ଏକ ନିଆରା ବ୍ୟାଙ୍କ । କେବଳ ରବିବାର ଖୋଲେ । ଗରିବଙ୍କୁ କରେ ସାହାଯ୍ୟ

108

କାହିଁ କେଉଁ କାଳରୁ ସମାଜରେ ରହିଛି ଧନୀ ଓ ଗରିବର ଭେଦଭାବ । ଅନେକ ସ୍ୱାଦିଷ୍ଟ ଭୋଜନରେ ଭାସୁଥିବା ବେଳେ ବହୁ ଲୋକ ଦି’ ଓଳି ପେଟପୁରା ଖାଇବାକୁ ପାଆନ୍ତି ନାହିଁ । ପାଣି ଢୋକେ ପିଇ ଫୁଟପାଥ କିମ୍ବା ରେଳଷ୍ଟେସନରେ ଶୋଇଯାଆନ୍ତି ଆସନ୍ତାକାଲିର ସୂର୍ଯ୍ୟୋଦୟ ଅପେକ୍ଷାରେ ।

ସମାଜରେ ସନ୍ତୁଳନ ରକ୍ଷା କରିବା ପାଇଁ ସମସସ୍ତଙ୍କ ପାଇଁ ଖାଦ୍ୟ ନିହାତି ଦରକାର । ସମସ୍ତେ ଭୋକିଲା ମୁକ୍ତ ହେବା ଦରକାର । ତାର ଅର୍ଥ ସମସ୍ତଙ୍କ ପାଇଁ ଖାଦ୍ୟ ନିହାତି ଜରୁରୀ । କିନ୍ତୁ ଭାରତରେ ଏହାର ବ୍ୟତିକ୍ରମ ଦେଖାଯାଇଥାଏ । ସାଧାରଣତଃ ଭାରତରେ ଗରିବ ଓ ଧନୀଙ୍କ ଭିତରେ ଅନେକ ପ୍ରଭେଦ ଦେଖାଦେଇଥାଏ ।

ଏବେବି ଆମ ସମାଜରେ ଅନେକ ଲୋକ ଖାଇବା ପାଇଁ ସଂଘର୍ଷ କରୁଛନ୍ତି । ଗରିବ ଲୋକଙ୍କ ପାଇଁ ଗୋଟେ ଓଳି ଖାଦ୍ୟ ସଂଗ୍ରହ କରିବା କଷ୍ଟ ହୋଇପଡୁଛି । ଆମ ସମାଜରେ ଏଭଳି ବ୍ୟତିକ୍ରମ ପାଇଁ କେତେକ ଯୁବକ, ସେମାନଙ୍କୁ ସାହାଯ୍ୟ କରିବାପାଇଁ ଅଂଟା ଭିଡିଛନ୍ତି । ମୋରାଦାବାଦର କିଛି ସମ୍ବେଦନମଶୀଳ ଯୁବକ ସେମାନଙ୍କର ଦୁଃଖ ଓ ଯନ୍ତ୍ରଣାକୁ ଅନୁଭବ କରିଥିଲେ । ଆଉ ସେହି ଭୋକିଲା ମଣିଷଙ୍କ ପାଇଁ ଖୋଲିଲେ ବ୍ୟାଙ୍କ ।

ବ୍ୟାଙ୍କରେ ଟଙ୍କା ଡିପୋଜିଟ କରାଯାଏନି

ମୋରାଦାବାଦର ଏହି ବ୍ୟାଙ୍କରେ କିଛି ଟଙ୍କା ରଖିବାକୁ ପଡେ ନାହିଁ । କେବଳ ଖାଦ୍ୟ ସଂଗ୍ରହ କରାଯାଏ । ତାପରେ ଏହି ଯୁବକମାନେ ସହରର ବିଭିନ୍ନ ସ୍ଥାନରେ ଭୋକିଲା ପେଟରେ ଶୋଇଥିବା ଲୋକଙ୍କ ପାଖକୁ ଯାଇ ଖାଦ୍ୟ ପରିବେଷଣ କରିଥାଆନ୍ତି । ଖୋଲାଆକାଶ ତଳେ ଜୀବନ କଟାଉଥିବା ଲୋକମାନଙ୍କ ପାଇଁ ସବୁବେଳେ ରାତିରେ ଖୋଲିଥାଆନ୍ତି ଖାଦ୍ୟର ବ୍ୟାଙ୍କ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏଥିରେ ଡାକ୍ତର, ଇଂଜିନିୟର, ଶିଳ୍ପପତିମାନେ ବି ସାମିଲ ହୋଇଛନ୍ତି । ରବିବାର ଦିନ ସେମାନେ ଏଭଳି ପ୍ରଶଂସନୀୟ କାମ କରିଥାଆନ୍ତି । ମନ୍ଦିର, ଷ୍ଟେସନ ଓ ଫୁଟପାଥରେ ଶୋଇଥିବା ଲୋକଙ୍କୁ ଧରାଇଦେଇଥାନ୍ତି ଫୁଡ ପ୍ୟାକେଟ ।

କେମିତି କାମ କରେ ଖାଦ୍ୟ ବ୍ୟାଙ୍କ
ଦେଶର ବିଭିନ୍ନ ପ୍ରାନ୍ତରେ କାମ କରେ ଖାଦ୍ୟ ବ୍ୟାଙ୍କ । ମୋରାଦାବାଦ ଭଳି ବିଭିନ୍ନ ରାଜ୍ୟରେ କାମକରନ୍ତି କିଛି ସମ୍ବେଦନଶୀଳ ଯୁବକ । ଭୋକିଲା ପେଟରେ କେହି ନରହନ୍ତୁ ସେହି ଲକ୍ଷ୍ୟରେ କାମ କରୁଛନ୍ତି ଏହି ବ୍ୟକ୍ତିମାନେ । କିଛି ଧନୀ ଲୋକଙ୍କ ଠାରୁ ସେମାନେ ପରିବା ଓ ଖାଦ୍ୟ ପଦାର୍ଥ ସଂଗ୍ରହ କରିଥାଆନ୍ତି । ତାପପରେ ସେମାନେ ରନ୍ଧା ଖାଦ୍ୟ ଲୋକଙ୍କୁ ବାଂଟି ଥାଆନ୍ତି । ସଂଗଠନର କିଛି ଯୁବକ ଦେଖିଥିଲେ ଗରିବ ଓ ଭୋକିଲା ପିଲାମାନେ ଅଳିଆ ଆବର୍ଜନାରୁ ଖାଦ୍ୟ ସଂଗ୍ରହ କରି ଖାଉଛନ୍ତି । ଏହା ସେମାନଙ୍କୁ ବ୍ୟଥିତ କରିଥିଲା । ଆଉ ସେମାନେ ସେବାଠାରୁ ଶପଥ ନେଇଥିଲେ ସେମାନଙ୍କୁ ଭୋକିଲା ରହିବାକୁ ଦେବେ ନାହିଁ । ଆଉ ସେବେ ଠାରୁ ସେମାନଙ୍କ ପାଇଁ ଆରମ୍ଭ କଲେ କାମ ।

କେବଳ ସେତିକି ନୁହେଁ ସେମାନେ ଗରିିବ ରୋଗୀଙ୍କ ପାଇଁ ମଧ୍ୟ ମାଗଣାରେ ପାଉଁରୁଟି ଯୋଗାଇବାର ବ୍ୟବସ୍ଥା କରାଇଛନ୍ତି । ବିଭିନ୍ନ ଡାକ୍ତରଖାନାକୁ ଯାଇ ରୋଗୀଙ୍କୁ ରୁଟି ବାଂଟିଥାଆନ୍ତି । ସେମାନେ ରୁଟି, ତରକାରୀ , ପିଆଜ ସହ କଂଚା ଲଙ୍କା ମଧ୍ୟ ବାଂଟିଥାଆନ୍ତି । ସେମାନଙ୍କୁ ଏହି କାମରେ ସାହାଯ୍ୟ କରିଥାଆନ୍ତି ବିଭିନ୍ନ ପରିବା ମଣ୍ଡି । ସେମାନେ ପ୍ରାୟ ପାଂଚଶହ ଲୋକଙ୍କ ପାଇଁ ଖାଦ୍ୟ ଯୋଗାଇଥ।।ନ୍ତି ।

ଚାନ୍ଦା ନେଇନଥାନ୍ତି
ରୁଟି ବ୍ୟାଙ୍କର ସଦସ୍ୟ ମାନେ କାହା ପାଖରୁ ଚାନ୍ଦା ଗ୍ରହଣ କରିନଥାନ୍ତି । ସେମାନେ କେବଳ ରୁଟି ଓ ପନିପରିବା ଗ୍ରହଣ କରିଥାନ୍ତି ମୋରାଦାବାଦର ମିଲନ ଅଂଚଳରେ ରୋଟିବ୍ୟାଙ୍କର ଅଫିସ ଅଛି ଯେଉଁଠି ସେମାନେ ଫୁଡ ପ୍ୟାକେଟ କରିବା ସହ ଗରିବ ଲୋକଙ୍କ ପାଇଁ କାମ କରିଥାଆନ୍ତି ।