ବିମୁଦ୍ରାକରଣର ଫ୍ଲାକ୍ସବ୍ୟାକ୍ : ଲୋକଙ୍କ ଜାଗାରେ ଲାଇନ ଲାଗିଥିଲେ ଜୋତା-ଚପଲ ଓ ପଥର

69

ଗତ ବର୍ଷ ୮ ନଭେମ୍ବର ମାସରେ ବିମୁଦ୍ରାକରଣ ଭଳି ଐତିହାସିକ ନିଷ୍ପତ୍ତି ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଯାହାକୁ ଏବେ ବର୍ଷେ ପୁରିବାକୁ ବସିଛି । ଏଭଳି ପରିସ୍ଥିତିରେ ସରକାର ଯେଉଁଠି ଉତ୍ସବ ପାଳନ କରିବାକୁ ବସିଛନ୍ତି ସେହିଠାରେ ବିରୋଧୀମାନେ ଏହି ଦିନଟିକୁ କଳା ଦିବସ ଭାବେ ପାଳନ କରିବାକୁ ଯୋଜନା କରିଛନ୍ତି ।

ତେଣୁ ବିମୁଦ୍ରାକରଣର ପ୍ରଥମ ବାର୍ଷିକୀ ଉତ୍ସବ ଅବସରରେ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ କିଭଳି ଭାବେ ଲୋକେ ବିମୁଦ୍ରାକରଣ ସମୟରେ ପୁରୁଣା ନୋଟ୍ ବଦଳାଇବା ପାଇଁ ବିଭିନ୍ନ ବ୍ୟାଙ୍କଗୁଡିକ ଆଗରେ ଲମ୍ବା ଲାଇନରେ ଠିଆ ହୋଇଥିଲେ ଆଉ କିଛି ଲୋକେ କେଉଁଠି ଏଜେଂଟ ହାୟର କରିଥିଲେ ତ ପୁଣି କେଉଁଠାରେ ମଣିଷ ଜାଗାରେ ଜୋତା, ଚପଲ, ପଥର ଏବଂ ବହି ଆଦି ଲାଇନରେ ଲାଗିଥିଲେ ।

କେରଳରେ ଏକ ଅଂଚଳରେ ଲୋକେ ଖଣ୍ଡେ ଖଣ୍ଡେ କାଗଜରେ ନିଜ ନିଜର ନାଁ ଲେଖି, ତା ଉପରେ ଏକ ଛୋଟ ପଥର ରଖି ତାକୁ ଲାଇନରେ ଲଗାଇଦେଇଥିଲେ । ଏଭଳି ଉପାୟ ଆପଣାଇ ଲୋକେ ମୋବାଇଲରେ ବ୍ୟସ୍ତ ରହୁଥିଲେ ତ କେହି ବସି ବହି ପଢୁଥିଲେ ଏବଂ ନାଁ ଡକା ଯିବା ପରେ ହିଁ ବ୍ୟାଙ୍କ ଭିତରକୁ ଯାଉଥିଲେ ।

କେରଳର ଏକ ବ୍ୟାଙ୍କ ବାହାରେ ଲୋକେ ନିଜେ ଲାଇନରେ ଠିଆ ହେବା ବଦଳରେ ପଥର ଏବଂ ପୋତଲକୁ ଲାଇନରେ ଲଗାଇଦେଇଥିଲେ । ଏଠାରେ ପୁରୁଣା ନୋଟ ବଦଳାଇବା ପାଇଁ ଚପଲଗୁଡିକ ଲାଇନରେ ଠିଆ ହୋଇଛନ୍ତି ଆଉ ଲୋକେ ଖଟି ମାରୁଥିଲେ ।

ସେହିଭଳି ଏଠାରେ ଲୋକଙ୍କ ଜାଗା ଚପଲ ଜାଗା ବହି ଏବଂ ପାସବୁକ୍ ନେଇଛନ୍ତି । ଏପରିକି ଲୋକେ ବ୍ୟାଙ୍କ ଖୋଲିବା ପୂର୍ବରୁ ନିଜ ନିଜ ନମ୍ବର ସ୍ଥିର କରିଦେଇଥିଲେ । ଘଂଟେ କାଳ ଲାଇନରେ ଠିଆ ହେବା ସମସ୍ୟାରୁ ରକ୍ଷା ପାଇବା ପାଇଁ ଏହି ସମାଧାନ ଲୋକେ ଖୋଜି ବାହାର କରିଥିଲେ ।

ଏଠାରେ ଆମେ କହି ରଖୁଛୁ କି, ଗତବର୍ଷ ୮ ନଭେମ୍ବର ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରାକରଣ ନେଇ ଘୋଷଣା କରିଥିଲେ । ଯାହାପରେ କି ୫୦୦ ଏବଂ ୧୦୦୦ଟଙ୍କିଆ ପୁରୁଣା ନୋଟର ପ୍ରଚଳନ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି । ତେବେ ପୁରୁଣା ନୋଟର ପ୍ରଚଳନ ବନ୍ଦ କରିବା ପରେ କେନ୍ଦ୍ର ସରକାର ୨୦୦୦ ଏବଂ ୫୦୦ଟଙ୍କାର ନୂଆ ନୋଟ୍ ଜାରି କରିଥିଲେ ।

ସୌଜନ୍ୟ: ଆଜତକ୍