ବାବା ପିନ୍ଧାଇବେ ଦେଶୀ ଜିନ୍ସ । ବଜାରକୁ ଆସିଲା ଯୋଗଗୁରୁଙ୍କ ସ୍ୱଦେଶୀ ଡ୍ରେସ୍ । ଜିନିଷ କିଣିଲେ ମିଳିବ ୫ ଲକ୍ଷ ଟଙ୍କାର ଇନସ୍ୟୁରାନ୍ସ

ବିଦେଶୀ କମ୍ପାନୀକୁ ମାତ ଦେବାକୁ ରାମଦେବଙ୍କ ନୂଆ ଉଦ୍ୟମ

144

ଆଜି ଦିଲ୍ଲୀରେ ରାମଦେବଙ୍କ ଏକ୍ସକ୍ଲ୍ୟସିଭ ଡ୍ରେସ ଷ୍ଟୋର ଲଂଚ ହୋଇଛି । ରାଜଧାନୀ ପ୍ରୀତମପୁରାରେ ମେଗା ଡ୍ରେସ ଷ୍ଟୋର ଲଂଚ କରାଯାଇଛି । ଷ୍ଟୋର ନାଁ ରହିଛି ‘ପରିଧାନ’ । ତେବେ ସବୁବର୍ଗର ଗ୍ରାହକଙ୍କ ପାଇଁ ବିଭିନ୍ନ ଧରଣର ଓ ସୁଲଭ ଦରରେ ରହିଛି ଭଳିକି ଭଳି ପୋଷାକ । ରାମଦେବ କହିଛନ୍ତି କି ବଡ ବଡ ଡ୍ରେସ ଡିଜାଇନରଙ୍କ ପୋଷାକକୁ ମାତ ଦେବା ଭଳି ସମସ୍ତ ମାନ ଦେଶୀ ଡ୍ରେସ ପରିଧାନରେ । ପ୍ରାୟ ୩ହଜାର ଧରଣର ପୋଷାକ ରହିଛି ପରିଧାନରେ । ଦେଶୀ ଜିନ୍ସ ଠୁ ନେଇ ଅନ୍ୟାନ୍ୟ ପୋଷାକ ସୁଲଭ ଦରରେ ଗ୍ରାହକ ପାରିବେ । ପୋଷାକ ସହ ଚପଲ,ଜୋତା ଓ ଆର୍କଷଣୀୟ ଜୁଏଲରୀ ମଧ୍ୟ ଏଠାରେ ଉପଲବ୍ଧ ହେଉଛି ।

 

ଅନ୍ୟ ପକ୍ଷରେ ଆଲୋକର ପର୍ବ ଦୀପାବଳୀ ଉତ୍ସବ ଅବସରରେ ଯଦି ଆପଣ ନିଜର କୌଣସି ପ୍ରିୟ ବନ୍ଧୁଙ୍କ ପାଇଁ କୌଣସି ଉପହାର କିଣିବାକୁ ଇଚ୍ଛା ରଖିଛନ୍ତି ତେବେ ପତଂଜଳୀର ସ୍ୱଦେଶୀ ସମୃଦ୍ଧି କାର୍ଡ ଆପଣଙ୍କ ପାଇଁ ଏକ ବହୁତ ଭଲ ବିକଳ୍ପ ହୋଇପାରେ । କାହିଁକି ନା ଏହି କାର୍ଡକୁ ଆପଣ ମାତ୍ର ୧୦୦ଟଙ୍କା ଦାମରେ କିଣିପାରିବେ ।  ଏହି କାର୍ଡକୁ ବାବା ରାମଦେବ ନିକଟରେ ଲଂଚ କରିଛନ୍ତି । ଏହାର ବ୍ୟବହାର କୌଣସି ବି ସାଧାରଣ ବ୍ୟକ୍ତି ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ ଭଳିି ହିଁ ବ୍ୟବହାର କରିପାରିବେ । ଏହି କାର୍ଡ ଜରିଆରେ ପତଂଜଳିର ପ୍ରଡକ୍ଟ କିଣିବା ଉପରେ ଗ୍ରାହକଙ୍କୁ ପାଖାପାଖି ୧୦ ପ୍ରତିଶତ କ୍ୟାସବ୍ୟାକ୍ ଅଫର ମିଳିବ । ଏଥିସହିତ ହିଁ ଯଦି କାର୍ଡଧାରକଙ୍କ ପରିବାରର କୌଣସି ସଦସ୍ୟଙ୍କର କୌଣସି ଦୁର୍ଘଟଣାରେ ମୃତ୍ୟୁ ହୋଇଯାଏ ତେବେ ତାଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା କଭର ବି ମିଳିବ ।

 

ତେବେ ଏହି କାର୍ଡକୁ ଆପଣ ଉଭୟ ଅନଲାଇନ ଏବଂ ଅଫଲାଇନ ଦୁଇଟି ତରିକାରେ ହିଁ ପାଇପାରିବେ । ଅନଲାଇନ ଆବେଦନ ପାଇଁ ଆପଣଙ୍କୁ ପତଂଜଳୀ ସ୍ୱଦେଶୀ ସମୃଦ୍ଧି କାର୍ଡର ଆଧିକାରୀକ ୱେବସାଇଟ swadeshisamridhi.comକୁ ଯିବାକୁ ପଡିବ । ତେବେ ଏଠାରେ ସମ୍ବନ୍ଧିତ ବ୍ୟକ୍ତିଙ୍କ ସଂପର୍କରେ ତଥ୍ୟ ଦେବା ନିହାତି ଜରୁରୀ । ଏଭଳି ପରିସ୍ଥିତିରେ ବାବା ରାମଦେବଙ୍କର ଏହି କାର୍ଡକୁ ଆପଣ କୌଣସି ବି ପତଂଜଳୀ ମେଗା ଷ୍ଟୋର, ଚିକିତ୍ସାଳୟ କିମ୍ବା ଆରୋଗ୍ୟ କେନ୍ଦ୍ରରୁ ବି ହାସଲ କରିପାରିବେ । ଏଠାରେ ଏହି କାର୍ଡ ଆପଣଙ୍କୁ ଅତି ସହଜରେ ମିଳିଯିବ । ହେଲେ ଏଥିପାଇଁ ଆପଣଙ୍କୁ ୧୦୦ଟଙ୍କା ସହିତ ଅତିରିକ୍ତ ଟ୍ୟାକ୍ସ ବି ପେମେଂଟ କରିବାକୁ ହେବ ।

ଏହି କାର୍ଡରେ ଯଦି ଆପଣ ଥରକରେ ୪ ହଜାର ଟଙ୍କା ପର୍ଯ୍ୟନ୍ତ ଟପଅପ କରନ୍ତି ତେବେ ଏହା ଉପରେ ଆପଣଙ୍କୁ ୫ ପ୍ରତିଶତ ତଥା ୨୦୦ଟଙ୍କାର କ୍ୟାସବ୍ୟାକ୍ ମିଳିବ । ସେହିପରି ଯଦି ଆପଣ ୪୦୦୧ ଟଙ୍କା କିମ୍ବା ଏହାଠୁ ଅଧିକ ଟପଅପ କରନ୍ତି ତେବେ ଆପଣଙ୍କୁ ଏହା ଉପରେ ୭ ପ୍ରତିଶତର କ୍ୟାସବ୍ୟାକ୍ ମିଳିବ । କୌଣସି ବି ଷ୍ଟୋରରୁ ୫୦୦୧ ଟଙ୍କା କିମ୍ବା ଏହାଠୁ ଅଧିକ କିଣାକିଣି ଉପରେ ୩ପ୍ରତିଶତ ଅତିରିକ୍ତ ରିହାତି ମିଳିବ । କାର୍ଡରେ ୫୦୦୧ ଟଙ୍କାର ଟପଅପ କରନ୍ତି ଏବଂ ସେତିକି ହିଁ କିଣାକିଣି କରନ୍ତି ତେବେ ୭ +୩ ଅର୍ଥାତ୍ ୧୦ ପ୍ରତିଶତ ଲାଭ ମିଳିବ ।

Comments are closed.