ଗାଡି ଚାଳକଙ୍କ ପାଇଁ ବଢିଲା ସମସ୍ୟା ! ଏଣିକି ସହଜରେ ମିଳିବନି ଡ୍ରାଇଭିଂ ଲାଇସେନ୍ସ

64

ସରକାରଙ୍କର ନୂଆ ନିୟମ ନୂଆବର୍ଷଠାରୁ ଲାଗୁ ହେବାକୁ ଯାଉଛି । ଯାହାଦ୍ୱାରା ପରିବହନ ବିଭାଗ ଏବେ ସିମୁଲେଟର ଉପରେ ନୁହେଁ ବରଂ ଡ୍ରାଇଭିଂ ଟେଷ୍ଟିଂ ନେବା ଉପରେ ଚାଳକଙ୍କର ପରୀକ୍ଷା ନେବେ ।

ସୂଚନା ମୁତାବକ, ପରିବହନ ବିଭାଗ ରାଜ୍ୟର ପାଖାପାଖି ୧୦ଟି ସ୍ଥାନରେ ଅଟୋମେଟିକ୍ ଡ୍ରାଇଭିଂ ଟେଷ୍ଟ ପାଇଁ ନିର୍ମାଣ କରିବାକୁ ଯୋଜନା ଚଳାଇଛନ୍ତି । ଏଥିପାଇଁ ପରିବହନ ବିଭାଗକୁ ଜମି ମଧ୍ୟ ମିଳିସାରିଛି । ଏହି ପରୀକ୍ଷା କ୍ୟାମେରାରେ ରେକର୍ଡ କରାଯିବ । ଆଉ ଯିଏ ଏହି ପରୀକ୍ଷାରେ ପାସ କରିବେ ତାଙ୍କୁ ଗାଡି ଚଳାଇବାର ଲାଇସେନ୍ସ ମିଳିବ । ତେବେ ଦେଶରେ ଦିନ ଦିନ ବୃଦ୍ଧି ପାଉଥିବା ଦୁର୍ଘଟଣାକୁ ଦୃଷ୍ଟିରେ ରଖି ପରିବହନ ବିଭାଗ ଏଭଳି ନିଷ୍ପତି ନେଇଛନ୍ତି ।

ଏବେ ନଜର ପକାନ୍ତୁ କଣ ରହିଛି ଏହି ପରୀକ୍ଷାର ନିମୟ

• ସମାନ୍ତାର ପାର୍କିଂ କରିବାର ଦକ୍ଷତା

• ଏଇଟି (୮) ଆକୃତି ତିଆରି କରିବାର ପରୀକ୍ଷା

• ଗାଡିରୁ ରିଭର୍ସ ଗିଅରରେ ଏସ (ଝ)  ତିଆରି କରିବାର ପରୀକ୍ଷା

• ଏକ ଉଚ୍ଚସ୍ଥାନରେ ଠିଆ ହୋଇଥିବା ଗାଡିକୁ ବିନା ପଛକୁ ଯାଇ ଆଗକୁ ନେବାର ପରୀକ୍ଷା

• ଦୁଇ ଚକିଆ ଯାନଗୁଡିକୁ ଦୁଇ ଥର ଏଇଟି (୮) ଆକୃତି ତିଆରି କରିବାର ପରୀକ୍ଷା