ଆଜି ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ! ଓଡିଆ ଭାଷାପ୍ରେମୀଙ୍କ ଟୁଇଟରରେ ଟ୍ରେଣ୍ଡିଂ

286

କନକ ବ୍ୟୁରୋ : ଆଜି ଶାସ୍ତ୍ରୀୟ ଓଡିଆ ଭାଷା ଦିବସ । ଏହି ଦିନରେ ଓଡିଆ ଭାଷାକୁ ବିଧିବଦ୍ଧ ରୂପେ ତଥା ସରକାରୀ ଭାଷା ଭାବରେ ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ଦିଆଯାଇଥିଲା । ୨୦୧୪ ମସିହା ମାର୍ଚ୍ଚ ୧୧ ତାରଖ ଦିନ ଭାରତ ସରକାରଙ୍କ ଗେଜେଟରେ ଓଡିଆ ଭାଷାର ଏହା ଷଷ୍ଠ ସ୍ଥାନ ଅଳଙ୍କୃତ କରିଥିଲା । ଏବଂ ସେହି ଦିନଠାରୁ ଏହି ଦିନଟିକୁ ଶାସ୍ତ୍ରୀୟ ଓଡିଆ ଭାଷା ଦିବସ ଭାବେ ପାଳନ କରାଯାଇ ଆସୁଛି ।

ତେବେ ୨୦୧୪ ଫେବୃୟାରୀ ୨୦ ତାରିଖରେ ରାଜ୍ୟ କ୍ୟବିନେଟ ପକ୍ଷରୁ ଏହା ଉପରେ ମୋହର ଲାଗିଥିଲା । ଆଉ ଏହାପରଠାରୁ ଏହି ଦିବସଟିକୁ ଏକ ଐତିହାସିକ ଦିବସ ରୂପେ ମାନ୍ୟତା ମିଳିପାରିଛି ବୋଲି କହିବା କିଛି ଭୁଲ ହେବନାହିଁ । ତେବେ ଆଜି ଏହି ଦିବସ ଅବସରରେ ଓଡିଆବାସୀ ତଥା ଓଡିଆ ଭାଷାପ୍ରେମୀଙ୍କ ମଧ୍ୟରେ ଦେଖାଦେଇଛି ଗଭୀର ଉତ୍କଣ୍ଠା। ଯାହାକୁ ନେଇ ଟୁଇଟରରେ ଟ୍ରେଣ୍ଡିଂ କରିବା ମଧ୍ୟ ଦେଖିବାକୁ ମିଳିଛି । ଓଡିଆ ଭାଷା ପ୍ରତି ଥିବା ସମ୍ମାନକୁ ସେମାନେ ଟୁଇଟର ମାଧ୍ୟମରେ ସମାଜରେ ପହଂଚାଇବାକୁ ପ୍ରୟାସ କରିଛନ୍ତି ।