ସିମ୍, ଇନସ୍ୟୁରାନ୍ସ ପରେ ପତଂଜଳିର ନିଯୁକ୍ତି ଘୋଷଣା: ୪୦ ହଜାର ଟଙ୍କା ଯାଏଁ ରହିଛି ମାସିକ ଦରମା । ଦଶମ, ଦ୍ୱାଦଶ ପିଲାଙ୍କ ପାଇଁ ବି ସୁଯୋଗ

71

ଯଦି ଆପଣ ବାବା ରାମଦେବଙ୍କ ପତଂଜଳି ଆୟୁର୍ବେଦ ଲିମିଟେଡରେ ଆପଣ କାମ କରିବାକୁ ଚାହୁଛନ୍ତି , ତେବେ ଏହି ଖବରଟି ସଂପୂର୍ଣ୍ଣ ରୂପରେ ଆପଣଙ୍କ ପାଇଁ । ରାମଦେବ ବାବାଙ୍କ ପକ୍ଷରୁ ନିଯୁକ୍ତି ଦେବା ପ୍ରକ୍ରିୟା ଆରମ୍ଭ କରିଦିଆଯାଇଛି । ଆଜି ଗ୍ରେଟର ନୋଏୟାର ଯମୁନା ସିଟିରେ ନିଜର ହର୍ବାଲ ଫୁଡ ପାର୍କ ପାଇଁ ଭୂମି ପୂଜନ କରିଛନ୍ତି । ବାବା ରାମଦେବଙ୍କ ସହଯୋଗୀ ଆଚାର୍ଯ୍ୟ ବାଳକୃଷ୍ଣ ମଧ୍ୟ ଏହି ଭୂମି ପୂଜାରେ ସାମିଲ ହୋଇଥିଲେ । ତେବେ ପତଂଜଳି ଆୟୁର୍ବେଦ ଯମୁନା ଏକ୍ସପ୍ରେସ ୱେର ନିକଟବର୍ତ୍ତି ଅଂଚଳରେ ପାଖାପାଖି ୪୫୫ ଏକର ଜମି ରହିଛି । ଯେଉଁଥିରେ ୧୪ ଶହ କୋଟି ଟଙ୍କାର ନିବେଶ କରାଯିବ । ଯୁବକମାନଙ୍କ ପାଇଁ ଖୁସିଖବର କି ଏହି ହର୍ବାଲ ପାର୍କ ପାଇଁ ପତଂଜଳି ୮୯୦୭ଟି ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଭିନ୍ନ ପଦପଦବୀରେ ଚାକିରି ପାଇଁ ଆବେଦନ ପ୍ରକ୍ରିୟା ମଧ୍ୟ ନିକଟରେ ଆରମ୍ଭ ହୋଇଯାଇଛି ।

ସୂଚନା ମୁତାବକ, ଯମୁନା ଏକ୍ସପ୍ରେସ ୱେ ଇଣ୍ଡଷ୍ଟ୍ରିଆଲ ଡେଭଲପମେଂଟ ଅଥରିଟି ସେକ୍ଟର-୨୪,ସେକ୍ଟର-୨୪ଏ ଏବଂ ସେକ୍ଟର-୨୨ବିରେ ଏହି ଜମି ଦେଇଛି । ଏଥି ମଧ୍ୟରୁ ୩୦୦ ଏକର ଜମି ପତଂଜଳି ଫୁଡ ଆଣ୍ଡ ହର୍ବାଲ ପାର୍କ ପାଇଁ ଏବଂ ୧୩୦ ଏକର ଜମି ପତଂଜଳି ଆୟୁର୍ବେଦ ଲିମିଟେଡକୁ ଦିଆଯାଇଛି । ତେବେ ଆଜି ଏଠାରେ ଜମି ପୂଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାଧିକାରୀ ଏନପି ସିଂହ ଏବଂ ଯମୁନା ଅଥରିଟିର ସିଇଓ ଡା. ଅରୁଣବୀର ସିଂହ ସାମିଲ ହୋଇଥିଲେ ।

ଚାକିରି ପାଇଁ କିପରି କରିବେ ଆବେଦନ

Operation Executives, Sales, Marketing, Production, Engineers, Design  (ପତଂଜଳି ଇଂଜିନିୟର. କ୍ଲର୍କ, ଫ୍ୟାକ୍ଟ୍ରି ୱାର୍କର, ପ୍ରୋଫଏସର, ଆସୋସିଏଟ ପ୍ରୋଫେସର) ସମେତ ବିଭିନ୍ନ ପଦ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଆଶାୟୀପ୍ରାର୍ଥୀଙ୍କର ଶିକ୍ଷାଗତ ଯୋଗ୍ୟତା କିଛି ଏଭଳି ରଖାଯାଇଛି । ୧୦ମ ଏବଂ ଦ୍ୱାଦଶ ଶ୍ରେଣୀ ପାସଠାରୁ ଆରମ୍ଭ କରି ଗ୍ରାଜୁଏଟ୍ ଏବଂ ଇଂଜିନିୟରିଂ ଡିଗ୍ରୀ ହାସଲ କରିଥିବା ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ । ଏଥିପାଇଁ ନିଜର ରିଜ୍ୟୁମ ପଠାଇ ପାରିବେ । ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଭର୍ତ୍ତି ପାଇଁ ସିଲେକ୍ସନ ଦୁଇଟି ପରୀକ୍ଷା ଜରିଆରେ ହେବ । ଏହାପରେ ଇଂଟରଭିୟୁ ପ୍ରକ୍ରିୟା ଶେଷ କରିବାକୁ ହେବ । ଦରମା ପ୍ୟାକେଜ ଇଂଟରଭିୟୁ ସମୟରେ ହିଁ ସ୍ଥିର କରାଯିବ । ତେବେ ସର୍ବାଧିକ ଦରମା ୪୦ ହଜାର ଟଙ୍କା ରହିଛି ।

ଆବେଦନ କରିବାର ପୂରା ପ୍ରକ୍ରିୟା

ଚାକିରି ପାଇଁ ଅନଲାଇନ ଆବେଦନ କରିପାରିବେ । ପତଂଜଳିର ଆଧିକାରୀକ ୱେବସାଇଟକୁ ଯାଇ କିମ୍ବା patanjaliayurved.org/  ରେ ନିଜର ସିଭି ପଠାଇ ପାରିବେ । ଯଦିଓ ଆବେଦନ କରିବାର ଶେଷ ତାରିଖ କେବେ ତାହା କିଛି ଜଣାପଡିନାହିଁ, ହେଲେ ଯେତେ ସମ୍ଭବ ହେବ ଆପଣ ଏଥିପାଇଁ ଆବେଦନ କରିପାରିବେ ।

କର୍ମଚାରୀଙ୍କୁ ମିଳିବ ପତଂଜଳି ସିମ୍

ନିକଟରେ ଲଂଚ ହୋଇଛି ପତଞ୍ଜଳୀ ସିମ । ଯାହାର ନାଁ ସ୍ୱଦେଶୀ ସମୃଦ୍ଧି ସିମ କାର୍ଡ଼ ରଖାଯାଇଛି । ଯାହାକୁ ପତଞ୍ଜଳି କମ୍ପାନି ଓ ବିଏସଏନଏଲ କମ୍ପାନି ମିଳିତ ଭାବେ ବଜାରକୁ ପ୍ରବେଶ କରାଇଛନ୍ତି । ଭାରତୀୟ ବଜାରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ବାବା ରାମଦେବଙ୍କ ଏହି ସ୍ୱଦେଶୀ ସିମର ଅନେକ ଗୁଡ଼ିଏ ଫିଚର ରହିଛି । ତେବେ ଏହି ସିମ କେବଳ ପତଞ୍ଜଳି କମ୍ପାନିର କର୍ମଚାରୀଙ୍କ ପାଇଁ ଉପଲବ୍ଧ ।

ରାମଦେବଙ୍କ ଏହି ସ୍ୱଦେଶୀ ସମୃଦ୍ଧି ସିମରେ ୧୪୪ ଟଙ୍କା ରିଚାର୍ଜ କରିବା ଦ୍ୱାରା ୟୁଜର୍ସଙ୍କୁ ୨ ଜିବି ଡାଟା ସହ ଅନଲିମିଟେଡ଼ କଲିଙ୍ଗର ସୁବିଧା ମିଳିବ । ଏବଂ ୧୦୦ ଏସଏମଏସର ଫାଇଦା ମଧ୍ୟ ଉଠାଇ ପାରିବେ ୟୁଜର୍ସ । ଏହାଛଡ଼ା ଏହି ସିମ ଜରିଆରେ ପତଞ୍ଜଳି କମ୍ପାନିର ସାମଗ୍ରୀ ଉପରେ ୧୦ ପ୍ରତିଶତ ରିହାତି ମଧ୍ୟ ମିଳିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସିମ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ୨.୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମେଡ଼ିକାଲ ଇନସ୍ୟୁରାନ୍ସ ଓ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୀବନ ବୀମା ମଧ୍ୟ ଦିଆଯିବ ।