ଆଉ ଚଳିବନି ପୁରୁଣା ଡ୍ରାଇଭିଂ ଲାଇସେନ୍ସ ! ସରକାର କରିବାକୁ ଯାଉଛନ୍ତି ବଡ ପରିବର୍ତ୍ତନ

4,413

ବେକାର ହୋଇଯିବ ଆପଣଙ୍କର ଡ୍ରାଇଭିଂ ଲାଇସେନ୍ସ । ଏକଥା ଆମେ କହୁନାହୁଁ ବରଂ ଖୋଦ୍ ସରକାରଙ୍କ ତରଫରୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା  ମୁତାବକ, ସରକାର ବର୍ତ୍ତମାନ ବ୍ୟବହାର କରାଯାଉଥିବା ନାମିନେଡେଟ୍ ଡ୍ରାଇଭିଂ ଲାଇସେନ୍ସର ବ୍ୟବହାର ବନ୍ଦ କରିବାକୁ ଯାଉଛନ୍ତି । କାହିଁକି ନା ନୂଆ ଡ୍ରାଇଭିଂ ଲାଇସେନ୍ସରେ ଏକ କକ୍ୟୁଆର କୋଡ ଛପାଯିବ । ଯେଉଁଥିରେ ଉଭୟ ଗାଡି ଏବଂ ଲାଇସେନ୍ସଧାରକଙ୍କର ସମସ୍ତ ସୂଚନା ତ ରହିବ, ଏଥିସହିତ ହିଁ ପ୍ରଦ୍ୟୁଷଣ ଏବଂ ଇନସ୍ୟୁରାନ୍ସର ସମସ୍ତ ଅପଡେଟ ଡିଟେଲ ମଧ୍ୟ ରହିବ ।

ଅର୍ଥାତ୍ ଏଣିକି କ୍ୟୁଆର କୋଡରୁ ହିଁ ଗାଡି ଚାଳକଙ୍କ ସହିତ ଗାଡି ସଂପର୍କିତ ସମସ୍ତ ତଥ୍ୟ ବି କେନ୍ଦ୍ରୀୟ ଡାଟାବେସରେ ସୁରକ୍ଷିତ ରହିବ । ଟ୍ରାଫିକ ପୁଲିସକୁ କେବଳ କ୍ୟୁଆର କୋଡ ସ୍କାନ କରିବାକୁ ପଡିବ ଏବଂ ଗାଡି ଚାଳକଙ୍କ ସମସ୍ତ ଡିଟେଲ ମୁହୂର୍ତ୍ତକ ମଧ୍ୟରେ ତାଙ୍କ ସ୍ମାର୍ଟଫୋନର ସ୍କ୍ରିନରେ ଚାଲିଆସିବ । ସେହିପରି କଦସ୍ତାବିଜରେ କୌଣସି ପ୍ରକାରର ଗଡବଡି ଥିବା ବ୍ୟକ୍ତି ତୁରନ୍ତ ଧରାପଡିଯିବେ ।

ସଡକ ପରିବହନ ମନ୍ତ୍ରାଳୟ ତରଫରୁ ସମସ୍ତ ରାଜ୍ୟମାନଙ୍କୁ ସର୍କୁଲାର ଜାରି କରି କହିଛି କି, ନୂଆ ଡ୍ରାଇଭିଂ ଲାଇସେନ୍ସ ପଲିକାର୍ବୋନେଟରୁ ପ୍ରସ୍ତୁତ ହେବ । ଏବଂ ବର୍ତ୍ତମାନ ବ୍ୟବହାର ହେଉଥିବା ନାମିନେଡେଟ ଡ୍ରାଇଭିଂ ଲାଇସେନ୍ସର ବ୍ୟବହାର ବନ୍ଦ କରିଦିଆଯିବ । ତେବେ ସଡକ ପରିବହନ ମନ୍ତ୍ରାଳୟର ଏଭଳି ନିଷ୍ପତି ନେବା ପଛର ଏକମାତ୍ର ଉଦ୍ଦେଶ୍ୟ ହେଲା, ଲାଇସେନ୍ସରେ ହାଇ ସିକ୍ୟୁରିଟି କ୍ୟୁଆର କୋଡ ତଥା କ୍ୱିକ୍ ରେସପନ୍ସ କୋଡ ଲଗାଇଯିବାର ବ୍ୟବସ୍ଥା ରହିବ ।

ମନ୍ତ୍ରାଳୟର ଆଧିକାରିକ ବୟାନ ଅନୁସାରେ, ଚାଳକ ଯେତେବେଳେ ନିଜ ଗାଡିର ପ୍ରଦୂଷଣ ରିନ୍ୟୁ କରିବାକୁ ଯିବେ, ସେତେବେଳେ ତାଙ୍କୁ ଅପରେଟର ଲାଇସେନ୍ସ  ନେଇ କ୍ୟୁଆର କୋଡ ଅପଡେଟ କରିଦେବେ । ଯେଉଁଥିରେ ପ୍ରଦୂଷଣ ପ୍ରମାଣପତ୍ର ଜାରି କରିବାଠାରୁ ଆରମ୍ଭ କରି ଟର୍ମିନେସନ ଶେଷ ହେବାର ତାରିଖ ପର୍ଯ୍ୟନ୍ତ  ସମସ୍ତ ସୂଚନା ମଧ୍ୟ ରହିବ । ଯାହା ସିଧା ସେଂଟ୍ରାଲ ଡାଟାବେସରେ ଅପଡେଟ ହୋଇଯିବ । ସେହିପରି ଯେତେବେଳେ ଗାଡିର ବୀମା ରିନ୍ୟୁ କରିବେ, ସେତେବେଳେ କ୍ୟୁଆର କୋଡ ଜରିଆରେ ଡାଟାବେସରେ ଅପଡେଟ୍ ହୋଇଯିବ । ମନ୍ତ୍ରାଳାୟ ତରଫରୁ ମିଳିଥିବା ସୂଚନା ମୁତାବକ, ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ ସିଷ୍ଟମରେ ଅନେକ ପରିବର୍ତ୍ତନ ଅଣାଯିବ । ଯେଉଁଥିପାଇଁ ସମସ୍ତ ରାଜ୍ୟମାନଙ୍କୁ ସମୟ ଦିଆଯିବ । ମନ୍ତ୍ରାଳୟ ଆଶା ରଖିଛି କି, ସମସ୍ତ ରାଜ୍ୟ ସରକାମାନେ ତାଙ୍କର ଏହି ବ୍ୟବସ୍ଥାରେ ଖୁବ ଶୀଘ୍ର ହିଁ ମଂଜୁରୀ ଦେବେ ଏବଂ ଏହା ଉପରେ କାମ ଆରମ୍ଭ କିରବେ ।

ଉଲ୍ଲେଖ ଥାଉ କି, ମନ୍ତ୍ରାଳୟ ତରଫରୁ ଗତ ୧୯ ତାରିଖକୁ ନୋଟିଫିକେସନ ଜାରି କରି ଅବଗତ କରାଯାଇଥିଲା କି,  କେନ୍ଦ୍ରୀୟ ମୋଟର ହ୍ୱିଲର ଆକ୍ଟର ନିୟମ ୧୩୯ରେ କରାଯାଇଥିବା ସଂଶୋଧନ ଆଧାରରେ ଗାଡି ସହ ଜଡିତ ସମସ୍ତ ଦସ୍ତାବିଜର ଇଲେକ୍ଟ୍ରୋନିକ କପି, ତେଣୁ ଟ୍ରାଫିକ ପୁଲିସ କୌଣସି ପ୍ରକାରରର ଚାଲାଣ କାଟି ପାରିବେ ନାହିଁ ।