ଚିକିତ୍ସା ଆଳରେ ରୋଗୀଙ୍କୁ ଶୋଷଣ କରୁଛି କି ଡାକ୍ତରଖାନା ? ଏଠାରେ କରନ୍ତୁ ମାତ୍ର ଗୋଟିଏ ଅଭିଯୋଗ, ତୁରନ୍ତ ମିଳିବ କ୍ଷତିପୂରଣ;ରଦ୍ଦ ହୋଇପାରେ ଲାଇସେନ୍ସ

533

ଜରୁରୀ କାଳୀନ ପରିସ୍ଥିତିରେ କୌଣସି ବି ମେଡିକାଲ ରୋଗୀକୁ ଚିକିତ୍ସା ଦେବାକୁ ମନା କରିପାରିବେ ନାହିଁ । ତେବେ ସେ ମେଡିକାଲ ଘରୋଇ ହୋଇଥାଉ ନା କାହିଁକି । ସେହିପରି ପ୍ରାଥମିକ  ଚିକିତ୍ସା ପରେ ରୋଗୀ ନିଜ ଇଚ୍ଛାରେ ମେଡିକାଲରେ ଯାଇ ପାରିବେ । ଜରୁରୀକାଳୀନ ମାମଲାରେ ପ୍ରାଥମିକ ଚିକିତ୍ସାର ଟଙ୍କା ରୋଗୀଙ୍କଠାରୁ ଜବରଦସ୍ତ ଆଦାୟ କରିପାରିବେ ନାହିଁ ।

ମେଡିକାଲ କାଉଂସିଲ ଅଫ ଇଣ୍ଡିଆର ପୂର୍ବ ଭାଇସ୍ ପ୍ରେସିଡେଂଟଙ୍କ କହିବା ଅନୁସାରେ, କୌଣସି ବି ରୋଗୀଙ୍କୁ ତାଙ୍କୁ ଦିଆଯାଇଥିବା ଚିକିତ୍ସା ଉପରେ ସନ୍ଦେହ ଆସେ ତେବେ ସେ ଏନେଇ ଡାକ୍ତରଙ୍କ ସହ ସମସ୍ତ ପଚାରି ବୁଝି ପାରିବେ । ଶସ୍ତା ଚିକିତ୍ସା ସଂପର୍କରେ ଜାଣିବାର ଅଧିକାର ବି ରହିଛି । ଯଦି ରୋଗୀଙ୍କୁ ଟ୍ରିଟମେଂଟ ମହଙ୍ଗା ପଡୁଛି , ଯାହାକୁ ସେ ଦେବାରେ ଅସମର୍ଥ ଅଟନ୍ତି । ତେବେ ତାଙ୍କୁ ଅଲଟରନେଟିଭ ଟ୍ରିଟମେଂଟ୍ ସଂପର୍କରେ ଜାଣିବାର ପୂରା ହକ୍ ରହିଛି । ମେଡିକାଲରେ ଶୁଳ୍କ  ଦେବା କ୍ଷଣି ହିଁ ରୋଗୀ କନଜ୍ୟୁମର ଶ୍ରେଣୀରେ ଆସିଯାଇଥାନ୍ତି  ।

କନଜ୍ୟୁମର କୋର୍ଟରେ କରିପାରିବେ ଅପିଲ୍

ଏହାପରେ ଯଦି ମେଡିକାଲରେ କୌଣସି ପ୍ରକାରର ଗଡବଡି ହୁଏ ତେବେ ମେଡିକାଲ କାଉଂସିଲ ସହିତ ହିଁ କନଜ୍ୟୁମର କୋର୍ଟରେ ବି ଅପିଲ କରିପାରିବେ । କନଜ୍ୟୁମର କୋର୍ଟର ନ୍ୟାସନାଲ କମିଶନରେ ୧ କୋଟି କିମ୍ବା ଏହାଠାରୁ ଅଧିକ ପର୍ଯ୍ୟନ୍ତ କମ୍ପନସେସନ ପାଇଁ ରୋଗୀ କ୍ଲେମ କରିପାରିବେ । ଯଦି କୋର୍ଟ କ୍ଲେମକୁ ସଠିକ୍ ପାଏ ତେବେ ମେଡିକାଲକୁ ଏତିକି ରାଶି ରୋଗୀକୁ ଦେବାକୁ ପଡିବ ।

 କେଉଁଠି କରିବେ ଅଭିଯୋଗ

ଯଦି ରୋଗୀର ଟ୍ରିଟମେଂଟ, ଯାଂଚ କିମ୍ବା ଔଷଧକୁ ନେଇ କୌଣସି ବି ଅଭିଯୋଗ ରହିଛି, ତେବେ ସେ ସର୍ବପ୍ରଥମେ ସମ୍ବନ୍ଧିତ ଡାକ୍ତର ଏବଂ ମେଡିକାଲ ଆଡମିନିଷ୍ଟ୍ରେସନରେ ଏହାର ଅଭିଯୋଗ କରିପାରିବେ । ଏହାଛଡା ମେଡିକାଲର ଅଭିଯୋଗ କେନ୍ଦ୍ରରେ ବି ନିଜ ମତ ରଖିପାରିବେ । ସେହିପରି ଯଦି ଡ୍ରଗ୍ସକୁ ନେଇ କୌଣସି ଅଭିଯୋଗ ରହିଛି,  ତେବେ ଫୁଡ ଆଣ୍ଡ ଡ୍ରଗ୍ସ ଆଡିମିନିଷ୍ଟ୍ରେସନରେ ଏହାର ଅଭିଯୋଗ କରିପାରିବେ । ଏଠାରେ ବି ସମସ୍ୟାର ସମାଧାନ ହୋଇନପାରୁଛି ତେବେ ମେଡିକାଲ କାଉଂସିଲରେ ଅଭିଯୋଗ କରିପାରିବେ । କାଉଂସିଲ ରୋଗୀକୁ କମ୍ପନସେସନ କିମ୍ବା ଡାକ୍ତରଙ୍କୁ ଦଣ୍ଡ ତ ଦେଇପାରିବେନି ହେଲେ ସମ୍ବନ୍ଧିତ ଡାକ୍ତରଙ୍କର ରେଜିଷ୍ଟ୍ରେସନ ନିଶ୍ଚୟ ରଦ୍ଦ କରିପାରିବେ । କାଉଂସିଲର ରେଜିଷ୍ଟରକୁ ନିର୍ଧାରିତ ଫର୍ମାର୍ଟରେ ଅଭିଯୋଗ ହସ୍ତାନ୍ତର କରିବାକୁ ପଡିଥାଏ ।

ଏହାଛଡା କନଜ୍ୟୁମର କୋର୍ଟ ବି ଅଭିଯୋଗ କରିପାରିବେ । ଏଥିରେ ସାଧା କାଗଜରେ ସମସ୍ତ ଅଭିଯୋଗ ସହିତ ହିଁ କମ୍ପନସେସନର ଦାବି କରିପାରିବେ । ଡିଷ୍ଟ୍ରିକ୍ଟ କନଜ୍ୟୁମର କୋର୍ଟ ୨୦ ଲକ୍ଷ ପର୍ଯ୍ୟନ୍ତ , ଷ୍ଟେଟ କନଜ୍ୟୁମର କୋର୍ଟ ୧ କୋଟି ପର୍ଯ୍ୟନ୍ତ ଏବଂ ନ୍ୟାସନାଲ କମିଶନ ୧କୋଟିରୁ ଅଧିକ ପର୍ଯ୍ୟନ୍ତର ଅନୁକମ୍ପାମୂଳକ ରାଶି ତଥା କ୍ଷତିପୂରଣ ବାବଦକୁ ଦେବାକୁ ଡାକ୍ତରଖାନାକୁ ନିର୍ଦ୍ଦେଶ ଦେଇପାରନ୍ତି ।