ଏଣିକି କାରଖାନାରେ ତିଆରି ହେବ ଘର ! ମାତ୍ର ୨୦୦ ଦିନରେ ୧୦୦୦ଫ୍ଲାଟ୍ ହେବ ନିର୍ମାଣ

27

ଫ୍ୟାକ୍ଟ୍ରିରେ ତିଆରି ହେବ ଘର । କଥାଟା ଅଡୁଆ ଲାଗୁଥିଲେ ବି ପୁରା ସତ । ଲକ୍ଷ୍ନୌ ବିକାଶ ପ୍ରାଧିକରଣ ଘର ନିର୍ମାଣ ପାଇଁ ଥ୍ରିଡି ଟେକନିକ ଉପରେ କାମ ଆରମ୍ଭ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଖାପାଖି ୧୨ ହଜାର ଘର ନିର୍ମାଣ ଏହି ଆଧାରରେ ହିଁ କରାଯିବ । ଆଉ ଏଭଳି ନିଷ୍ପତି ନେଇଛନ୍ତି ଏଲଡିଏ । ଏଲଡିଏ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଫ୍ଲାଟଗୁଡିକୁ ଫ୍ୟାକ୍ଟ୍ରିରେ ନିର୍ମାଣ କରିବାକୁ ନିଷ୍ପତି ନେଇଛନ୍ତି ।

ସୂଚନା ମୁତାବକ, ବେଙ୍ଗାଲୁରୁରେ ପାଇଲଟ ପ୍ରୋଜେକ୍ଟ ଆଧାରରେ ଥ୍ରିଡି ଘର ନିର୍ମାଣ ହେବାକୁ ଯାଉଛି । ପ୍ରାଧିକରଣ ଏଠାକାର କଂପାନୀ ଦ୍ୱାରା ହିଁ ରାଜଧାନୀ ପାଇଁ ‘ଫ୍ୟାକ୍ଟ୍ରି ମେଡ ଫ୍ଲାଟ’ର ପ୍ରସ୍ତାବ ମାଗିଛନ୍ତି । ଏହି ଟେକନିକ୍ ଦ୍ୱାରା ରୁମ, ଟଏଲେଟ ଏବଂ ପାହାଚଗୁଡିକର ଢାଂଚା ଫ୍ୟାକ୍ଟ୍ରିରେ ତିଆରି କରାଯିବ ଏବଂ ସାଇଟକୁ ଆଣି ସେଗୁଡିକୁ ଯୋଡି ଦିଆଯିବ । ଏଲଡିଏର ଏହି ପ୍ରସ୍ତାବ ଉପରେ କାମ କରୁୁଥିବା କଂପାନୀର ଇଂଜିନିୟରର୍ସଙ୍କ ଦାବି ରହିଛି କି, ଏଭଳି ବ୍ୟବସ୍ଥା ଦ୍ୱାରା ଘରକୁ ଶସ୍ତା ଏବଂ ଉନ୍ନତ ମାନରେ ନିର୍ମାଣ କରାଯାଇପାରିବ । ଯାହାର ଏକମାତ୍ର କାରଣ ହେଲା ଏଥିରେ ବ୍ୟବହୃତ ହୋଇଥିବା ସିମେଂଟ ଏବଂ କଂକ୍ରିଟ ବ୍ୟତୀତ ଏଥିରେ ଫ୍ଲାଇଏସର ମଧ୍ୟ ବ୍ୟବହାର କରାଯାଇପାରିବ । ଯାହାକି ଘରର କାନ୍ଥକୁ ଏକ ଭଲ ସନ୍ତୁଳନ ଦେବା ସହିତ ହାଲୁକା ଏବଂ ଶକ୍ତ ରଖିବାରେ ସାହାର୍ଯ୍ୟ କରିବ ।

ଖାଲି ସେତିକି ନୁହେଁ, ଫ୍ୟାକ୍ଟ୍ରିରେ ଘର ତିଆରି ହେବା ବ୍ୟତୀତ ଘରର ଅଲଗା ଅଲଗା ଅଂଶର ଢାଂଚା ମଧ୍ୟ ତିଆରି କରାଯିବ । ଯାହାକୁ ଟ୍ରନ୍ସପୋର୍ଟ କରି ପ୍ରୋଜେକ୍ଟ ସାଇଟରେ ଅଣାଯାଇ ସେଠାରେ ତାକୁ ଯାଂଚ ପରଖି କାମରେ ଲଗାଯିବ । ଏହାପରେ ଟଏଲେଟ, ଝରକା, କବାଟ ଆଦିକୁ ଏଥିରେ ଫିଟ କରିଦିଆଯିବ । ଏବଂ ଏହା ପୂର୍ବରୁ ଦିଆଯାଇଥିବା ସ୍ଥାନରେ ବିଜୁଳି, ପାଣି, ଜଳ ନିଷ୍କାସନ ତଥା ଡ୍ରେନର କନେକସନ କରାଯାଇ ଏକ ସୁନ୍ଦର ଘର ତିଆରି କରିଦିଆଯିବ ।

ସୌଜନ୍ୟ: ଅମର ଉଜାଲା