ଏଣିକି ବିଦ୍ୟୁତ୍ କାଟ୍ ହେଲେ ଘଂଟା ପ୍ରତି ଉପଭୋକ୍ତାଙ୍କୁ ମିଳିବ ୫୦ ଟଙ୍କା ଲେଖାଏଁ ଜରିମାନା ! ଜାଣନ୍ତୁ କେଉଁଠି ଓ କିଭଳି କରିବେ ଅଭିଯୋଗ

ଦିଲ୍ଲୀବାସୀଙ୍କ ପାଇଁ ଲାଗୁ ହେଲା ଏହି ନିୟମ

1,343

ସର୍ବ ପ୍ରଥମେ ଏଠାରେ ଆମେ କହି ରଖୁଛୁ କି, ଏଭଳି ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଆଉ ଦିଲ୍ଲୀ ସରକାରଙ୍କ ଏଭଳି ନିଷ୍ପତି ଦ୍ୱାରା ସାଧାରଣ ଜନତାଙ୍କୁ ଆଶ୍ୱସ୍ତି ମିଳିବ । ତେବେ ଏହି ଯୋଜନା ଆଧାରରେ ଯଦି କୌଣସି ବିଦ୍ୟୁତ କଂପାନୀ ବିନା କାରଣରେ କିମ୍ବା ପୂର୍ବରୁ ଘୋଷଣା ନକରି ବିଦ୍ୟୁତ୍ କାଟନ୍ତି ତେବେ ତାଙ୍କୁ ଘଂଟା ପ୍ରତି ୫୦ ଟଙ୍କା ଲେଖାଏଁ ଗ୍ରାହକଙ୍କୁ ଜରିମାନା ବାବଦକୁ ଦେବାକୁ ପଡିବ । ସେହିପରି ଯଦି ଏହାଠାରୁ ଅଧିକ ସମୟ ଯାଏଁ ବିଦ୍ୟୁତ କାଟ୍ ହୁଏ ତେବେ କଂପାନୀ ଗ୍ରାହକଙ୍କୁ ୧୦୦ ଟଙ୍କା ଘଂଟା ପ୍ରତି ଜରିମାନା ଦେବା ପାଇଁ ବାଧ୍ୟ ହେବେ ବୋଲି ଦିଲ୍ଲୀ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ,ଦିଲ୍ଲୀରେ ହେଉଥିବା ଅନିୟମିତ ବିଜୁଳୀ କାଟ୍ ଉପରେ ରୋକ ଲଗାଇବା ପାଇଁ କେଜରିୱାଲ ସରକାରଙ୍କ ତରଫରୁ ଡିଇଆରସି ନିକଟକୁ ଜରିମାନ ଲାଗୁ କରାଯିବା ନେଇ ପୂର୍ବରୁ ଏକ ପ୍ରସ୍ତାବ ପଠାଯାଇଥିଲା । ଯାହାକୁ ବର୍ତ୍ତମାନ ଡିଇଆରସି ପକ୍ଷରୁ କିଛି ମଂଜରୁୀ ମିଳିବା ସହ ଲାଗୁ କରିଦିଆଯାଇଛି । ତେବେ ଏହି ନୂଆ ପ୍ରସ୍ତାବ ଅନୁସାରେ, ପ୍ରଥମ ଦୁଇ ଘଂଟା ବିଦ୍ୟୁତ କାଟ ଉପରେ ବିଜ୍ୟୁତ୍ ଯୋଗାଣ କଂପାନୀକୁ ୫୦ ହଜାର ଟଙ୍କା ପ୍ରତି ଘଂଟା ହିସାବରେ ଜରିମାନା ଦେବାକୁ ପଡିବ । ସେହିପରି ଯଦି ବିଦ୍ୟୁତ୍ କାଟ୍ ୨ ଘଂଟାରୁ ଅଧିକ ହୁଏ ତେବେ କଂପାନୀକୁ ୧୦୦ଟଙ୍କା ପ୍ରତି ଘଂଟା ହିସାବରେ ଜରିମାନା ଦେବାକୁ ହେବ ।

ସରକାରଙ୍କ ନିୟମାନୁସାରେ, ଗୋଟିଏ ଦିନରେ ମାତ୍ର ଘଂଟାକ ପାଇଁ ହିଁ ବିଦ୍ୟୁତ କାଟ ଉପରେ ଜରିମାନା ଦେବାରୁ ବଂଚିତ ହୋଇପାରିବେ କଂପାନୀମାନେ । ହେଲେ ଏହାଠୁ ଅଧିକ ଥର କାଟିଲେ କଂପାନୀକୁ ଘଂଟା ହିସାବରେ ଜରିମାନା ନିଜର ଗ୍ରାହକଙ୍କୁ ଦେବାକୁ ପଡିବ । ସେହିପରି ଯଦି କେବଳ ଗୋଟିଏ ପରିବାର କିମ୍ବା ଗୋଟିଏ କଲୋନୀ ଏହି ସମସ୍ୟାର ବାରମ୍ବାର ଶିକାର ହେଉଛନ୍ତି ତେବେ ଏନେଇ ସେମାନେ ଏସଏମଏସ, ଇମେଲ, ଫୋନ କିମ୍ବା ଅନଲାଇନ ଜରିଆରେ ନୋ କରେଂଟ ଆଧାରରେ ଅଭିଯୋଗ କରିପାରିବେ ।