ଇଂଚେ ଦୂରରେ ଅଟକିଗଲା ମୃତ୍ୟୁ ! ମୁମ୍ବାଇର ଚର୍ଣ୍ଣି ରୋଡ୍ ଷ୍ଟେସନରେ ଏହି ଅଭାନୀୟ ଘଟଣା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ

34

ଅଳ୍ପକେ ମୁତ୍ୟୁ ମୁଖରୁ ବଂଚିଲେ ମହିଳା । ରେଳ ଲାଇନରେ ଚାଲି ଚାଲି ଆସୁଥିବା ସମୟରେ ସାମ୍ନାରେ ଦେଖିଥିଲେ ମୃତ୍ୟୁ । କିନ୍ତୁ ଟ୍ରେନ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ମହିଳାଙ୍କ ଜୀବନ ବଂଚିଯାଇଛି । ଡିସେମ୍ବର ୬ତାରିଖ ବିଳମ୍ବିତ ରାତିରେ ମୁମ୍ବାଇର ଚର୍ଣ୍ଣି ରୋଡ ଷ୍ଟେସନରେ ଘଟଣାଟି ଘଟିଥିବା ବେଳେ ଏବେ ଏହାର ଭିଡିଓ ଭାଇରାଲ ହୋଇଛି ।

ଜଣେ ମହିଳା ଅନ୍ୟମନସ୍କ ଭାବେ ରେଳଧାରଣା ଉପରେ ଚାଲି ଚାଲି ଯାଉଥିଲେ । ଏହି ସମୟରେ ଡ୍ରାଇଭର ଜଣକ ବାରମ୍ବାର ସତର୍କ କରିଥିଲେ ମଧ୍ୟ ମହିଳା ଜଣକ ଶୁଣିନଥିଲେ ଆଉ ସେମିତି ରେଳଧାରଣାରେ ଚାଲି ଚାଲି ଆଗକୁ ବଢିଚାଲିଥିଲେ । ଯେତେବେଳେ ଅତି ନିକଟରେ ସେ ଟ୍ରେନକୁ ଦେଖିଥିଲେ କୌଣସିମତେ ବର୍ତି ଯିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଆଖପାଖରେ କାହାକୁ ନପାଇ ଅସହାୟ ଭାବେ ରେଳଧାରଣାରୁ ଉପରକୁ ଉଠିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ ।

ଠିକ୍ ଏହି ସମୟରେ ଡ୍ରାଇଭର ସନ୍ତୋଷ କୁମାର ଗୌତମ ଟ୍ରେନକୁ ଅଟକାଇ ଦେଇଥିଲେ । ମହିଳାଙ୍କ ଅତି ନିକଟରେ ଟ୍ରେନଟି ଅଟକି ଯାଇଥିଲା । ରେଳଧାରଣା ଉପରେ ମହିଳାଙ୍କୁ ଚାଲି ଚାଲି ଆସୁଥିବା ଦେଖି ତାଙ୍କୁ ସତର୍କ କରିବା ପରେ ଡ୍ରାଇଭର ଜଣକ ଟ୍ରେନକୁ ଅଟକାଇ ଦେଇଥିଲେ । ଏହାପରେ ଡ୍ରାଇଭର ଜଣକ ଯାତ୍ରୀଙ୍କ ସହ ମିଶି ମହିଳାଙ୍କୁ ରେଳଧାରଣାରୁ ପ୍ଲାଟଫର୍ମକୁ ଉଠାଇ ନେଇଆସିଥିଲେ । ଆଉ ଏହି ସବୁ ଦୃଶ୍ୟକୁ କଏଦ କରିଥଲେ ସେଠାରେ ଥିବା କ୍ୟାମେରାରେ । ତେବେ ଡ୍ରାଇଭରଙ୍କ ଏହି ପଦକ୍ଷେପ ଯୋଗୁଁ ରେଳବାଇ ତାଙ୍କୁ ସମ୍ମାନିତ କରିବେ ବୋଲି ଘୋଷଣା କରିଛନ୍ତି ।

Gjû ij ù\L«ê Gjò bòWòI-