ଚାକିରି ଦିଅ ଭୋଟ ନିଅ ! ନିଯୁକ୍ତି ନ ମିଳିଲେ ଭୋଟ୍ ବର୍ଜନ । ଜାଣନ୍ତୁ କେଉଁଠି ଉଠିଲା ମୋଦିଙ୍କ ବିରୋଧୀରେ ପ୍ରତିବାଦର ସ୍ୱର

31

ଚାକିରି ନାହିଁ ତ ଭୋଟ ନାହିଁ । ଆଜ୍ଞା ହଁ ! ଏଭଳି ଚେତାବନୀ ରହିଛି ରାଜସ୍ଥାନର ଏକ ଗାଁରେ ବସବାସକରୁଥିବା ଗ୍ରାମବାସୀଙ୍କର । ସର୍ବ ପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ବିଜେପି ଶାସିତ ରାଜସ୍ଥାନରେ ଚଳିତ ବର୍ଷର ଶେଷ ସୁଦ୍ଧା ବିଧାନସଭା ନିର୍ବାଚନ ହେବାର ଆଶଙ୍କା ରହିଛି ।

ଇତି ମଧ୍ୟରେ ରାଜସ୍ଥାନରେ କସବା ବୋନ୍ଲି ନାମକ ଏକ ଗାଁରେ ବାସକରୁଥିବା ଅଧିବାସୀ ବିଶେଷ କରି ଯୁବଗୋଷ୍ଠୀମାନଙ୍କ ମଧ୍ୟରେ ମୋଦିଙ୍କୁ ନେଇ ଦେଖାଦେଇଛି ତିବ୍ର ଅସନ୍ତୋଷ । ଯୁବଗୋଷ୍ଠୀଙ୍କ ଚେତାବନୀ ରହିଛି କି, ଯଦି ସେମାନଙ୍କୁ ଚାକିରି ନମିଳିବ ତେବେ ସେମାନଙ୍କର ଭୋଟ୍ ଏଥରକ ବିଜେପିକୁ ମିଳିବ ନାହିଁ । ଗାଁର ଯୁବଗୋଷ୍ଠୀମାନଙ୍କ କହିବା କଥା ହେଲାକି, ମୋଦି ସରକାର ୨୦୧୪ ବେଳକୁ ଚାକିରି ଦେବା ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାହା ଏଯାବତ୍ କାର୍ଯ୍ୟକାରୀ ହୋଇପାରିନାହିଁ । ଅର୍ଥାତ୍ ଉଚ୍ଚ ଶିକ୍ଷିତ ହେବା ସତ୍ୱେ ବି ଏଯାବତ୍ ଗାଁର ଯୁବକମାନେ ଚାକିରିରୁ ବଂଚିତ ଅଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ରହିଛି କି, ନିର୍ବାଚନୀ ପ୍ରଚାର ସମୟରେ ମୋଦି ସେମାନଙ୍କୁ ପ୍ରତିଶ୍ରୁତି ଦେଇ କହିଥିଲେ କି ଯଦି ତାଙ୍କୁ ଭୋଟ୍ ଦିଆଯାଏ ତେବେ ଗାଁରେ କୌଣସି ବି ଯୁବକ ବେରୋଜଗାରୀ ରହିବେ ନାହିଁ । ଆଉ ମୋଦିଙ୍କ ଏଭଳି କଥାରେ ହିଁ ଆକୃଷ୍ଠ ହୋଇ ସେମାନେ ବିଜେପିକୁ ଭୋଟ ଦେଇଥିଲେ । ଯାହାକୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭୋଟ୍ ପାଇବା ପରେ ସଂପୂର୍ଣ୍ଣ ରୂପେ ଭୁଲି ଯାଇଛନ୍ତି । ଯେଉଁଥି ପାଇଁ ଗାଁ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଏଭଳି ଅସନ୍ତୋଷ ।