ରିଜର୍ଭେସନ ପରେ ବି ଯଦି ମିସ୍ ହୁଏ ଟ୍ରେନ । ତେବେ ଯାତ୍ରୀଙ୍କୁ ମିଳିବ ଟଙ୍କା, ଜାଣି ରଖନ୍ତୁ ରେଳମନ୍ତ୍ରାଳୟର କିଛି ସିକ୍ରେଟ୍

22

ରିଜର୍ଭେସନ କରିଥିବେ କିନ୍ତୁ କୌଣସି କାରଣରୁ ଆପଣ ଷ୍ଟେସନରେ ଠିକ୍ ଟାଇମରେ ପହଂଚି ପାରିଲେନାହି, ଯାହା ଫଳରେ ଆପଣଙ୍କର ଟ୍ରେନଟି ଷ୍ଟେସନରୁ ଛାଡିଦେଇଛି, ତେଣୁ ଏଥିପାଇଁ ଆଦୌ ଚିନ୍ତିନ ନହୋଇ କେବଳ ଗୋଟିଏ କାମ କରନ୍ତୁ । ଯାହାଦ୍ୱାରା ଆପଣ ଟ୍ରେନ ପାଇବା ସହିତ ସିଟ୍ ମଧ୍ୟ ପାଇପାରିବେ । ତେବେ ଜାଣି ରଖନ୍ତୁ ରେଳମନ୍ତ୍ରାଳୟର କିଛି ନିୟମ ।

• ରିଜର୍ଭେସନ ହେବା ସତ୍ୱେ ହି ଟ୍ରେନ ମିସ୍ ହୋଇଗଲେ ଟିଟିଇ ଆପଣଙ୍କର ସିଟ୍ ପରବର୍ତ୍ତୀ ଷ୍ଟେସନ ପର୍ଯ୍ୟନ୍ତ କାହାକୁ ବି ଦେଇପାରିବେ ନାହିଁ । ଏଭଳି ପରିସ୍ଥିତିରେ ଆପଣ ପରବର୍ତ୍ତୀ ଷ୍ଟେସନରୁ ଟ୍ରେନରେ ଚଢି ଯାତ୍ରା କରିପାରିବେ ।

• ସେହିପରି ଯଦି ଆଗାମୀ ଦୁଇଟି ଷ୍ଟେସନ ମଧ୍ୟରେ ଟ୍ରେନ ଧରି ନପାରନ୍ତି ତେବେ ଟିଟିଇ ଆପଣଙ୍କର ସିଟକୁ ଆରଏସିର ଯାତ୍ରୀଙ୍କୁ ଆଲର୍ଟ କରିପାରନ୍ତି ।

• ଯଦି ଟ୍ରେନ ମିସ ହୋଇଯାଇଛି ତେବେ ଆପଣ ଟିଡିଆର ଫାଇଲ କରିପାରିବେ । ଯାହାଦ୍ୱାରା  ଆପଣ କରିଥିବା ଟିକେଟ ଭଡାର ୫୦ ପ୍ରତିଶତ ଫେରସ୍ତ ମିଳିପାରିବ ।

• ସେହିପରି ଯଦି ଆପଣଙ୍କର ଟିକେଟ୍ ହଜିଯାଇଛି ତେବେ ବି ଆପଣ ଟ୍ରେନରେ ଯାତ୍ରା କରିପାରିବେ । ଏଥିପାଇଁ ଆପଣଙ୍କୁ ବୋଡିଂ ଷ୍ଟେସନରେ ଚିପ୍ ରିଜର୍ଭେସନ ସୁପରଭାଇଜରକୁ ଡୁପ୍ଲିକେଟ୍ ଟିକେଟ ଜାରି କରିବା ପାଇଁ ଲିଖିତ ଭାବେ ଆବେଦନ କରିବାକୁ ପଡିବ । ଆବେଦନ କରିବା ସହିତ ନିଜର ଆଇଡି କାର୍ଡର ଏକ କପି ମଧ୍ୟ ଏହି ଆବେଦନ ପତ୍ରରେ ଦେବାକୁ ପଡିବ । ଯାତ୍ରା ଆରମ୍ଭର ୨୪ ଘଂଟା ପୂର୍ବରୁ ଆପଣଙ୍କଠାରୁ କିଛି ଟଙ୍କା ନେଇ ଟିକେଟ ଦିଆଯିବ ।

• ଯଦି ଆପଣ ଆପଣଙ୍କର ହଜି ଯାଇଥିବା ଟିକେଟଟି ଫେରିପାଉଛନ୍ତି ତେବେ ଡୁପ୍ଲିକେଟ୍ ଟିକେଟ ପାଇଁ ଦେଇଥିବା ଟଙ୍କାକୁ ଆପଣକୁ ଫେରସ୍ତ ମିଳିବ ।

• ଯଦି ଆପଣ ଟ୍ରେନରେ କୌଣସି ପଶୁ କିମ୍ବା ପକ୍ଷୀକୁ ନେଇ ଯାତ୍ରା କରୁଛନ୍ତି ତେବେ ତାଙ୍କୁ ନିଜ ପାଖରେ ରଖି ପାରିବେ ନାହିଁ । ବରଂ ଏମାନଙ୍କୁ ଲଗେଜ ବ୍ୟାନରେ ରଖାଯିବ । କାହିଁକି ନା, ପଶୁପକ୍ଷୀ ରେଳବିଭାଗର ମାଲପରିବହନ ଶ୍ରେଣୀ ପରିସରରେ ଆସିଥାନ୍ତି । ଯାତ୍ରା କରିବା ସମୟରେ ପଶୁପକ୍ଷୀର ସମସ୍ତ ଦାୟିତ୍ୱ  ତାର ମାଲିକଙ୍କର ହିଁ ରହିବ । ତେବେ ପକ୍ଷୀଙ୍କୁ ସାଥିରେ ନେବାକୁ ହେଲେ ଏକ ଫର୍ମ ମଧ୍ୟ ପୂରଣ କରିବାକୁ ପଡିବ । ଆପଣ କେତୋଟି ପିଂଜରା ନେଉଛନ୍ତି ତାର ସମସ୍ତ ସୂଚନା ମଧ୍ୟ ଦେବାକୁ ପଡିବ । ସେହିପରି ପକ୍ଷୀର ଖାଦ୍ୟପେୟ ଆଦିର ଧ୍ୟାନ ମଧ୍ୟ ତାର ମାଲିକଙ୍କୁ ରଖିବାକୁ ହେବ ।

• ଯଦି କୌଣସି କାରଣରୁ ଟ୍ରେନ କ୍ୟାନସେଲ ହୋଇଯାଏ ତେବେ ରେଳବିଭାଗ ଏଥିପାଇଁ ସଂପୂର୍ଣ୍ଣ ଭଡା ଫେରସ୍ତ କରିବ ।

• ସେହିପରି ଯାତ୍ରା ସଂପୂର୍ଣ୍ଣ ନହେଲେ କିମ୍ବା କୌଣସି କାରଣରୁ ଆପଣଙ୍କୁ ଅଧା ବାଟରେ ଅଟିକି ରହେ ଏବଂ ରେଳମନ୍ତ୍ରାଳୟ ଅନ୍ୟ କୌଣସି ବିକଳ୍ପ ଉପଲବ୍ଧ କରିବାରେ ଅକ୍ଷମ ହୁଏ ତେବେ ଯାତ୍ରୀଙ୍କୁ ଭଡାର ପୂରା ଟଙ୍କା ଫେରସ୍ତ ଦିଆଯିବ । ଏଭଳି ପରିସ୍ଥିତିରେ ପ୍ୟାସେଂଜରଙ୍କୁ ଷ୍ଟେସନ ମାଷ୍ଟରଙ୍କ ନିକଟକୁ ଯାଇ ନିଜର ଟିକେଟକୁ ସରେଣ୍ଡର କରିବାକୁ ପଡିବ ।