ନେତା ଦେଲେ ଅଭିଶାପ । ଅନ୍ୟ କୌଣସି ଦଳର ରାଲିରେ ସାମିଲ ହେଲେ ଲାଗିବ ମହାପାପ, ହୋଇଯିବ ଜଣ୍ଡିସ୍

26

ନିଜ ଦଳ ଛାଡି ଅନ୍ୟ କୌଣସି ଦଳର ପ୍ରଚାର କିମ୍ବା ଅନ୍ୟ କୌଣସି ରାଲିରେ ସାମିଲ ହେଲେ ଅଭିଶାପ ଲାଗିବ । ତାଙ୍କୁ ଜଣ୍ଡିସ ଭଳି ମହାମାରୀ ରୋଗ ହୋଇଯିବ ବୋଲି ବିବାଦୀୟ ଦେଇଛନ୍ତି ୟୁପିର ଜଣେ ମନ୍ତ୍ରୀ । ଯୋଗୀ ସରକାର ଅଧିନସ୍ଥ ମନ୍ତ୍ରୀ ଓମ୍ ପ୍ରକାଶ ରାଜଭର ନିଜ କର୍ମକର୍ତ୍ତାମାନଙ୍କୁ କହିଛନ୍ତି କି ଯଦି ଅନ୍ୟଦଳର ରାଲିରେ ଯାଓ ତେବେ ମୋର ଅଭିଶାପ ଲାଗିବ ।

ସୂଚନା ମୁତାବକ, ନିକଟରେ ଏକ ମହିଳା ମହାସମାବେଶରେ ଯୋଗଦେଇ ମନ୍ତ୍ରୀ ଓମ୍ ପ୍ରକାଶ ଏଭଳି ବିବାଦୀୟ ବୟାନ ଦେଇ କହିଥିଲେ କି, ଯଦି ଆପଣମାନଙ୍କ ମଧ୍ୟରୁ କେହି ଅନ୍ୟ ପାର୍ଟିର ରାଲିରେ ମୋ ବିନା ଅନୁମତିରେ ସାମିଲ ହୁଅନ୍ତି ତେବେ ତାଙ୍କ ଉପରେ ମୋର ଅଭିଶାପ ପଡିବ ଏବଂ ତାଙ୍କୁ ଜଣ୍ଡିସ ହୋଇଯିବ ଆଉ ଏହି ଜଣ୍ଡିସ ସେତେବେଳେ ଯାଇ ଭଲ ହେବ ଯେତେବେଳେ ସେ ଓମ୍ ପ୍ରକାଶ ରାଜଭରଙ୍କଠାରୁ ମେଡିସିନ ନେବେ । ତେବେ ରାଜଭରଙ୍କ ଏଭଳି ବୟାନ ପ୍ରଥମ ଥର ନୁହେଁ ବରଂ ପୂର୍ବରୁ ବି ସେ ନିଜର ବିବାଦୀୟ ବୟାନକୁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ।

ପୂର୍ବରୁ ଦେଇଥିବା ବିବାଦୀୟ ବୟାନ

• ୨୮ ଏପ୍ରିଲରେ ମନ୍ତ୍ରୀ ଓମ୍ ପ୍ରକାଶ ବାରଣାସୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କହିଥିଲେ କି, ସବୁଠାରୁ ଅଧିକ ମଦ ଯାଦବ ଓ ରାଜପୁତମାନେ ହିଁ ପିଅନ୍ତି ଆଉ ବେଶି ବଦମାଶ ରାଜଭର ସମାଜ ହୋଇଥାଏ ।

• ସେହିପରି ଯୋଗୀ ସରକାରଙ୍କୁ ଦଳିତ ବିରୋଧୀ ସମ୍ବର୍ନ୍ଧନା କରି କହିଥିଲେ କି, ସଭିଁଙ୍କ ସହିତ-ସଭିଁଙ୍କର ବିକାଶର ନାରାବାଜୀ ଦେଉଥିବା ସରକାରରେ ଜିଲ୍ଲାର ଅଧିକାଂଶ ଥାନାରେ ସାଧାରଣ ବର୍ଗର ଲୋକମାନଙ୍କର ଉନ୍ନତି ଘଟିଛି ।