ବେକାରୀଙ୍କୁ ପତଂଜଳିର ବଡ ସୁଯୋଗ: ଘରେ ବସି ମାସକୁ ୧୫ ହଜାର ଟଙ୍କା ରୋଜଗାର କରିବାର ଅଫର୍ ଦେଲେ ବାବା ରାମଦେବ, ଜାଣନ୍ତୁ ଆବେଦନ କରିବାର ପୂରା ପ୍ରକ୍ରିୟା

58

ଯୋଗଗୁରୁ ବାବା ରାମଦେବଙ୍କ କଂପାନୀ ପତଂଜଳି ସାରା ଦେଶରେ ଯୁବାଙ୍କ ପାଇଁ ୫୦ ହଜାର ଚାକିରି ଯୋଗାଇ ଦେବାକୁ ଯାଉଛି । ବିଭିନ୍ନ କ୍ଷେତ୍ରରେ ନିଜ ବ୍ୟବସାୟକୁ ବଢାଇବା ପାଇଁ ପତଂଜଳି ଦେଶର ସମସ୍ତ ଜିଲ୍ଲାରେ ସେଲ୍ସମ୍ୟାନଙ୍କୁ ହାୟର କରିବାକୁ ଯାଉଛି ।

ସୂଚନା ମୁତାବକ, ପତଂଜଳିକୁ ସାରା ଦେଶରେ ୫୦ ହଜାର ସେଲ୍ସମ୍ୟାନର ତୁରନ୍ତ ଆବଶ୍ୟକତା ରହିଛି । ଏହି ନିଯୁକ୍ତି ପଜଂଜଳିର ଫୁଡ ତଥା ଅଟା, ଚାଉଳ, ତେଲ, ,ବିସ୍କୁଟ, ପର୍ସନାଲ କେୟାର, ହୋମ କେୟାର ଏବଂ ପୂଜା ସାମଗ୍ରୀ ଇତ୍ୟାଦି କ୍ଷେତ୍ରରେ ସାରା ଦେଶର ଜିଲ୍ଲା ମୁଖ୍ୟାଳୟଗୁଡିକରେ ନିଯୁକ୍ତ କରାଯିବ । ତେବେ ଏହି ସୂଚନା ବାବାଙ୍କ କଂପାନୀ ତରଳରୁ ଟୁଇଟ୍ ଯୋଗେ ଦିଆଯଆଇଛି ।

ଯୋଗ୍ୟତା

ଆବେଦକଙ୍କ ଶିକ୍ଷାଗତ ଯୋଗ୍ୟତା ଦ୍ୱାଦଶ ଶ୍ରେଣୀ ପାସ୍ ହୋଇଥିବା ଦରକାର । ଏଥିସହିତ ହିଁ ବିଏ/ ଏମଏ/ଏମବିଏ ପାସ୍ କରିଥିବା ବ୍ୟକ୍ତି ମଧ୍ୟ ଏଥିପାଇଁ ଆବେଦନ କରିପାରିବେ । ସେହିପରି ଆବେଦକଙ୍କୁ କୌଣସି ଏଫଏମସିଜି କଂପାନୀରେ ଅତି କମରେ ୧ରୁ ୨ ବର୍ଷର ଅଭିଜ୍ଞତା ଥିବା ନିହାତି ଜରୁରୀ ।

ପଦବୀ ସଂଖ୍ୟା

ପତଂଜଳି ଦେଶର ପ୍ରତ୍ୟେକ ଜିଲ୍ଲାରେ ୪୦ରୁ ୫୦ ସେଲ୍ସମ୍ୟାନ ନିଯୁକ୍ତ କରାଯିବ ।

ଦରମା

ଅତି କମରେ ୮ହଜାର ଏବଂ ସର୍ବାଧିକ ୧୫ ହଜାର ଟଙ୍କା ମାସିକ ଦରମା ମିଳିବ ।

ଆବେଦନ କରିବାର ଶେଷ ତାରିଖ

ଇଚ୍ଛୁକ ଆଶାୟୀପ୍ରାର୍ଥୀ ପାଇଁ ୨୩ରୁ ୨୭ ଜୁନ ସୁଦ୍ଧା ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯିବ । ଏଥିପାଇଁ ଇଚ୍ଛୁକ ଆଶାୟୀପ୍ରାର୍ଥିଙ୍କୁ ସର୍ବପ୍ରଥମେ ପଂଜିକରଣ କରିବାକୁ ହେବ । ଚୟନ କରାଯାଇଥିବା ଇଚ୍ଛୁକ ପ୍ରାର୍ଥୀଙ୍କୁ ସେମାନଙ୍କର ଦରମା, ଚାକିରି କରିବାର ତରକା ସମେତ ଯୋଗର ପ୍ରଶିକ୍ଷଣ ଦିପ୍ରଦାନ କରାଯିବ । ଆବେଦନ ୨୨ ଜୁନ ସୁଦ୍ଧା କରିପାରିବେ ।

ଏଠାରେ ଆମେ କହି ରଖୁଛୁ କି, ଏଫଏମସିଜି ସେକ୍ଟରରେ ହଇଚଇ ସୃଷ୍ଟି କରିବା ପରେ ବାବା ରାମଦେବ ଏବେ ଅନ୍ୟ କ୍ଷେତ୍ରଗୁଡିକରେ ମଧ୍ୟ ନିଜର ଦବଦବା ଜାହିର କରିବାକୁ ଚାହୁଁଛନ୍ତି । ବ୍ୟବସାୟରେ ପତଂଜଳି ପରିଧାନ ଏବଂ ଟେକ୍ନୋଲଜି କ୍ଷେତ୍ରରେ ହ୍ୱାଟସଆପକୁ ଟକ୍କର ଦେବାପାଇଁ କିମ୍ଭୋ ଆପ ଲଂଚ କରିବାକୁ ମଧ୍ୟ ଯୋଜନା ଜାରି ରଖିଛନ୍ତି ।