ଅନଲାଇନରେ ଜରିଆରେ ମିଳିପାରେ ଯାହାଦ୍ୱାରା କିଛି ଲୋକଙ୍କୁ କ୍ଷତି ସହିବାକୁ ପଡିପାରେ । ତେବେ ଏମାନଙ୍କ ମଧ୍ୟରୁ ସବୁଠାରୁ ଶୀର୍ଷରେ ରହିଛି ସଠିକ୍ ସମୟରେ ଟ୍ୟାକ୍ସ ନ ଭରିବା କିମ୍ବା ଅଧା ରିଟର୍ନ ଭରିବା । ଯଦି ଆପଣ ଏପରି କରୁଛନ୍ତି ତେବେ ଜିଏସଟି ନିୟମ ମୁତାବକ, ଆପଣଙ୍କୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ପେନାଲ୍ଟି ଦେବାକୁ ପଡିପାରେ । ଯଦି ଆପଣ ଅଧା ରିଟର୍ନ ଭରୁଛନ୍ତି ତେବେ ମଧ୍ୟ ଆପଣଙ୍କୁ ଏହାର ପେନାଲ୍ଟି ଭରିବାକୁ ପଡିବ ।

ଏହାବ୍ୟତୀତ ଜିଏସଟିରେ ଟିକସ ଚୋରି ବା ଫାଙ୍କିବା ବିରୋଧରେ ମଧ୍ୟ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡାଦେଶ ହୋଇପାରେ । ଯଦି ଆପଣ ୨.୫ କୋଟି କିମ୍ବା ତାଠାରୁ ଅଧିକ ଟିକସ ଫୋଙ୍କି ଦେଉଛନ୍ତି ତେବେ ଆପଣଙ୍କୁ ଜେଲ୍ ହେବା ସହ ଜରିମାନା ମଧ୍ୟ ଦେବାକୁ ପଡିପାରେ । ଯଦିଓ ଜେଲ୍ ଦଣ୍ଡ ମକଦ୍ଦମା ଚାଲିବା ପରେ ହୋଇପାରେ ।

ଜିଏସଟି ନିୟମ ମୁତାବକ, ଆପଣଙ୍କୁ ପ୍ରତି ମାସ ରିଟର୍ନ ଟ୍ୟାକ୍ସ ଭରିବାକୁ ପଡିବ ଏବଂ ତାହା ପୁଣି ଏକ ନିର୍ଦ୍ଧାରିତ ତାରିଖରେ । ଏଥିସହିତ ଆପଣ ଗ୍ରାହକଙ୍କଠାରୁ ଯେଉଁ ଜିଏସଟି କଲେକ୍ଟ କରିଥିବେ ତାକୁ ମଧ୍ୟ ଠିକ୍ ସମୟରେ ସରକାରଙ୍କୁ ଦେବାକୁ ପଡିବ । ତେବେ ଏହି ମାମଲାରେ କୌଣସି ପ୍ରକାରର ବାହାନା ଚାଲିବ ନାହିଁ । କାରଣ, ଜିଏସଟି ଆଇନ୍ ଅନୁଯାୟୀ ଏକ ଅପରାଧ ଅଟେ । ଏଥିପାଇଁ ଆପଣଙ୍କ ନିକଟକୁ ଟିକସ ଅଧିକାରୀ ନୋଟିସ୍ ମଧ୍ୟ ପଠାଇ ପାରନ୍ତି ।

ପ୍ରତିଟି ଜିନିଷର କ୍ରିୟ ଓ ବିକ୍ରୟର ରେକର୍ଡ ରଖିବା ଜରୁରୀ ଅଟେ । ଯଦି ହିସାବ କିତାବ ରଖିବାର ଅଭ୍ୟାସ ନାହିଁ ତେବେ ଏବେଠାରୁ ଏହାକୁ ଜାରି କରିଦିଅନ୍ତୁ । କାରଣ, ଏହାଦ୍ୱାରା ଆପଣଙ୍କ ରିଟର୍ନ ଅଧାରେ ରହିଯିବ । ସବୁକିଛି ଅନଲାଇନ୍ ଏବଂ ରେକର୍ଡରେ ରହିବା ଦ୍ୱାରା ଟିକସ ଚୋରି ବା ଫାଙ୍କିବା ଅଭିଯୋଗରେ ଆପଣ କୌଣସି ବି ସମୟରେ ବନ୍ଧା ହୋଇପାରନ୍ତି ।

ଖାଲି ସେତିକି ନୁହେଁ ଯଦି ଆପଣ ୨୫ରୁ ୫୦ ଲକ୍ଷ ପର୍ଯ୍ୟନ୍ତ ଟିକସ୍ ଚୋରି ବା ଫାଙ୍କି ଦେଉଛନ୍ତି ତେବେ ଆପଣଙ୍କୁ ୧ ବର୍ଷ ପାଇଁ ଜେଲ୍ ଦଣ୍ଡ ମିଳିବା ସହ ଜରିମାନା ମଧ୍ୟ ଦେବାକୁ ପଡିପାରେ । ସେହିପରି ୫୦ରୁ ୨.୫ କୋଟି ଟିକସ ଫାଙ୍କିବା ବିରୋଧ ତିନି ବର୍ଷ ଜେଲ୍ ଦଣ୍ଡାଦେଶ ମିଳିବା ସହିତ ଜରିମାନା ମଧ୍ୟ ଦେବାକୁ ପଡିପାରେ ।
ସୌଜନ୍ୟ: ଆଜତକ୍