ରାଜ୍ୟ ସରକାରଙ୍କ ମରୁଡ଼ି ପ୍ୟାକେଜ । ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ପାଇଁ ସହାୟତା ଘୋଷଣା ।

ରାଜ୍ୟର ମରୁଡ଼ି ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।

118

କନକ ବ୍ୟୁରୋ: ରାଜ୍ୟର ମରୁଡ଼ି ପ୍ରଭାବିତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା । ୩୩ ପ୍ରତିଶତ ବା ଏହାଠାରୁ ଅଧିକ ଫସଲ ନଷ୍ଟ ହୋଇଥିଲେ ପ୍ରଭାବିତ ଚାଷୀଙ୍କୁ ମିଳିବ ସହାୟତା ରାଶି । ତେବେ ଅଣଜଳସେଚିତ ଓ ନାମବାତ୍ର ଚାଷୀଙ୍କୁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ମିଳିବ । ସେହିଭଳି ନିଶ୍ଚିତ ଜଳସେଚିତ ଅଞ୍ଚଳ ଚାଷୀଙ୍କୁ ୧୩ ହଜାର ୫୦୦ଟଙ୍କା ଏବଂ ବର୍ଷବ୍ୟାପୀ ଫସଲ ନିମନ୍ତେ ହେକ୍ଟର ପ୍ରତି ୧୮ ହଜାର ଟଙ୍କା ଓ ପ୍ରତି ଚାଷୀଙ୍କୁ ସର୍ବାଧିକ ୨ ହେକ୍ଟର ପର୍ଯ୍ୟନ୍ତ ମରୁଡ଼ି ସହାୟତା ରାଶି ପ୍ରଦାନ କରିବେ ରାଜ୍ୟ ସରକାର ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ରବି ଫସଲ ୨୦୧୮-୧୯ରେ ୧ ଲକ୍ଷ ଡାଲି ମିନିକିଟ୍, ୩୦ ହଜାର ତୈଳବୀଜ ମିନିକିଟ୍ ଓ ୨୦ ହଜାର ପନିପରିବା ବିହନ ପ୍ରଭାବିତ ଚାଷୀଙ୍କୁ ମାଗଣାରେ ଯୋଗାଇ ଦିଆଯିବ । ଶତକଡ଼ା ୫୦ ଭାଗ ଓ ସର୍ବାଧିକ ୧୫ ହଜାର ଟଙ୍କା ରିହାତିରେ ୩ହଜାର ଗୋଟି ପାଣି ପମ୍ପ ଏବଂ ୯୦ ପ୍ରତିଶତରେ ସର୍ବାଧିକ ୫୪ ହଜାର ଟଙ୍କା ରିହାତିରେ ସୌର ଜଳନିଧି ଯୋଜନାରେ ୧ହଜାର ଗୋଟି ସୌରଚାଳିତ ପାଣି ପମ୍ପ ଯୋଗାଇଦିଆଯିବ ।

ସେହିଭଳି ରବି ଫସଲ ୨୦୧୮-୧୯ରେ ୫୦ ପ୍ରତିଶତ କିମ୍ବା ସର୍ବାଧିକ ୩ ହଜାର ୮୦୦ଟଙ୍କା ରିହାତିରେ ବ୍ୟାଟେରୀ ଚାଳିତ ସିଞ୍ଚନ ଯନ୍ତ୍ର ପ୍ରଦାନ କରାଯିବ । ୩୩ ପ୍ରତିଶତ କିମ୍ବା ଚତୁର୍ଦ୍ଦ ଫସଲ ହାନି ହୋଇଥିବା ଅଞ୍ଚଳରେ ୨୦୧୮ ଖରିଫରେ ଦିଆଯାଇଥିବା ସ୍ୱଳ୍ପ ଅବଧି ଋଣକୁ ମଧ୍ୟମ ଅବଧି ଋଣରେ ପରିବର୍ତ୍ତିତ କରାଯାଇ ୨୦୧୯ ସେପ୍ଟେମ୍ବର ୩୦ ତାରିଖକୁ କରିବର୍ତ୍ତନ କରାଯିବ । ଧାର୍ଯ୍ୟ ଋଣ ପରିଷୋଧକାରୀ ଚାଷୀଙ୍କୁ ମଧ୍ୟ ଅବଧି ଋର ନିମନ୍ତେ ୩ ପ୍ରତିଶତ ପ୍ରୋତ୍ସାହନ ରାଶି ପ୍ରଦାନ କରିବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି ।

ମରୁଡ଼ି ପ୍ରଭାବିତ ଅଞ୍ଚଳର ଚାଷୀ ମାନଙ୍କର ତୁରନ୍ତ ଶସ୍ୟ କାଟ୍ କରି ଫସଲ ବୀମା ରାଶି ଉପଲବ୍ଧ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏହାସହ ମରୁଡ଼ି ପ୍ରଭାବିତ ଗ୍ରାମ, ପଞ୍ଚାୟତ ଗୁଡ଼ିର ବାସହୀନ ଚାଷୀମାନଙ୍କ ଜୀବନଜୀବିକା ସହାୟତା ଭାବେ ୨୦ହଜାର ଜଣଙ୍କୁ ବାଡ଼ିରେ କୁକୁଡ଼ା ଚାଷ ନିମନ୍ତେ ସହାୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ସେହିଭଳି ମରୁଡ଼ି ପ୍ରଭାବିତ ଅଞ୍ଚଳରେ ପରୀକ୍ଷା ଓ ଟ୍ୟୁସନ୍‌ ଫି ଛାଡ଼ ହେବ। ସରକାରୀ ଏବଂ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଏହା ଲାଗୁ ହେବ। ୩୩ ପ୍ରତିଶତ ଅଥବା ଅଧିକ ଫସଲହାନୀରେ ଖଜଣା, ଜଳକର ସଂପୂର୍ଣ୍ଣ ଛାଡ଼ ହେବ। ମନେରଗା ଅଧୀନରେ ଅତିରିକ୍ତ ୫୦ଟି ଶ୍ରମଦିବସ ସୃଷ୍ଟିକରାଯିବ।

Comments are closed.