ବଦଳିଲା ରେଳ ନିୟମ: ଟିକେଟ୍ କରିଥିବା ଷ୍ଟେସନରେ ଓହ୍ଲାଇ ନପାରିଲେ ଦେବାକୁ ହେବ ଜରିମାନା, କମ୍ ଦୂରତା ଥିବା ଟିକେଟ୍ ସହ ଧରାପଡିଲେ ମିଳିବ ଦଣ୍ଡ

428

ଟ୍ରେନରେ ଯାତ୍ରା କରିବା ସମୟରେ ବେଳେ ବେଳେ ଏମିତି ହୋଇଥାଏ କି, ପ୍ରବଳ ଗହଳି କାରଣରୁ ଆପଣ ଟିକେଟ କାଟିଥିବା ଷ୍ଟେସନରେ ଓହ୍ଲାଇପାରି ନଥାନ୍ତି । ଏଭଳି ପରିସ୍ଥିତିରେ ଆଗକୁ ଯାତ୍ରା ଆପଣଙ୍କୁ ବିନା ଟିକେଟରେ କରିବାକୁ ପଡିଥାଏ । ଯାତ୍ରା ସମୟରେ ଯଦି ଆପଣ ଟ୍ରେନରେ ବିନା ଟିକେଟ କିମ୍ବା କମ୍ ଦୂରତା ବିଶିଷ୍ଟ ଟିକେଟ୍ ସହିତ ଯାତ୍ରା କରୁଥିବାର ଧରା ପଡନ୍ତି ତେବେ ଆପଣଙ୍କଠାରୁ ଜରିମାନା ଆଦାୟ କରାଯିବ । ଏହାବ୍ୟତୀତ ବିନା ପ୍ଲାର୍ଟଫର୍ମ ଟିକେଟ୍ କିମ୍ବା ଯାତ୍ରା ଟିକେଟ ପ୍ଲାର୍ଟଫର୍ମରେ ମିଳିବା ଉପରେ ବି ବିନା ଟିକେଟରେ ଯାତ୍ରା କରୁଥିବା କହି ଆପଣଙ୍କ ଠାରୁ ଅର୍ଥଦଣ୍ଡ ଆଦାୟ କରାଯିବ । ତେବେ ତାର କାରଣ ଯାହା ହୋଇଥାଉ ନା କାହିଁକି ।

କମ ଲାଗିବ ଜରିମାନା

ଯଦି ଆପଣଙ୍କ ନିକଟରେ ପୂର୍ବ ଷ୍ଟେସନର ଯାତ୍ରା ଟିକେଟ୍ ରହିଛି ତେବେ ତାହା ଆପଣଙ୍କ ପାଇଁ ସପୋର୍ଟ ଭଳି କାମ କରିବ । ଏଭଳି ପରିସ୍ଥିତିରେ ଟିକେଟ ଭଡାର ଡିଫରେନ୍ସ ଏବଂ ଜରିମାନା ସେଇ ଅନୁସାରେ ଆଦାୟ କରାଯାଇଥାଏ । ହେଲେ ଯଦି ଆପଣ ଟିକେଟ୍ ହିଁ ନେଇ ନାହାଁନ୍ତି କିମ୍ବା ଆପଣଙ୍କର ଟିକେଟ ହଜିଯାଇଛି ତେବେ ଏଭଳି ପରିସ୍ଥିତିରେ ଯେଉଁଠୁ ଟ୍ରେନ ଚାଲିଲା, ସେଠାରୁ ଚଢିଥିବା ଷ୍ଟେସନ ପର୍ଯ୍ୟନ୍ତ ଭଡା ଏବଂ ତାକୁ ଆଧାର କରି ଜରିମାନା ମଧ୍ୟ ଆଦାୟ କରାଯାଇପାରେ ।

କରିପାରିବେ ଟିକେଟ୍ ଏକ୍ସଟେଣ୍ଡ

ସେହିପରି ଯଦି ଆପଣ ପୂର୍ବ ଷ୍ଟେସନ ପର୍ଯ୍ୟନ୍ତ ଟିକେଟ ନେଇଛନ୍ତି, ହେଲେ କୌଣସି କାରଣବଶତଃ ଆପଣଙ୍କୁ ଆଗକୁ ଯିବାକୁ ଅଛି ତେବେ ଏଭଳି ପରିସ୍ଥିତିରେ ରେଳ ବିଭାଗ ଆପଣଙ୍କୁ ଯାତ୍ରା ସମୟରେ ହିଁ ଟିକେଟକୁ ଆଗକୁ ବଢାଇବାର ସୁବିଧା ଦେଇଥାଏ । ଏଭଳି ଟିକେଟ ଏକ୍ସଟେଣ୍ଡ ସୁବିଧା ନାଁରେ ପରିଚିତ । ଏଥିପାଇଁ ଆପଣଙ୍କୁ ଟ୍ରେନରେ ଥିବା ଟିଟିଇ ସହ ଯୋଗାଯୋଗ କରିବାକୁ ପଡିବ ଏବଂ ତାଙ୍କୁ ଏସଂପର୍କରେ ଅବଗତ କରାଇବାକୁ ହେବ । ଏହାପରେ ଟିଟିଇ ଆପଣଙ୍କୁ କିଛି ଅତିରିକ୍ତ ଚାର୍ଜ ନେଇ ଯେଉଁ ପର୍ଯ୍ୟନ୍ତ ଆପଣ ଯିବାକୁ ଚାହୁଁଛନ୍ତି ସେ ପର୍ଯ୍ୟନ୍ତର ଯାତ୍ରା ଟିକେଟ୍ କରାଇଦେବେ ।