ଟି-ସାର୍ଟର କାହାଣୀ ! ଜାଣନ୍ତୁ କେବେ ଏବଂ କିପରି ହୋଇଥିଲା ଏହାର ଜନ୍ମ

57

ଆଜିକାଲି ଉଭୟ ଯୁବକ ଓ ଯୁବତୀ ତଥା ବୟସ୍କ ଲୋକେ ମଧ୍ୟ ଟି-ସାର୍ଟ ପିନ୍ଧୁଥିବାର ଦେଖିବାକୁ ମିଳିଛି । ତେବେ ଏହି ବିଦେଶୀ ପୋଷାକ ଇଂଲଣ୍ଡରେ ସର୍ବପ୍ରଥମେ ତିଆରି ହୋଇଥିଲା ବୋଲି ମତ ରହିଛି । ଆଜିକାର ବଜାରରରେ ବିଭିନ୍ନ ଡିଜାଇନ ସହ ଦାମୀ ତଥା ଶସ୍ତା ମୂଲ୍ୟରେ ମଧ୍ୟ ଟି-ସାର୍ଟ ବିକ୍ରି ହେଉଛି । ତେବେ ଏହି ଟି-ସାର୍ଟର ଆରମ୍ଭ ଦିନର ଯାତ୍ରା ବେଶ ରୋଚକ ।

ନିକଟରେ ଜଣେ ଆମେରିକୀୟ ବ୍ୟକ୍ତି ଟି-ସାର୍ଟ ସଂପର୍କିତ ବିଭିନ୍ନ ତଥ୍ୟ ୱେବସାଇଟରେ ଉଲ୍ଲେଖ କରିଥିଲେ । ସେ କହିଛନ୍ତି କି, ୧୯୦୪ ବେଳକୁ ଏକ ନାମକରା ପୋଷାକ କଂପାନୀର ଦରଜି ହିଁ ଏହି ଟି-ସାର୍ଟ ତିଆରି କରିଥିଲେ । ଯାହାର ମୁଖ୍ୟ କାରଣ ଥିଲା କି, ଅବିବାହିତ ଯୁବକମାନେ ନିୟମିତ ଭାବେ ସେମାନଙ୍କ ସାର୍ଟର ବୋତାମ ଛିଣ୍ଡି ଯାଉଥିବାର ଅଭିଯୋଗ ଦୋକାନୀଙ୍କୁ ଜଣାଉଥିଲେ । ସେ ସମୟରେ ପାଶ୍ଚାତ୍ୟ ରାଷ୍ଟ୍ରରେ ମଧ୍ୟ ମହିଳାମାନେ ଏସବୁ ଘରକରଣା କାମରେ ସିଦ୍ଧହସ୍ତ ନଥିଲେ ।

ତେବେ ବିବାହ କରି ନଥିବା ଯୁବକଙ୍କ ପାଇଁ ଅନ୍ୟତମ ପ୍ରମୁଖ ଅସୁବିଧା ଥିଲା ସେମାନଙ୍କ ଟି-ସାର୍ଟର ବୋତାମ ଛିଣ୍ଡି ଯିବା । ଶେଷରେ ଏହି ପରିସ୍ଥିତିର ସମାଧାନ ଭାବେ ତିଆରି ହୋଇଥିଲା ଟି-ସାର୍ଟ । ଏହା ମଧ୍ୟରେ ଟି-ସାର୍ଟକୁ ୧୧୩ ବର୍ଷ ହୋଇଗଲାଣି । ହେଲେ ଟି-ସାର୍ଟ ଏବେ ମଧ୍ୟ ସମସ୍ତଙ୍କର ପ୍ରିୟ ହୋଇ ରହିଛି ।