ଆଉ ଚଳିବ ନାହିଁ କୌଣସି କଂପାନୀଙ୍କର ମନମାନି ! ସମସ୍ତ ସରକାରୀ ଓ ବେସରକାରୀ ଚାକିରିଆଙ୍କ ପାଇଁ ସରକାରଙ୍କର ବଡ ଉପହାର

42

ଏଣିକି ଯଦି ଆପଣଙ୍କୁ ପିଏଫ ଏବଂ ପେନସନ ସହିତ ସ୍ପେଶାଲ ସିକ୍ୟୁରିଟି ମିଳୁନାହିଁ ତେବେ ଏଥିପାଇଁ ଆପଣଙ୍କୁ କଂପାନୀ ନିକଟରେ ଆଉ ହାତ ଯୋଡିବାକୁ ପଡିବ ନାହିଁ । ଯଦି କଂପାନୀ ନିର୍ଦ୍ଧାରିତ ସମୟ ମଧ୍ୟରେ କର୍ମଚାରୀମାନଙ୍କର ରେଜିଷ୍ଟେସନ ପିଏଫ ଏବଂ ପେନସନ ପାଇଁ ନକରନ୍ତି ତେବେ କର୍ମଚାରୀମାନେ ନିଜେ ନିଜର ରେଜିଷ୍ଟେସନ କରିପାରିବେ । କାରଣ, କେନ୍ଦ୍ର ସରକାରଙ୍କର ଲେବର କୋଡ ଅନ ସ୍ପେଶାଲ ସିକ୍ୟୁରିଟି,୨୦୧୮ ଅନୁସାରେ ଏହି ସୁବିଧା ଏବେ କର୍ମଚାରୀଙ୍କୁ ପ୍ରଦାନ କରାଯିବ ।

ସରକାରଙ୍କର ଏହି ଯୋଜନା ଆଧାରରେ ପାଖାପାଖି ୫୦ କୋଟି କର୍ମଚାରୀଙ୍କୁ ସ୍ପେଶାଲ ସିକ୍ୟୁରିଟି ପ୍ରଦାନ କରାଯିବା ନେଇ ପ୍ରସ୍ତାବ ରଖାଯାଇଛି । ଯଦି କୌଣସି କଂପାନୀ ବା ସଂସ୍ଥା କୌଣସି କର୍ମଚାରୀଙ୍କର ଏକ ନିର୍ଧାରିତ ସମୟ ମଧ୍ୟରେ ସ୍ପେଶାଲ ସିକ୍ୟୁରିଟି ପାଇଁ ରେଜିଷ୍ଟେସନ ନକରନ୍ତି ତେବେ ଉକ୍ତ କଂପାନୀ ବା ସଂସ୍ଥା ବିରୋଧରେ ଜରିମାନା ଲାଗୁକରାଯିବ । ସେହିପରି ଯଦି ଏକ ନିର୍ଧାରିତ ସମୟରେ କଂପାନୀ ବା ସଂସ୍ଥାର ରେଜିଷ୍ଟେସନ ନକରନ୍ତି ତେବେ କର୍ମଚାରୀଙ୍କୁ ନିଜର ସ୍ପେଶାଲ ସିକ୍ୟୁରିଟି ପାଇଁ ରେଜିଷ୍ଟେସନ କରିପାରିବେ । ତେବେ ଏହି ସୁବିଧା ଉଭୟ ସଂଗଠିତ କ୍ଷେତ୍ର ଏବଂ ଅସଂଗଠିତ କ୍ଷେତ୍ରରେ କାମ କରୁଥିବା ସମସ୍ତ କର୍ମଚାରୀଙ୍କ ପାଇଁ ଉଦ୍ଦିଷ୍ଟ ।

କିପରି କରିବେ ରେଜିଷ୍ଟେସନ

ଏହି ଚୁକ୍ତିନାମା ଆଧାରରେ ଏକ ୟୁନିଭର୍ସାଲ ରେଜିଷ୍ଟେସନ ସିଷ୍ଟମ ପ୍ରସ୍ତୁତ କରାଯିବ । ଯାହାକି ଆଧାର ବେସଡ ରହିବ । ତେବେ ରେଜିଷ୍ଟେସନ କରିବାର ସମସ୍ତ ପ୍ରକ୍ରିୟା ଏହାର ସେଂଟ୍ରାଲ ବୋର୍ଡ ସ୍ଥିର କରିବ । ଏହାଛଡା ଫିଲ୍ଟରେ ରେଜିଷ୍ଟେସନର କାମ ଲୋକାଲ୍ ବଡିଜ ଭଳି ଗ୍ରାମପଂଚାୟତ ୟେବଂ ମ୍ୟୁନିସପାଲ ବଡିଜ କରିବେ । ଏଥିସହିତ ଷ୍ଟେଟ୍ ବୋର୍ଡ କର୍ମଚାରୀଙ୍କୁ ମଧ୍ୟ ରେଜିଷ୍ଟେସନ କରିବାର ସୁବିଧା ପ୍ରଦାନ କରାଯିବ ।