ବଡ ଖବର: ଅଚଳ ହେବ ନାହିଁ ପୁରୁଣା ଏଟିଏମ କାର୍ଡ, ପୂର୍ବ ଭଳି କାର୍ଡରୁ କରିହେବ ଆର୍ଥିକ କାରବାର, ନିୟମରେ ପରିବର୍ତ୍ତନ ଆଣିଲା ଆରବିଆଇ

1,900

ଭାରତୀୟ ରିଜର୍ଭ ବ୍ୟାଙ୍କ ଏଟିଏମ କାର୍ଡ ଜରିଆରେ ହେଉଥିବା ବିଭିନ୍ନ ପ୍ରକାରର ଠକେଇ ତଥା ଅପରାଧୀକ କାର୍ଯ୍ୟକଳାପରେ ଅଙ୍କୁଶ ଲଗାଇବା ପାଇଁ ସବୁ ବ୍ୟାଙ୍କକୁ ନିର୍ଦ୍ଦେଶନାମା ଜାରି କରି କହିଥିଲା କି, ସେମାନେ ନିଜ ଗ୍ରାହକଙ୍କୁ ଜାରି କରିଥିବା ପୁରୁଣା ମାଗଷ୍ଟ୍ରିପ୍ କାର୍ଡ ତଥା ବିନା ଚିପ ବାଲା କାର୍ଡକୁ ଆଗାମୀ ୩୧ ଡିସେମ୍ବର ପୂର୍ବରୁ ବଦଳାଇ ଇଲେକ୍ଟ୍ରୋନିକ ଇଏମଭି ଚିପ କାର୍ଡ ଜାରି କରିବାକୁ । ତେବେ ନିର୍ଧାରିତ ଅବଧି ସୁଦ୍ଧା ପାଖାପାଖି ୪୦ ପ୍ରତିଶତ ଗ୍ରାହକଙ୍କର ଏଟିଏମ କାର୍ଡ ବଦଳା ଯାଇପାରିନାହିଁ । ତେଣୁ ଗ୍ରାହକଙ୍କ ସୁବିଧା ପାଇଁ ଆରବିଆଇ ନିୟମରେ ଢିଲା କରିଦେଇଛନ୍ତି । ବ୍ୟାଙ୍କଗୁଡିକ ଦ୍ୱାରା ଜାରି ପୁରୁଣା ମାଗଷ୍ଟ୍ରିପ କାର୍ଡ ଏବେ କାମ କରୁଥିବ । ତେବେ ଏହି ଏଟିଏମ କାର୍ଡ କେବେ ଯାଏଁ କାମ କରିବ, ଏସଂପର୍କରେ ଏଯାବତ କୌଣସି ତାରିଖ ଧାର୍ଯ୍ୟ କରାଯାଇନାହିଁ ।

ଆରବିଆଇ ଦ୍ୱାରା ପୁରୁଣା ମାଗଷ୍ଟ୍ରିପ କାର୍ଡକୁ ବନ୍ଦ କରିବାର ବର୍ଡର ଲାଇନ ସମାପ୍ତ କରିବା ପରେ ବି ଗ୍ରାହକମାନଙ୍କର ସୁବିଧା ଏବଂ ସୁରକ୍ଷାକୁ ନଜରରେ ରଖି ମାଗଷ୍ଟ୍ରିପ ଏଟିଏମ କାର୍ଡ ବଦଳାଇ ନୂଆ ଇଲେକ୍ଟ୍ରୋନିକ୍ ଇଏମଭି ଚିପ ବାଲା ଏଟିଏମ କାର୍ଡ ଜାରି କରିବା । ଏଥି ସହିତ ହିଁ ଏଣିକି ନୂଆ ଏଟିଏମ କାର୍ଡ ଚିପ ବାଲା ହିଁ ଜାରି କରାଯାଉଛି । ବ୍ୟାଙ୍କ ସମସ୍ତ ଗ୍ରାହକଙ୍କୁ , ଯେଉମାନେ କି ମାଗଷ୍ଟ୍ରିପ ଏଟିଏମ କାର୍ଡ ବଦଳାଇ ନୂଆ ଇଲେକ୍ଟ୍ରୋନିକ ଇଏମଭି ଚିପ୍ ବିଶିଷ୍ଟ ଏଟିଏମ କାର୍ଡ ହିଁ ଜାରି କରାଯାଉଛି । ବ୍ୟାଙ୍କ ତରଫରୁ ସମସ୍ତ ଗ୍ରାହକଙ୍କୁ, ଯେଉଁମାନଙ୍କର ମାଗଷ୍ଟ୍ରିପ କାର୍ଡ ଇସ୍ୟୁ ଥିଲା, ସେମାନଙ୍କୁ ନୂଆ ଇଏମଭି ଚିପ୍ ବାଲା କାର୍ଡ ଜାରି କରିଦେଇଛନ୍ତି । ହେଲେ ସେଥିମଧ୍ୟରୁ ପାଖାପାଖି ୪୦ ପ୍ରତିଶତ କାର୍ଡ ଗ୍ରାହକଙ୍କ ନିକଟରେ ଏବେବି ପହଂଚିପାରିନି ।

ବ୍ୟାଙ୍କଗୁଡିକରେ ବଡ ସଂଖ୍ୟାରେ ଗ୍ରାହକମାନଙ୍କ ଇଏମଭି ଚିପ କାର୍ଡ ପଡି ରହିଛି, ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଅନୁରୋଧ କରାଯାଉଛି କି, ସେମାନେ ନିକଟସ୍ଥ ଶାଖାକୁ ଯାଇ ନିଜ ନୂଆ ଏଟିଏମ କାର୍ଡ ନେଇଯାଆନ୍ତୁ ବୋଲି । ସେହିପରି ୟୁନିୟନ ବ୍ୟାଙ୍କ ଏବଂ ପିଏନବିରେ ପାଖାପାଖି ୧୦୦ ପ୍ରତିଶତ ଗ୍ରାହକଙ୍କ ନିକଟରେ ଚିପ୍ ବାଲା କାର୍ଡ ପହଂଚିସାରିଛି । ଏସବିଆଇ ଏବଂ ସେଂଟ୍ରାଲ ବ୍ୟାଙ୍କର ପାଖାପାଖି ୪୦ ପ୍ରତିଶତ ଗ୍ରାହକଙ୍କ କାର୍ଡ ଏଯାବତ୍ ବଦଳା ଯାଇପାରିନି ।

ତେବେ ଆରବିଆଇ ଦ୍ୱାରା ଦିଆଯାଇଥିବା ମାଗଷ୍ଟ୍ରିପ କାର୍ଡକୁ ବନ୍ଦ ନକରିବାର ନିର୍ଦ୍ଦେଶ ଦ୍ୱାରା ବହୁତ ସଂଖ୍ୟକ ଗ୍ରାହକ ଯେଉଁମାନଙ୍କର ଏଟିଏମ କାର୍ଡ ଏଯାବତ ବ୍ଲକ ହୋଇନି । ସେମାନଙ୍କୁ ଆଶ୍ୱସ୍ତ ବି ମିଳିଗଲା, ହେଲେ ଏବେବି ଅନେକ ଲୋକଙ୍କୁ ପୁରୁଣା ଏଟିଏମ କାର୍ଡ ବ୍ଲକ୍ ହୋଇଯାଇଛି ଏବଂ ନୂଆ ଏଟିଏମ କାର୍ଡ ସେମାନଙ୍କ ନିକଟରେ ନାହିଁ । ଏଭଳି ପରିସ୍ଥିତିରେ ସେମାନଙ୍କର ସମସ୍ୟା ବଢିଯାଇଛି ।

ବନ୍ଦ ହେବନି ପୁରୁଣା କାର୍ଡ

ସେଂଟ୍ରାଲ ବ୍ୟାଙ୍କର ଡିଜିଏମ ଆଲୋକ ଶ୍ରୀବାସ୍ଥବଙ୍କ କହିବା କଥା ହେଲା କି, ଗତ ୩୧ ଡିସେମ୍ବର ସୁଦ୍ଧା ପୁରୁଣା ମାଗଷ୍ଟ୍ରିପ୍ କାର୍ଡକୁ ବନ୍ଦ କରିବାର ଘୋଷଣା କରାଯାଇଥିଲା । ଯେଉଁ କାରଣରୁ ଜୋର ସୋରରେ କାର୍ଡ ଅଦଳବଦଳ ପ୍ରକ୍ରିୟା ବି ଆରମ୍ଭ ହୋଇଯାଇଥିଲା । ଆଉ ଏବେବି ଏହି ପ୍ରକ୍ରିୟା ଜାରି ରହିଛି । କାହିଁକି ନା ନୂଆ ଇଲେକ୍ଟ୍ରୋନିକ ଇଏମଭି ଚିପ ବାଲା ଏଟିଏମ କାର୍ଡ ଅଧିକ ସୁରକ୍ଷିତ ଅଟେ । ତେବେ ବର୍ତ୍ତମାନ ପାଇଁ ପୁରୁଣା ମାଗଷ୍ଟ୍ରିପ କାର୍ଡ ବ୍ଲକ୍ କରାଯିବ ନାହିଁ , ଅର୍ଥାତ୍ ଏବେବି ପୁରୁଣା କାର୍ଡ କାମ କରୁଥିବ ।