ଆସୁଛି ବାବା ରାମଦେବଙ୍କ ୫ଜି ସ୍ମାର୍ଟଫୋନ: ଦାମ୍ ମାତ୍ର ୨୫୦୦ଟଙ୍କା ଏବଂ ଫିଚର୍ସ ଆଇଫୋନଠାରୁ ବି ବଢିଆ

55

ସାବୁନ, ତେଲ, ପାଉଡର ଏବଂ ସିମ୍ ପରେ ଏବେ ବାବା ରାମଦେବ ଲଂଚ କରିବାକୁ ଯାଉଛନ୍ତି ସ୍ମାର୍ଟଫୋନ । ମିଳିଥିବା ସୂଚନା ଅନୁସାରେ, ବାବା ରାମଦେବ ଓ ତାଙ୍କ ପତଂଜଳୀ କଂପାନୀ ଏବେ ଭାରତରେ ସ୍ୱଦେଶୀ ଭାରତୀୟ ୫ଜି ସ୍ମାର୍ଟଫୋନ ଲଂଚ କରିବାକୁ ଯୋଜନା ଚଳାଇଛନ୍ତି । ପୂର୍ବରୁ ବାବା ରାମଦେବ ବିଏସଏନଏଲ ସହିତ ମିଶି ପତଂଜଳୀ ସିମକାର୍ଡ ମଧ୍ୟ ଲଂଚ କରିସାରିଛନ୍ତି, ଯଦିଓ ଏହି ସିମକାର୍ଡ କେବଳ ପତଂଜଳୀ କଂପାନୀର କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ । ତେବେ ଆସନ୍ତୁ ଜାଣିବା ଲଂଚ ହେବାକୁ ଯାଉଥିବା ପତଂଜଳୀର ଏହି ନୂଆ ସ୍ମାର୍ଟଫୋନରେ କଣ ରହିଛି ବିଶେଷ ଆକର୍ଷଣ…

• ସୂଚନା ମୁତାବକ, ପତଂଜଳୀର ଏହି ସ୍ମାର୍ଟଫୋନର ନାଁ ରଖାଯିବ P1s । ଯାହାର ଦାମ୍ ୨୫୦୦ଟଙ୍କାରୁ ଆରମ୍ଭ ହୋଇପାରେ ।

• ଏହି ଫୋନରେ ୧୩ ମେଗାପିକ୍ସେଲର ରିୟର କ୍ୟାମେରା ସହିତ ୮ ମେଗାପିକ୍ସଲର ଫ୍ରଂଟ କ୍ୟାମେରା ରଖାଯାଇଥିବା ମିଳିଥିବା ସୂଚନାରୁ ଯାହା ଜଣାପଡିଛି ।

• ସେହିପରି ଏହି ଫୋନରେ ୨ଜିବିର ରାମ ଏବଂ ୧୬ ଜିବିର ଇଂଟରନାଲ ଷ୍ଟୋରେଜ ବି ରଖାଯାଇଛି ।

• ଏଥିସହିତ ହିଁ ଏହି ଫୋନରେ ଉଭୟ ୪ଜି ଏବଂ ୫ଜି ସପୋର୍ଟ କରିବ ଏବଂ ପାୱାର ପାଇଁ ଏହି ଫୋନରେ ୩,୫୦୦ଏମଏଏଚର ବ୍ୟାଟେରୀ ଦିଆଯାଇଛି ।

• ଏହି ଫୋନ ୫ଟି ରୂପରେ ବଜାରରେ ଉପଲବ୍ଧ ହେବ । ତେବେ ଏହି ଫୋନଟି ଦୀପାବଳୀ ଅବସରରେ ଲଂଚ ହେବା ନେଇ ଆଶା କରାଯାଉଛି ।

ପତଂଜଳୀ ସିମକାର୍ଡ

ନିକଟରେ ଲଂଚ ହୋଇଛି ପତଞ୍ଜଳୀ ସିମ । ଯାହାର ନାଁ ସ୍ୱଦେଶୀ ସମୃଦ୍ଧି ସିମ କାର୍ଡ଼ ରଖାଯାଇଛି । ଯାହାକୁ ପତଞ୍ଜଳି କମ୍ପାନି ଓ ବିଏସଏନଏଲ କମ୍ପାନି ମିଳିତ ଭାବେ ବଜାରକୁ ପ୍ରବେଶ କରାଇଛନ୍ତି । ଭାରତୀୟ ବଜାରରେ ଏକ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ବାବା ରାମଦେବଙ୍କ ଏହି ସ୍ୱଦେଶୀ ସିମର ଅନେକ ଗୁଡ଼ିଏ ଫିଚର ରହିଛି । ତେବେ ଏହି ସିମ କେବଳ ପତଞ୍ଜଳି କମ୍ପାନିର କର୍ମଚାରୀଙ୍କ ପାଇଁ ଉପଲବ୍ଧ ।

ରାମଦେବଙ୍କ ଏହି ସ୍ୱଦେଶୀ ସମୃଦ୍ଧି ସିମରେ ୧୪୪ ଟଙ୍କା ରିଚାର୍ଜ କରିବା ଦ୍ୱାରା ୟୁଜର୍ସଙ୍କୁ ୨ ଜିବି ଡାଟା ସହ ଅନଲିମିଟେଡ଼ କଲିଙ୍ଗର ସୁବିଧା ମିଳିବ । ଏବଂ ୧୦୦ ଏସଏମଏସର ଫାଇଦା ମଧ୍ୟ ଉଠାଇ ପାରିବେ ୟୁଜର୍ସ । ଏହାଛଡ଼ା ଏହି ସିମ ଜରିଆରେ ପତଞ୍ଜଳି କମ୍ପାନିର ସାମଗ୍ରୀ ଉପରେ ୧୦ ପ୍ରତିଶତ ରିହାତି ମଧ୍ୟ ମିଳିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସିମ ବ୍ୟବହାର କରୁଥିବା ୟୁଜର୍ସଙ୍କୁ ୨.୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ମେଡ଼ିକାଲ ଇନସ୍ୟୁରାନ୍ସ ଓ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଜୀବନ ବୀମା ମଧ୍ୟ ଦିଆଯିବ ।