ବେରୋଜଗାରୀଙ୍କ ପାଇଁ ଖୁସି ଖବର: ଡାକବିଭାଗରେ ନିଯୁକ୍ତି ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି, ୫୦ ବର୍ଷ ବୟସ ପର୍ଯ୍ୟନ୍ତ କରିପାରିବେ ଆବେଦନ

152

ବେରୋଜଗାରୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଡାକ ବିଭାଗରେ ନିଯୁକ୍ତି ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଯେଉଁଥିପାଇଁ ଆବେଦନ କରିବାର ଶେଷ ତାରିଖ ରହିଛି ୧୧ ସେପ୍ଟେମ୍ବର, ୨୦୧୮ ।  ବଡ କଥା ହେଉଛି, ଏଥିପାଇଁ ଯୋଗ୍ୟ ଆଶାୟୀପ୍ରାର୍ଥଙ୍କ ସର୍ବାଧିକ ବୟସ ସୀମା ୫୦ ବର୍ଷ ଧାର୍ଯ୍ୟ କରାଯାଇଛି । ଅର୍ଥାତ ୫୦ ବର୍ଷ ବୟସ ପର୍ଯ୍ୟନ୍ତ ପ୍ରାର୍ଥୀଙ୍କୁ ବି ଏଥିପାଇଁ ଆବେଦନ କରିବାର ସୁଯୋଗ ମିଳିବ । ତେବେ ଏସଂପର୍କରେ ଅଧିକ ସୂଚନା ନିମ୍ନରେ ବିସ୍ତାର ଭାବରେ ଆଲୋଚନା କରାଯାଇଛି ।

ଡାକବିଭାଗ, ପଶ୍ଚିବଙ୍ଗ ସର୍କଲ(WBP): ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆବେଦନ କରିବାର ଶେଷ ତାରିଖ: ୧୧ ସେପ୍ଟେମ୍ବର, ୨୦୧୮

ଚୟନ ପ୍ରକ୍ରିୟା: ଆଶାୟୀପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ କରାଯିବ ।

େଓବସାଇଟ: www.westbengalpost.gov.in

ମୋଟ ପଦବୀ: ୨୦୩

ପଦବୀ ସଂପର୍କିତ ତଥ୍ୟ: ମଲ୍ଟି ଟାସ୍କିଂ ଷ୍ଟାଫ ୭୫ ପ୍ରତିଶତ ଜିଡିଏସ ପାଇଁ ଏବଂ ୨୫ ପ୍ରତିଶତ ସିଧାସଳଖ ନିଯୁକ୍ତି ପାଇଁ ।

ଶିକ୍ଷାଗତ ଯୋଗ୍ୟତା: ସଂସ୍ଥା ଦ୍ୱାରା ନିର୍ଧାରିତ କରାଯିବ ।

ବୟସ ସୀମା: ସର୍ବାଧିକ ବୟସ ୫୦ ବର୍ଷ ଧାର୍ଯ୍ୟ କରାଯାଇଛି ।

ଆବେଦନ ଶୁଳ୍କ: ବିଭାଗ ଦ୍ୱାରା ନିର୍ଧାରିତ ।

ଆବେଦନ ପ୍ରକ୍ରିୟା: ଆଶାୟୀପ୍ରାର୍ଥୀ ବିଜ୍ଞାପିତ ପଦବୀ ପାଇଁ ୦୭ ସେପ୍ଟେମ୍ବର, ୨୦୧୮ ସୁଦ୍ଧା ଅନଲାଇନ ଆବେଦନ କରିପାରିବେ ।