ପେଟ୍ରୋଲ, ଡିଜେଲ କିଣିବା ଉପରେ ମିଳିବ ୫୦ ପ୍ରତିଶତ କ୍ୟାସବ୍ୟାକ୍ ! କିନ୍ତୁ ଗୋଟିଏ ସର୍ତ୍ତରେ

63

ଡିଜେଲ ଏବଂ ପେଟ୍ରୋଲ ଉପରେ ୫୦ ପ୍ରତିଶତ କ୍ୟାସବ୍ୟାକର ଅଫର ଦିଆଯାଉଛି । ତେବେ ଏଭଳି ଏକ ଦମଦାର ଅଫରକୁ ପେଟିଏମ ଏବଂ ହିନ୍ଦୁସ୍ତାନ ପେଟ୍ରୋଲିୟମ ଲିମିଡେଟ୍ ମିଳିତ ଭାବେ ଦେଉଛି । ତେଣୁ ଏହି ଅଫରଟିର ଲାଭ ଗ୍ରାହକଙ୍କୁ ଏଚପିର କୌଣସି ବି ପେଟ୍ରୋଲ୍ ପମ୍ପରୁ ଫ୍ୟୁଏଲ କିଣିବା ଉପରେ ମିଳିବ । ହେଲେ ଫ୍ୟୁଏଲ କିଣିବା ପରେ ଗ୍ରାହକଙ୍କୁ ପେଟିଏମରୁ ପେମେଂଟ କରିବାକୁ ହିଁ ପଡିବ ।

ମାତ୍ର ଏଥିପାଇଁ ଏକ ବିଶେଷ ସର୍ତ ରହିଛି । ଏଥିପାଇଁ ଗ୍ରାହକଙ୍କୁ ପେଟିଏମ କ୍ୟୁଆର କୋଡ ସ୍କାନ କରିବାକୁ ହେବ । ଏହା ପରେ ଯାଇ ଗ୍ରାହକମାନେ କ୍ୟାସବ୍ୟାକର ଲାଭ ଉଠାଇ ପାରିବେ । ତେବେ ଏହି ଅଫର ବର୍ତ୍ତମାନ ବିହାରବାସୀଙ୍କ ପାଇଁ ଉଦ୍ଦିଷ୍ଟ ଏବଂ କେବଳ ବିହାରର ପେଟ୍ରୋଲ ପମ୍ପରେ ହିଁ ନେଇ ଏହି ସୁବିଧା ଉପଲବ୍ଧ ।

ସୂଚନା ମୁତାବକ, ଯେତେବେଳେ ଆପଣ ଏଚପିର କୌଣସି ବି ପେଟ୍ରୋଲ ପମ୍ପରୁ ଫ୍ୟୁଏଲ କିଣିବେ ସେତେବେଳେ ଆପଣଙ୍କୁ ପୁରା ପେମେଂଟ ପେଟିଏମରୁ ହିଁ କରିବାକୁ ପଡିବ । ଏହାପରେ ବିହାରର ପ୍ରତ୍ୟେକଟି ଏଚପି ପେଟ୍ରୋଲ ପମ୍ପରେ ପ୍ରତି ସପ୍ତାହ ୩ଟି ଲକି ବିଜେତାଙ୍କୁ କ୍ୟାସବ୍ୟାକ୍ ମିଳିବ । ତେବେ ଏହି ଅଫରରେ ଭାଗ ନେବା ପାଇଁ ହେଲେ ୟୁଜରଙ୍କୁ ସର୍ବନିମ୍ନ ୩୦୦ଟଙ୍କାର ତେଲ କିଣିବାକୁ ହେବ । ଲକି ଡ୍ରରେ ନାଁ ଥିବା ବିଜେତାଙ୍କୁ ପେଟିଏମ ୱାଲେଟରେ ୧୫୦ ଟଙ୍କାର କ୍ୟାସବ୍ୟାକ୍ କ୍ରେଡିଟ୍ କରି ଦିଆଯିବ । ଏହାଛଡା ବିହାରରେ ଏଚପିର କୌଣସି ବି ପେଟ୍ରୋଲ ପମ୍ପରେ ଡିଜେଲ କିଣିବା ଉପରେ ୫ ପ୍ରତିଶର କ୍ୟାସବ୍ୟାକ୍ ମଧ୍ୟ ଦିଆଯିବ । ଏହି ଅଫର ଫାଇଦା ୟୁଜର କେବଳ ୨ ଥର ଉଠାଇ ପାରିବେ । ପେଟ୍ରୋଲ ଡିଜେଲ କିଣିବା ପରେ ପେଟିଏମରୁ ପେମେଂଟ କରିବା ଉପରେ ୟୁଜରଙ୍କୁ ୫ ପ୍ରତିଶତ କ୍ୟାସବ୍ୟାକ୍ ମିଳିବ । ଏଥିରେ ୟୁଜରଙ୍କୁ ସର୍ବନିମ୍ନ ୨୦ ଟଙ୍କାର ଟ୍ରାଂଜାକସନ କରିବାକୁ ହେବ । ସେହିପରି ସର୍ବାଧିକ କ୍ୟାସବ୍ୟାକ୍ ୫୦ ଟଙ୍କା ମିଳିବ । ତେବେ ଏହି ସୁବିଧା ୨୮ ଡିସେମ୍ବର ୨୦୧୭ ପର୍ଯ୍ୟନ୍ତ ରହିଛି ।

ଆପଣଙ୍କ ଜାଣିବା ପାଇଁ ଏଠାରେ ଆମ କହି ରଖୁଛୁ କି, ନିକଟରେ ଆରମ୍ଭ ହୋଇଛି ପେଟିଏମ ୧୨-୧୨ ଫେଷ୍ଟିଭାଲ୍ । ଏଥିରେ ୟୁଜର୍ସଙ୍କୁ ବିଭିନ୍ନ ପ୍ରକାରର ତଥା ଆକର୍ଷଣୀୟ ଅଫର୍ସ ଏବଂ ଡିସକାଉଂଟ ଦିଆଯାଉଛି । ତେବେ ପିଜ୍ଜା ହଟ୍ ଉପରେ ୩୦ ପ୍ରତିଶତ କ୍ୟାସବ୍ୟାକ୍, ବିଗ ବଜାରରେ ୧,୫୦୦ଟଙ୍କାର ଟ୍ରାଂଜାକସନ ଉପରେ ୨୦୦ଟଙ୍କାର କ୍ୟାସବ୍ୟାକ୍, ପାଂଟାଲୁନରେ ସପିଂ କରି ପେଟିଏମରୁ ପେମେଂଟ କରିବା ଉପରେ ୫୦ ପ୍ରତିଶତର କ୍ୟାସବ୍ୟାକ, ଏହାବ୍ୟତୀତ କୌଣସି ବି କ୍ୟୁଆର କୋଡ ସ୍କାନ କରି ପେମେଂଟ କରିବା ଉପରେ ୧୨ ଟଙ୍କାର କ୍ୟାସବ୍ୟାକ୍ ଦିଆଯାଉଛି ।