ପାକିସ୍ତାନରୁ ହୃଦୟ ବିଦାରକ ଖବର । ଭାଇର ପ୍ରେମର ସଜ୍ଜା ପାଇଲା ଭଉଣୀ । ଉଲଗ୍ନ କରି ଗାଁ ସାରା ବୁଲାଇଲେ ଲୋକେ

99

ସମାଜରେ ନାରୀକୁ ଦିଆଯାଇଛି ସର୍ବୋଚ୍ଚ ସ୍ଥାନ । ନାରୀ ଜାତିର ସୁରକ୍ଷା ଏବଂ ଉନ୍ନତି ଦିଗରେ ସରକାର ଗଢୁଛନ୍ତି ଅନେକ ଯୋଜନା । ହେଲେ ଏହାର ପୂରା ବ୍ୟତିକ୍ରମ ଦେଖାଦେଇଛି ଶତ୍ରୁ ଦେଶ ପାକିସ୍ତାନରେ । ଯେଉଁଠି ଜଣେ ମହିଳାଙ୍କୁ ସର୍ବ ସମ୍ମୁଖରେ ଉଲଗ୍ନ ହେବାକୁ ବାଧ୍ୟ କରାଯାଇଛି ଆଉ ସବୁଠାରୁ ବଡ କଥା ହେଲା ଏହି ଘଟଣା ଘଟିଥିଲା ପୂରା ପ୍ରଶାସନ ସମ୍ମୁଖରେ ।

ସୂଚନା ମୁତାବକ, ପାକିସ୍ତାନର ଉତ୍ତର ପଶ୍ଚିମ ଅଂଚଳରେ ଥିବା ଏକ ଗାଁରେ ଘଟିଛି ଏଭଳି ଲଜ୍ଜାଜନକ ଘଟଣା । ଯେଉଁଠି ଜଣେ ଯୁବତୀଙ୍କୁ ଶିକାର ହେବାକୁ ପଡିଛି ପ୍ରତିଶୋଧର ନିଆଁରେ । ତେବେ ଯୁବତୀ ଜଣକର ଅପରାଧ ଏହା ଥିଲା କି ତାଙ୍କ ଭାଇ ଜଣେ ଝିଅକୁ ପ୍ରେମ କରୁଥିଲେ । ଯେଉଁଥି ପାଇଁ ଗାଁ ଲୋକେ ଭାଇର ଦୋଷକୁ ଭଉଣୀ ଭୋଗିବାକୁ ସ୍ଥିର କରିଥିଲେ । ପାକିସ୍ତାନ ପୁଲିସ ସୂଚନା ମୁତାବକ, ଯୁବତୀ ଜଣକର ଭାଇଙ୍କ ପ୍ରେମ ସଂପର୍କ ଜଣେ ପଡିଶୀ ଘରର ଝିଅ ସହିତ ଚାଲିଥିଲା ।

ଘଟଣାଟି ପ୍ରଘଟ ହେଲା ପରେ ଯୁବତୀ ଜଣକର ପରିବାର ଲୋକେ ନିଜର ପ୍ରତିପତି ଜାହିର କରିବା ଉଦ୍ଦେଶ୍ୟରେ ସବୁ ଦୋଷ ପୁଅ ଘର ଉପରେ ଦଲି ଦେଇଥିଲେ । ଏବଂ ଯାହାର ବିଚାର କରିଥିଲେ ଗାଁ ଲୋକେ । ଶେଷରେ ନିଷ୍ପତ୍ତି ଆସିଥିଲା କି ଭାଇର ଭୁଲ ପାଇଁ ଭଉଣୀ ସଜ୍ଜା ପାଇବା ଦରକାର ଆଉ ତାର ଦଣ୍ଡ ହେଲା ସମସ୍ତଙ୍କ ଆଗରେ ଉଲଗ୍ନ ହେବାକୁ ବାଧ୍ୟ କରାଯାଇଥିଲା । ତେବେ ଅଭିଯୋଗକାରୀଙ୍କ ପ୍ରତିଶୋଧର ନିଆଁ ଏତିକିରେ କମି ନଥିଲା । ସେମାନେ ମହିଳାଙ୍କୁ ଉଲଗ୍ନ କରି ସାରା ଗାଁ ଦାଣ୍ଡରେ ଚଲାଇ ଚଲାଇ ନେଇଥିଲେ । ପୁଲିସ ସୂତ୍ରରୁ ପ୍ରକାଶିତ ଖବର ମୁତାବକ, ଏହି ମାମଲାରେ ୭ ଜଣଙ୍କୁ ଗିରଫ କରିଛି । ବର୍ତ୍ତମାନ ଏହି ମାମଲାର ମୁଖ୍ୟ ଦୁଇ ଅଭିଯୁକ୍ତ ଫେରାର ଅଛନ୍ତି ।

ଏଠାରେ ଆମେ କହି ରଖୁଛୁ କି, ପାକିସ୍ତାନର ଏହି ଅଂଚଳରେ ପ୍ରତିବର୍ଷ ପ୍ରେମ କରୁଥିବା ଏବଂ ନିଜ ଇଚ୍ଛାରେ ବିବାହ କରିଥିବା ପାଖାପାଖି ୧୦୦୦ ଯୁବତୀଙ୍କର ହତ୍ୟା କରିଦିଆଯାଇଛି ଆଉ ସବୁଠାରୁ ବଡ କଥା ହେଲା ଏହି ସବୁ ଘଟଣା ଘଟିଥିଲା ପାକିସ୍ତାନ ସରକାର ଏବଂ ପୁଲିସ ପ୍ରଶାସନ ସାମ୍ନାରେ । ଯେଉଁମାନେ କି ସେଠାରେ ଉପସ୍ଥିତ ରହି ସମସ୍ତ ଘଟଣାର ମଜା ନେଉଥିଲେ ।

ସୌଜନ୍ୟ: ଅମର ଉଜାଲା