ସାକ୍ଷାତ୍ କର ଆଉ ଚାକିରି ପାଅ ! ପାରାଦୀପ ପୋର୍ଟରେ ନିୟୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ଆବେଦନକାରୀଙ୍କ ପାଇଁ ରଖାଯାଇନାହିଁ କୌଣସି ବୟସସୀମା

109

ବେରୋଜଗାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । କାରଣ ପାରାଦୀପ ପୋର୍ଟ ଟ୍ରଷ୍ଟରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ବଡ କଥା ହେଲାକି, ଏଥିରେ କାମ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ବିନା କୌଣସି ପରୀକ୍ଷା ଦେଇ ତଥା ଇଂଟରଭିୟୁ ଜରିଆରେ ହିଁ ସିଧାସଳଖ ଚାକିରି ପାଇପାରିବେ । ସେହିପରି ଏଥିପାଇଁ ଆବେଦନକାରୀଙ୍କର କୌଣସି ନିର୍ଦ୍ଧାରିତ ବୟସସୀମା ରଖାଯାଇନାହିଁ । ତେବେ ନିମ୍ନରେ ଏସଂପର୍କରେ ବିସ୍ତାର ଭାବରେ ଆଲୋଚନା କରାଯାଇଛି ।

ୱେବସାଇଟ: www.paradipport.gov.in

ପଦବୀ ସଂଖ୍ୟା: ୧୦

ପଦବୀ ସଂପର୍କିତ ତଥ୍ୟ: ପାଇଲଟ୍, ଡେପୁଟି ସିଏମଓ ଏବଂ ମେଡିକାଲ ଅଫିସର

ଶିକ୍ଷାଗତ ଯୋଗ୍ୟତା: ପଦାନୁସାରେ

ଠିକଣା: ପାରାଦୀପ ପୋର୍ଟ ଟ୍ରଷ୍ଟ, ପୋଷ୍ଟ ଅଫିସ-ପରାଦୀପ ପୋର୍ଟ, ଜିଲ୍ଲା-ଜଗତସିଂହପୁର, ଓଡିଶା-୭୫୪୧୪୨

ବୟସ ସୀମା: ସର୍ବାଧିକ ୪୦ୟ୬୫ ବର୍ଷ (ପଦାନୁସାରେ)

କିପରି କରିବେ ଆବେଦନ: ସଂପୂର୍ଣ୍ଣ ରୂପେ ପୁରଣ ହୋଇଥିବା ଆବେଦନ ପତ୍ର ସହିତ କୁହାଯାଇଥିବା ସମସ୍ତ ଆବଶ୍ୟକୀୟ ଦସ୍ତାବିଜ ସାଥିରେ ଧରି ୱାର୍କ ଇନ ଇଂଟରଭିୟୁ ପାଇଁ ଦିଆଯାଇଥିବା ଠିକଣାରେ ଉପସ୍ଥିତ ହୋଇପାରିବେ ।

ସାକ୍ଷାତକାର ତାରିଖ: ୦୭ ଏପ୍ରିଲ, ୨୦୧୮ (ସକାଳ ୧୧ଟାଠାରୁ ଆରମ୍ଭ)