ମାମୁଁ ଘରେ ମାମଲା ନାହିଁ ! ସୀମାର ଶାନ୍ତି ପ୍ରିୟ ଥାନା

48

ଶାହଗଡର ଜୈସଲମେର ନିକଟସ୍ଥ ପାକିସ୍ତାନ ସୀମାରେଖାରେ ରହିଛି ଏହି ଥାନା । ଯେଉଁଠି ପୋଲିସ ଅଧିକାରୀଙ୍କ ପାଖରେ କୌଣସି ବି କାମ ନାହିଁ । ଖାଲି ସେତିକି ନିହେଁ କେତେ ଥର ଏପରି ମଧ୍ୟ ଘଟିଛି କି ଗୋଟେ ଗୋଟେ ବର୍ଷ ଥାନାରେ କୌଣସି ବି ଅଭିଯୋଗ ଆସି ନାହିଁ । ତେବେ ଏହି ଥାନାରେ ବର୍ଷେ କି ୫ ବର୍ଷ ନୁହେଁ ବରଂ ଦୀର୍ଘ ୨୩ ବର୍ଷ ମଧ୍ୟରେ ଦାଖଲ ହୋଇଛି ମାତ୍ର ୫୫ ମକଦ୍ଦମା । ସବୁଠାରୁ ବଡ କଥା ହେଲା ଏହି ସମସ୍ତ ମକଦ୍ଦମା ମଧ୍ୟରେ ଗୋଟିଏ ବି ଦୁଷ୍କର୍ମ ଭଳି ମାମଲାର ଅଭିଯୋଗ ରହିନାହିଁ । ଯାହା ଅନ୍ୟ ଥାନାମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛି ।

ପୋଲିସ ସୂତ୍ର ଅନୁସାରେ, ୧୯୯୩ ମସିହାରେ ସୀମାରେ ଯେପରି କୌଣସି ଅପ୍ରିତିକର ସମସ୍ୟା ନ ଉପୁଜେ ତାହାକୁ ଦୃଷ୍ଟିରେ ରଖି ଏହି ଥାନାଟି ନିର୍ମାଣ କରାଯାଇଛି । ତେବେ ତାରବନ୍ଦି ଉପରେ ଲଗାମ ଲଗାଯିବା ସହ ସୀମାବର୍ତ୍ତୀ ଅଂଚଳରେ ଥିବା ଏହି ଥାନା ଉପରେ ରହିଛି ୨୦୦ ବର୍ଗ କିଲୋମିଟର ମଧ୍ୟରେ ଥିବା ଅଂଚଳର ଦାୟିତ୍ୱ । ଆଉ ଏହା ଅନ୍ତର୍ଗତ ୨ଟି ପଂଚାୟତର ପାଖାପାଖି ୧୦ ହଜାର ଲୋକ ବାସ କରନ୍ତି ।

୨୦୧୬ ମସିହାରେ ଏଯାବତ୍ କୌଣସି ବି ମାମଲା ଥାନାରେ ଅଭିଯୋଗ ହୋଇନାହିଁ । ୨୦୧୫ରେ କେବଳ ମାତ୍ର ୨ଟି ମାମଲା ରୁଜ୍ଜୁ କରାଯାଇଥିଲା । ସେ ପୁଣି ସଡକ ଦୁର୍ଘଟଣା ମାମଲା । ବର୍ଷ ୨୦୧୪ରେ ୩ଟି ମାମଲା ମଧ୍ୟରୁ ଗୋଟିଏ ମାରପିଟ, ୨ୟ ଟି ଚୋରି ଏବଂ ୩ୟଟି ଥିଲା ସଡକ ଦୁର୍ଘଟଣା । କହିବାକୁ ଗଲେ ଏହି ଥାନାଟି ସଂପୂର୍ଣ୍ଣ ନିଛାଟିଆ ତଥା ମରୁଭୂମି ନିକଟବର୍ତ୍ତୀ ଅଂଚଳରେ ଅବସ୍ଥାପିତ । ଯାହାଦ୍ୱାରା କି ଥାନାର ଆଖପାଖ ଏରିଆରେ କୌଣସି ଜନବସତି ନଜର ଆସିବା କଷ୍ଟକର । ପୋଲିସ ଅଧିକାରୀଙ୍କ କହିବା କଥା ହେଲା, ଯେତେବେଳେ ସେ ପେଟ୍ରୋଲିଂରେ ବାହାରନ୍ତି ସେତେବେଳେ ସେମାନଙ୍କୁ କାଁ ଭାଁ ଲୋକ ନଜର ଆସନ୍ତି ।