ବଡ ନିଷ୍ପତି : ଏଣିକି ମହିଳାମାନେ ପିନ୍ଧିପାରିବେନି ଜିନ୍ସ ଆଉ ଧରି ପାରିବେନି ମୋବାଇଲ୍

57

ମହିଳାଙ୍କ ପାଇଁ ଏଭଳି ଏକ ଅଜବ କଟକଟା ଲାଗୁ କରିଛି ହରିୟାଣାର ଏକ ଗାଁରେ ବସିଥିବା ପଂଚାୟତ । ସୂଚନା ମୁତାବକ, ହରିୟାଣାର ଇର୍ଶାପୁର ଖେଡି ନାମକ ଗାଁର ପଂଚାୟତ ମହିଳାଙ୍କ ପାଇଁ ଏଭଳି ଏକ ଅଜବ ନିୟମ ଲାଗୁକରିଛି । ଗାଁର ସରପଂଚ ପୂରା ଗାଁରେ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି । ନିୟମାନୁସାରେ, ମହିଳାମାନେ ନା କୌଣସି ଆଧୂନିକ ପୋଷାକ ପିନ୍ଧି ପାରିବେ ନା ହିଁ ମୋବାଇଲ ଫୋନ ବ୍ୟବହାର କରିପାରିବେ । ବଡ କଥା ହେଲା, ଏହି ନିୟମକୁ ଗାଁର ପିଲାରୁ ବୃଦ୍ଧା ଯାଏଁ ମାନିବାକୁ ବାଧ୍ୟ ଅଟନ୍ତି । ଯଦି କେହି ଏହାକୁ ଉଲଘଂନ କରେ ତେବେ ତା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗାଁର ମୁଖିଅ।। ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି ।

ଯଦି ଆପଣ ଏଭଳି ନିୟମର କାରଣ ସଂପର୍କରେ ଜାଣିବେ ତେବେ ଆପଣ ପୂରା ଆଶ୍ଚର୍ଯ୍ୟ ହୋଇଯିବେ । ସରପଂଚଙ୍କ କହିବାନୁସାରେ,ଗାଁରେ ଏଭଳି ଘଟଣା ଦୁଇଥର ଘଟିସାରିଛି କି, ଯୁବତୀମାନେ କୌଣସି ପୂଅ ସହ ଫେରାର ହୋଇଯାଇଛନ୍ତି ।ଯାହାଦ୍ୱାରା ପୂରା ଗାଁର ବଦନାମ ହେଉଛି । ହେଲେ ଏଭଳି କାଣ୍ଡ ପାଇଁ ପଂଚାୟତ ମହିଳାମାନେ ବ୍ୟବହାର କରୁଥିବା ମୋବାଇଲ ଫୋନ ଏବଂ ପୋଷାକପତ୍ରକୁ ଦାୟୀ କରିଛି । ପଂଚାୟତର କଟକଣା ଅନୁସାରେ, ଏଣିକି ଗାଁରେ କୌଣସି ବି ଝିଅ ନିକଟରେ ମୋବାଇଲ ଫୋନ ରହିବ ନାହିଁ କି ସେମାନେ କୌଣସି ଆଧୂନିକ ପୋଷାକ ପରିଧାନ କରିପାରିବେ ନାହିଁ । ବଡ କଥା ହେଲା କି ପଂଚାୟତର ଏଭଳି ନିଷ୍ପତିରେ ଗାଁ ଲୋକଙ୍କର ସମର୍ଥନ ବି ମିଳିଛି ଏବଂ ଗାଁର ଅଧିକାଂଶ ଲୋକେ ଏଭଳି ନିଷ୍ପତିକୁ ସ୍ୱାଗତ ମଧ୍ୟ ଜଣାଇଛନ୍ତି ।

ଇର୍ଶାପୁର ଖେଡି ଗାଁର ସରପଂଚଙ୍କ କଥାନୁସାରେ, କିଛି ଦିନ ତଳେ ଗାଁରୁ ଅନେକ ଝିଅ ଅନ୍ୟ ଗାଁର ଯୁବକଙ୍କୁ ପ୍ରେମ କରି ତାଙ୍କ ସହିତ ଲୁଚି ପଳାଇଥିଲେ ଆଉ ଝିଅମାନଙ୍କର ଏଭଳି କାଣ୍ଡରୁ ପୂରା ଗାଁକୁ ଲଜ୍ଜିତ ହେବାକୁ ପଡିଥିଲା । ତେଣୁ ବାଧ୍ୟ ହୋଇ ଆମକୁ ଏଭଳି ନିଷ୍ପତି ନେବାକୁ ପଡିଛି ।

ସୌଜନ୍ୟ: ଦ ହିନ୍ଦୁ