ପାକିସ୍ତାନର ସରକାରୀ ୱେବସାଇଟ୍ ହେଲା ହ୍ୟାକ୍ ! ରାଷ୍ଟ୍ରୀୟ ଧ୍ୱଜ ସହ ଜାତୀୟ ସଙ୍ଗୀତ ପୋଷ୍ଟ କଲେ ହ୍ୟାକର୍ସ

141

ହ୍ୟାକ୍ ହେଲା ପାକିସ୍ତାନର ସରକାରୀ ୱେବସାଇଟ୍ । ସୂଚନା ମୁତାବକ, ଗୁରବାର ଦିନ ପାକିସ୍ତାନ ସରକାରଙ୍କ ଏକ ୱେବସାଇଟ୍ ହ୍ୟାକ୍ କରାଯାଇଛି ଏବଂ ହ୍ୟାକର୍ସ ୱେବସାଇଟର ସନ୍ଦେଶ ବୋର୍ଡରେ ଭାରତୀୟ ରାଷ୍ଟ୍ରୀୟ ସଙ୍ଗୀତ ଏବଂ ସ୍ୱତନ୍ତ୍ରତା ଦିବସ ସମ୍ବନ୍ଧରେ କିଛି ଲେଖା ପୋଷ୍ଟ ହୋଇଥିବା ଖବର ମିଳିଛି ।

ତେବେ ୱେବସାଇଟରେ ଲେଖାଯାଇଛି କି, ‘ପାକିସ୍ତାନ ସରକାରଙ୍କ ନିକଟରେ ପହଂଚିବାର ଅଧିକାରୀକ ରାସ୍ତା’ । ଖାଲି ସେତିକି ନୁହେଁ ପାକିସ୍ତାନ ସରକାରଙ୍କ ୱେବସାଇଟକୁ ହ୍ୟାକ୍ କରି ସେଥିରେ ବଡ଼ ବଡ଼ ଅକ୍ଷରରେ ଲେଖାଯାଇଛି ‘ହ୍ୟାକଡ୍ ବାଏ ଏନଇଜିରୋ-ଏଚଫୋରସିକେଥ୍ରିଆର୍’ । ପରେ ଏହାକୁ ଠିକ୍ କରି ଦିଆଯାଇଛି ।

ସୂଚନା ମୁତାବକ, କିଛି ମାସ ପୂର୍ବରୁ ପାକିସ୍ତାନୀ ହ୍ୟାକର ସଦସ୍ୟମାନେ ଭାରତର ଚାରୋଟି ପ୍ରମୁଖ ଶିକ୍ଷାନୁଷ୍ଠାନ ସଂସ୍ଥା ଯଥା- ଭାରତୀୟ ପ୍ରଯୁକ୍ତିବିଦ୍ୟା ସଂସ୍ଥା (ଦିଲ୍ଲୀ ଆଇଆଇଟି), ଆଇଆଇଟି (ବନାରସ), ଅଲୀଗଡ ମୁସଲିମ ବିଶ୍ୱବିଦ୍ୟାଳୟ (ଏଏମୟୁ) ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ)ର ୱେବସାଇଟ୍ ହ୍ୟାକ୍ କରାଯାଇଥିଲା ।

ପରେ ଲଗାତର ଭାବେ ଭାରତୀୟ ହ୍ୟାକର ଗ୍ରୁପମାନେ ପାକିସ୍ତାନର ୱେବସାଇଟ୍ ହ୍ୟାକ୍ କରିଥିବା ଦାବି କରିଛନ୍ତି । ଅନ୍ୟପଟେ, ପାକିସ୍ତାନ ହ୍ୟାକର୍ସ ‘କ୍ରୃ’ ନାମକ ଏକ ସମୂହ କହିଛି କି, ‘ମୂଳ ୱେବସାଇଟରୁ କିଛି ବି ତଥ୍ୟ ନଷ୍ଟ କିମ୍ବା ଚୋରି କରାଯାଇନାହିଁ । ଆମେ ଏଠାରେ କେବଳ ଭାରତୀୟଙ୍କୁ ନିଜର ସନ୍ଦେଶ ପଠାଇଛୁ’ ।

ସୌଜନ୍ୟ: ଆଜତକ୍