ସାବଧାନ୍! ଏଣିକି ବିନା ହେଲମେଟରେ ଆଉ ଷ୍ଟାର୍ଟ ହେବନି ବାଇକ୍, ଗାଡିରେ ଲାଗିବ ଏହି ଟେକନିକ୍

27

ହେଲମେଟ ନ ପିନ୍ଧିବା କାରଣରୁ ଅଧିକାଂଶ ସମୟରେ ସଡକ ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ଅକାଳରେ ମୃତ୍ୟୁ ଘଟୁଛି । ସରକାରଙ୍କ ତରଫରୁ ଏନେଇ ଅନେକ ସଚେତନତା ମୂଳକ ବାର୍ତ୍ତା ତଥା କାର୍ଯ୍ୟକ୍ରମ ଜାରି କରାଯାଉଥିଲେ ମଧ୍ୟ କୌଣସି ସୁଫଳ ମିଳିିପାରୁ ନାହିଁ । ଏଭଳି ପରିସ୍ଥିତିକୁ ନଜରରେ ରଖି ଡିଏଭି ୟୁନିଭର୍ସିଟିର କିଛି ଛାତ୍ରମାନେ ମିଶି ଏଭଳି ଏକ ସ୍ମାର୍ଟ ବାଇକ୍ ତିଆରି କରିଛନ୍ତି, ଯାହାକି ବିନା ହେଲମେଟରେ ଆଦୌ ଷ୍ଟାର୍ଟ ହେବ ନାହିଁ । ଏପରିକି ଚାଳକ ବିନା ହେଲମେଟରେ ଯେତେ ଯାହା କଲେ ବି ଗାଡି ଷ୍ଟାର୍ଟ କରିପାରିବେ ନାହିଁ । ତେବେ ଏହି ସିଷ୍ଟମ କୌଣସି ବି ବାଇକରେ ବ୍ୟବହାର କରାଯାଇପାରିବ ।

ସୂଚନା ମୁତାବକ, ବାଇକରେ RF Modular Receiver ଏବଂ RF modular transmitter ଲଗାଯାଇଛି । ରିସିଭର ବାଇକର ବଡିରେ ଫିଟ୍ କରାଯାଇଥିବା ବେଳେ ଟ୍ରାନ୍ସମିଟର ହେଲମେଟ ଭିତରେ ଫିଟ୍ କରାଯାଇଛି । ସେହିପରି ଆରଏଫ ମଡ୍ୟୁଲର ଡିକୋଡରର କାମ କରୁଥିବା ବେଳେ ଟ୍ରାନ୍ସମିଟର ଇନକୋଡରର କାମ କରିବ । ଏହାବ୍ୟତୀତ ଇନକୋଡର ଏବଂ ଡିକୋଡରରେ Relay and Register ବ୍ୟବହାର କରାଯାଇଛି, ଯାହାକି ସିଗନାଲକୁ ଉଭୟ ଟ୍ରାନ୍ସମିଟ ଏବଂ ରିସିଭ କରିବାର କାମ କରିବ ।

ଏହି ବାଇକରେ ହେଲମେଟ ମଧ୍ୟ ଦିଆଯାଉଛି । ହେଲମେଟର ବାହାର ପଟେ ଅନଅଫ ସୁଇଚ ଲଗାଯାଇଛି , ଯାହାକି ବ୍ୟାଟେରୀ ଅନ୍ ଅଫର କାମ କରିବ । ଯେତେବେଳେ ହେଲମେଟ ପିନ୍ଧିବେ ସେତେବେଳେ ହେଲମେଟଟିର ଭିତରେ ତଥା ମୁଣ୍ଡର ଉପରି ଭାଗ ଅଂଶ ଏଥିରେ ଟଚ୍ କରିବ ଏବଂ ହେଲମେଟ ଭିତରେ ଥିବା ସୁଇଚଟି ଅନ ହୋଇଯିବ । ଏହା ସିଗନାଲ ଟ୍ରାନ୍ସମିଟ କରିବ ଏବଂ ବାଇକର ବଡିରେ ଲଗାଯାଇଥିବା ଆରଏଫ ମଡ୍ୟୁଲର ସିଗନାଲକୁ ରିସିଭ କରିବ, ଯେଉଁଥିରେ ବାଇକଟିର ଇଂଜିନ ଷ୍ଟାର୍ଟ ହୋଇଯିବ । ଯଦି ଚାଳକ ଜଣକ ହେଲମେଟକୁ ବାହାର କରିଦିଅନ୍ତି ତେବେ ବାଇକର ଇଂଜିନ ମଧ୍ୟ ବନ୍ଦ ହୋଇଯିବ । କାହିଁକି ନା ଏହାଦ୍ୱାରା ଉଭୟ ଟ୍ରାନ୍ସମିଟ ଏବଂ ରିସିଭର ଲିଙ୍କ୍ ହୋଇ ପାରିବ ନାହିଁ । ଉଭୟ ଟ୍ରାନ୍ସମିଟ ଏବଂ ରିସିଭ ଚାଲୁ କରିବା ପାଇଁ ଉଭୟ ବାଇକ୍ ଏବଂ ହେଲମେଟ ମଧ୍ୟରେ ଥିବା ଭୋଲ୍ଟର ବ୍ୟାଟେରୀ ବ୍ୟବହୃତ କରାଯାଇଛି ।

ଏଠାରେ ଆମେ କହି ରଖୁଛୁ କି, ଦୁର୍ଘଟଣା ସମୟରେ ମୁଣ୍ଡରେ ଆଘାତ ଲାଗିବା ଭଳି ଦୁର୍ଘଟଣାରୁ ରକ୍ଷା ପାଇବା ପାଇଁ ଏହି ସ୍ମାର୍ଟ ହେଲମେଟ୍ ପ୍ରସ୍ତୁତ କରାଯାଇଛି । ବିନା ହେଲମେଟରେ ଚାଳକ ବାଇକ୍ ଷ୍ଟାର୍ଟ କରିପାରିବେ ନାହିଁ । ତେବେ ଏହି ଟେକନିକକୁ ଅନ୍ୟ ବାଇକମାନଙ୍କରେ ବି ବ୍ୟବହାର କରିପାରିବେ । ଖୁବ୍ ଶୀଘ୍ର ହିଁ ଏହି ବାଇକକୁ ବଜାରରେ ଲଂଚ କରାଯିବ ।