ଭକ୍ତିରେ ମିଳିଥାଏ ଶାନ୍ତି ! ଜାଣନ୍ତୁ କେଉଁ ସମୟରେ ପୂଜା କରିବା ଆପଣଙ୍କ ପାଇଁ ହୋଇଥାଏ କ୍ଷତିକାରକ

87

ହିନ୍ଦୁ ଧର୍ମରେ ପୂଜା ପାଠକୁ ନେଇ ଅନେକ ସମୟ ତଥା କାଳ ଧାର୍ଯ୍ୟ କରାଯାଇଛି । ତେବେ ଏଥିରେ ଯଦି ଆପଣ ଅଫିସ ଯିବା ତରବରିରେ ସକାଳର ପୂଜା କରିପାରନ୍ତି ନାହିଁ ତେବେ ସଂଧ୍ୟା ସମୟରେ ପୂଜା କରିପାରିବେ । କିନ୍ତୁ ରାତି ବା ସଂଧ୍ୟା ସମୟରେ ପୂଜା କରିବା ସମୟରେ ଆପଣଙ୍କୁ କିଛି ସାବଧାନତା ଅବଲମ୍ବନ କରିବାକୁ ପଡିବ । ଯାହାଦ୍ୱାରା ଆପଣଙ୍କ ମନ ଏବଂ ଜୀବନରେ ସର୍ବଦା ଶାନ୍ତି ବନି ରହିବ ।

• ସାଧାରଣତଃ ସୂର୍ଯ୍ୟାସ୍ତ ସମୟରେ ସଂଧ୍ୟା ଆଳତୀ କରାଯାଇଥାଏ । କିନ୍ତୁ ଯଦି ଆପଣ ସୂର୍ଯ୍ୟ ବୁଡିବା ପରେ ତଥା ରାତ୍ର ସମୟରେ ପୂଜା କରୁଛନ୍ତି ତେବେ ଏହି ସମୟରେ ସଂଖ ଏବଂ ଘଂଟି ବଜାନ୍ତୁ ନାହିଁ । କୁହାଯାଏ ସୂର୍ଯ୍ୟାସ୍ତପରେ ରାତି ହୋଇଥାଏ ଆଉ ଏହି ସମୟରେ ଦେବୀଦେବତାମାନେ ନିଦ୍ରାରେ ଯାଇଥାନ୍ତି ।

• ଯଦି ଆପଣ ରାତ୍ର ସମୟରେ ପୂଜା କରୁଛନ୍ତି ତେବେ ପୂଜାରେ ବ୍ୟବହାର କରୁଥିବା ଫୁଲକୁ ଛିଣ୍ଡାଇ ଆଣନ୍ତୁ ନାହିଁ । କାରଣ ରାତ୍ର ସମୟରେ ବନସ୍ପତି ଛିଣ୍ଡାଇବା ଅଶୁଭ ମନା ଯାଏ ।

• ଭଗବାନ ବିଷ୍ଣୁ, ଶ୍ରୀକୃଷ୍ଣ ଏବଂ ସତ୍ୟନାରାୟଣଙ୍କ ପୂଜାରେ ତୁଳସୀର ଆବଶ୍ୟକତା ରହିଛି । କିନ୍ତୁ ତୁଲସୀର ପତ୍ର ରାତିରେ ଭୁଲରେ ବି ତୋଳନ୍ତୁ ନାହିଁ । କାରଣ, ଏଥିରେ ମା’ ଲକ୍ଷ୍ମୀଙ୍କର ବାସ ଥାଏ ଏବଂ ଏପରି କରିବାଦ୍ୱାରା ଆପଣ ମା’ଙ୍କ ରୋଷର ଶିକାର ହୋଇପାରନ୍ତି । ତେଣୁ ଯଦି ଆପଣ ରାତ୍ର କାଳରେ ପୂଜା କରୁଛନ୍ତି ତେବେ ଦିନରୁ ହିଁ ତୁଳସୀ ପତ୍ର ତୋଳି ରଖିଦିଅନ୍ତୁ ।

• ଭଗବାନ ସୂର୍ଯ୍ୟ ଦିନର ଦେବତା ଅଟନ୍ତି । ଯଦି ଆପଣ ଦିନରେ କୌଣସି ବିଶେଷ ପୂଜା କରୁଛନ୍ତି ତେବେ ସାଥିରେ ସୂର୍ଯ୍ୟ ଦେବତାଙ୍କର ପୂଜା କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ । କିନ୍ତୁ ରାତ୍ର କାଳରେ ସୂର୍ଯ୍ୟଦେବଙ୍କ ପୂଜା କରନ୍ତୁ ନାହିଁ ।