ହୁସିଆର୍ ! ଦ୍ରୁତ ଗତିରେ ବଢିବାରେ ଲାଗିଛି ଏହି ର୍ଦୁଲ୍ଲଭ ବ୍ଲାକହୋଲର ଆକାର । କୌଣସି ବି ମୁହୂର୍ତ୍ତରେ ଘଟିପାରେ ବଡ ଅଘଟଣ

44

ମିଳିଥିବା ସୂଚନା ଅନୁସାରେ, ବୈଜ୍ଞାନିକମାନେ ନିକଟରେ ଏଭଳି ରହସ୍ୟମୟୀ ପିଣ୍ଡ ଠାବ କରିଛନ୍ତି, ଯାହାର ଅନ୍ତ ଏଭଳି କିଛି ହୋଇପାରେ ବୋଲି ଅନୁମାନ କରାଯାଉଛି । ବୈଜ୍ଞାନିକମାନେ, ବିଶ୍ୱର ସବୁଠୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏକ ବ୍ଲାକହୋଲ୍ ଠାବ କରିଛନ୍ତି । ଯାହା ସଂପର୍କରେ ଆମେ ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରିଛୁ ।

ଅଷ୍ଟ୍ରେଲିୟାନ ନ୍ୟାସନାଲ ୟୁନିଭର୍ସିଟିର ବୈଜ୍ଞାନିକଙ୍କ ମତାନୁସାରେ, ଏହା ଏକ ବିଶାଳକାୟ ପିଣ୍ଡ । ଯାହାକି ପ୍ରତି ଦୁଇ ଦିନରେ ସୂର୍ଯ୍ୟ ଭଳି ଓଜନ ତଥା ଆକାରକୁ ଗିଳି ଦେଇପାରେ । ଏହି ବ୍ଲାକ୍ ହୋଲର ଆକାର ବର୍ତ୍ତମାନ ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିିଛି ଆଉ ଏହାର ଚମକ ଏକ ଆକାଶଗଙ୍ଗାଠାରୁ ହଜାର ଗୁଣା ଅଧିକ ରହିଛି । ତେବେ ପ୍ରତିଦିନ ଯେତେ ମାତ୍ରାରେ ଗ୍ୟାସ ଏହି ଅବଶୋଷଣ କରିଥାଏ , ତା ଦ୍ୱାରା ବ୍ରାହ୍ମାଣ୍ଡରେ ତାପମାତ୍ରା ପ୍ରବଳ ମାତ୍ରାରେ ବୃଦ୍ଧି ପାଉଛି ।

ବୈଜ୍ଞାନିକଙ୍କ କହିବା କଥା ହେଲା, ଯଦି ଏହା ଉଭୟ ପୃଥିବୀ ଏବଂ ସୌରମଣ୍ଡଳ ସ୍ଥିତ ଆକାଶଗଙ୍ଗା ମଝିଆ ମଝି ଚାଲିଆସେ ତେବେ ଏହା ଚନ୍ଦ୍ରଠାରୁ ପାଖାପାଖି ୧୦ ଗୁଣା ଅଧିକ କିରଣ ପ୍ରଦାନ କରିବ ।ଏହାର ଚମକ ଏତେ ପରିମାଣରେ ବଢିଯିବ କି, ଏହା ଆକାଶରେ ଥିବା ସମସ୍ତ ତାରାଗୁଡିକର ଆଲୋକ ରଶ୍ମୀକୁ ଶେଷ କରିଦେଇପାରେ ।
ତେବେ କାସର ନାମରେ ଠାବ କରାଯାଇଥିବା ଏହି ବ୍ଲାକ୍ ହୋଲରୁ ବାହାରୁ ଥିବା କିରଣ ବହୁଳମାତ୍ରା ସାମିଲ ରହିଛି ଅଲଟ୍ରାଭାଉଲେଟ୍ ରଶ୍ମୀ ।

ଏଥିସହିତ ଏଥିରେ ଏକ୍ସ-ରେ କିରଣ ମଧ୍ୟ ସାମିଲ ରହିଛି । ଯଦି ଏହା ପୃଥିବୀର ସମକ୍ଷ ସ୍ଥିତ ସ୍ୱତ ଆକାଶଗଙ୍ଗାର ନିକଟବର୍ତ୍ତୀ ହୋଇଯାଏ ତେବେ ଏଥିରୁ ନିର୍ଗତ ହେଉଥିବା ଅତ୍ୟଧିକ ମାତ୍ରାର ହାନିକାରକ ଏବଂ ବିଷାକ୍ତ କିରଣ ଯୋଗୁଁ ମନୁଷ୍ୟ ସମାଜର ସଂପୂର୍ଣ୍ଣ ବିଲୟ ଘଟିପାରେ । କାରଣ ଯେଭଳି ଭାବରେ ଏହାର ଆକାର, ରଙ୍ଗ ଏବଂ ଦିଗରେ ଦିନକୁ ଦିନ ପରିବର୍ତ୍ତନ ଦେଖାଦେଉଛି ସେଭଳି ଭାବରେ ଏହି ପିଣ୍ଡର ସ୍ୱଭାବରେ ମଧ୍ୟ ଅନୁରୂପ ପରିବର୍ତ୍ତନ ଦେଖାଦେଉଛି । ତେବେ ଏଭଳି ପ୍ରକାରର ବ୍ଲାକ୍ ହୋଲ ବିଶ୍ୱରେ ବହୁତ ର୍ଦୁଲ୍ଲଭ ବୋଲି ବୈଜ୍ଞାନିକଙ୍କ ଦାବି ରହିଛି ।

ସୌଜନ୍ୟ: ଦୈନିକ ଜାଗରଣ