କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି: ଏଣିକି ସମସ୍ତ ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କୁ ଚାକିରିରୁ ବିଦା କରିପାରିବେନି ମାଲିକ, ନିଷ୍ପତି ନେବା ପୂର୍ବରୁ ଦେବାକୁ ହେବ ସୂଚନା

4,244

ଲୋକସଭା ନିର୍ବାଚନ ପୂର୍ବରୁ ସରକାର ବିଭିନ୍ନ ଘରୋଇ ସଂସ୍ଥା ବା କଂପାନୀଗୁଡିକରେ କାମ କରୁଥିବା କର୍ମଚାରୀଙ୍କୁ ଆକୃଷ୍ଟ କରିବା ପାଇଁ ଶ୍ରମ ଆଇନରେ କିଛି ସୁଧାର ଆଣିଛନ୍ତି ଏବଂ ଏହି ସୁଧାର ଘେରୋଇ ସଂସ୍ଥାରେ କାମ କରୁଥିବା ଚାକିରିଆଙ୍କ ପାଇଁ ବେଶ୍ ଲାଭଜନକ ପ୍ରମାଣିତ ହେବ । କେନ୍ଦ୍ର ସରକାର କର୍ମଚାରୀମାନଙ୍କୁ ଚାକିରିରୁ ବାହାର କରିବା ଏବଂ କଂପାନୀ ବନ୍ଦ କରିବା ପାଇଁ ମଂଜୁରୀ ଦେବା ଭଳି କିଛି ନିୟମରେ ପରିବର୍ତ୍ତନ କରିଛନ୍ତି । ଯାହାଦ୍ୱାରା ଏଣିକି କର୍ମଚାରୀମାନଙ୍କୁ ଚାକିରି କାଳ ମଧ୍ୟରେ ହଟା ଯିବାର ଭୟ ଆଉ ଖାଇବଯିବ ନାହିଁ ।

ସରକାରଙ୍କ ଏହି ନିୟମ ଅନୁସାରେ, ଯେଉଁ ସବୁ ଘରୋଇ ସଂସ୍ଥା ବା କଂପାନୀରେ ୧୦୦ରୁ ଅଧିକ କର୍ମଚାରୀ କାମ କରୁଥିବେ, ସେହି କଂପାନୀକୁ କିଛି ବି କାମ ବା ନିଷ୍ପତି ନେବା ପୂର୍ବରୁ ସରକାରଙ୍କଠାରୁ ଅନୁମତି ଆଣିବା ବାଧ୍ୟତାମୂଳକ ହେବ । ଅର୍ଥାତ କର୍ମଚାରୀମାନଙ୍କୁ ଚାକିରିରୁ ବହିଷ୍କୃତ କରିବା ପୂର୍ବରୁ ସରକାରଙ୍କଠାରୁ ମଂଜୁରୀ ଆଣିବା ନିହାତି ଆବଶ୍ୟକ ।

ଏଥିସହିତ ହିଁ ୧୦୦ରୁ ଅଧିକ କର୍ମଚାରୀ ଥିବା ଘରୋଇ ସଂସ୍ଥାକୁ ବନ୍ଦ କରିବା ଆଉ ଏତେ ସହଜ ହେବନାହିଁ । କଂପାନୀମାନଙ୍କୁ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା ପୂର୍ବରୁ ମଂଜୁରୀ ନେବା ନିହାତି ଜରୁରୀ । କେନ୍ଦ୍ର ସରକାର ଶ୍ରମ ଆଇନ୍ ମଧ୍ୟରୁ ବିବାଦସ୍ପଦ ଆଇନକୁ ହଟାଇବାକୁ ନିଷ୍ପତି ନେଇଛନ୍ତି । ଏଥିହ ସହିତ ହିଁ ସରକାର Closure, Layoff-Retrenchment କ୍ଲଜରେ ବି କିଛି ପରିବର୍ତ୍ତନ ଆଣିଛନ୍ତି । ସରକାର କୋଡ ଅନ ଇଣ୍ଡଷ୍ଟ୍ରିଆଲ ରିଲେସନ ଅନୁସାରେ ନୂଆ ପରିବର୍ତ୍ତନ ଆଣିଛନ୍ତି । ସରକାର ଡ୍ରାଫ୍ଟ ବିଲରେ କର୍ମଚାରୀମାନଙ୍କର ସଂଖ୍ୟା ୧୦୦ରୁ ୩୦୦ କରିଦେଇଥିଲେ ।

କଂପାନୀମାନଙ୍କର ମନମାନି ଉପରେ ରୋକ ଲଗାଯାଇପାରିବ

ଏହାଦ୍ୱାରା ବହୁତ ସାରା କଂପାନୀଗୁଡିକ ଯେଉଁଥିରେ ମାତ୍ର ୧୦୦ କର୍ମଚାରୀ ଥିଲେ ଏବଂ ଏହି ନିୟମକୁ ଖୋଲା ଖୋଲି ଉଲ୍ଲଘଂନ କରୁଥିଲେ । କିନ୍ତୁ ଏବେ ସରକାରଙ୍କ ତରଫରୁ ଜାରି ହୋଇଥିବା ନିୟମ ଅନୁସାରେ, ୧୦୦ କର୍ମଚାରୀ ବିଶିଷ୍ଟ କଂପାନୀ ବି ନିଜ କର୍ମଚାରୀମାନଙ୍କୁ ବାହାର କରିପାରିବେ ନାହିଁ । ସରକାରଙ୍କ ଏହି ନିୟମରୁ ଘରୋଇ କଂପାନୀମାନଙ୍କର ମନମାନି ଉପରେ ରୋକ ଲଗାଯାଇପାରିବ ।

୨ରୁ୩ ସପ୍ତାହ ଭିତରେ ସରକାର ନୂଆ କୋଡକୁ ଦେଇପାରନ୍ତି ମଂଜୁରୀ

ଟ୍ରେଡ ୟୁନିୟନ ଚାପରେ ସରକାର କଡା ସୁଧାର ଦ୍ୱାରା ପଦକ୍ଷେପ ଫେରାଇ ନେଇଥିଲେ । ସଂଶୋଧିତ ଡ୍ରାଫ୍ଟ ବିଲକୁ ସରକାର କ୍ୟାବିନେଟର ପାସ ମଂଜୁରୀ ପାଇଁ ପଠାଇଥିଲେ ଏବଂ ଆଶା କରାଯାଉଛି କି ଦୁଇରୁ ତିନି ସପ୍ତାହ ମଧ୍ୟରେ ସରକାର ଏହି ନୂଆ କୋଡକୁ ମଂଜରୁୀ ଦେଇପାରନ୍ତି ।