ଆରମ୍ଭ ହେଲା ନୋକିଆର ସବୁଠୁ ଶସ୍ତା ସ୍ମାର୍ଟଫୋନର ବିକ୍ରି ! ଜିଓ ୟୁଜର୍ସଙ୍କ ପାଇଁ ରହିଛି ଖାସ୍ ଅଫର

28

ନିକଟରେ ଏଚଡିଏମ ଗ୍ଲାବାଲ କଂପାନୀ ଭାରତରେ ଲଂଚ କରିଛି ନିଜର ସବୁଠୁ ଶସ୍ତା ସ୍ମାର୍ଟଫୋନ । ଯାହାର ନାଁ ରଖାଯାଇଛି ନୋକିଆ-୨ ଆଉ ଏହାର ମୂଲ୍ୟ ରହିଛି ମାତ୍ର ୬,୯୯୯ଟଙ୍କା । ତେବେ ୩୧ ଅକ୍ଟୋବରକୁ ଲଂଚ କରାଯାଇଥିବା ଏହି ଫୋନଟିର ମୁଖ୍ୟ ଆକର୍ଷଣ ରହିଛି ଏଥିରେ ବ୍ୟବହୃତ ହୋଇଥିବା ୪୧୦୦ଏମଏଏଚର ବ୍ୟାଟେରୀ । ଭାରତରେ ୨୪ ନଭେମ୍ବରରୁ ନୋକିଆ-୨ର ବିକ୍ରି ଅଫଲାଇନ ରିଟେଲ ଷ୍ଟୋରମାନଙ୍କରେ ହୋଇସାରିଛି । ଯାହାକୁ ଆପଣ ଅନଲାଇନରେ ବି କିଣି ପାରିବେ ।

ସୂଚନା ମୁତାବକ, ନୋକିଆ-୨ ସହିତ ଜିଓ ୟୁଜର୍ସଙ୍କ ପାଇଁ ମଧ୍ୟ ଏକ ଖାସ୍ ଅଫର ରହିଛି । ଯେଉଁଥିରେ ଜିଓ ୟୁଜର୍ସଙ୍କୁ ୪୫ ଜିବିର ୪ଜି ଡାଟା ମିଳିବା ସହିତ ୩୦୯ ଟଙ୍କିଆ ରିଚାର୍ଜ ଉପରେ ଅତିରିକ୍ତ ୫ ଜିବି ଡାଟା ମଧ୍ୟ ଦିଆଯିବ । ଏଠାରେ ଆମେ କହି ରଖୁଛୁ କି, ନୋକିଆ-୨ରେ ରହିଛି ୫ ଇଂଚର ଏଲଟିପିଏସ ଏଚଡିର ଡିସପ୍ଲେ । ଏଥି ସହିତ କ୍ୱାଲକମର ସ୍ନାପଡ୍ରାଗନ ୨୧୨ ପ୍ରୋସେସର, ଗ୍ରାଫିକ୍ସ ପାଇଁ ଏଡ୍ରେନୋ ୩୦୪ ଜିପିୟୁ, ୧ଜିବି ରାମ ଏବଂ ୮ ଜିବି ଷ୍ଟୋରେଜ ମିଳିବ ଯାହାକୁ ଆପଣ ବଢାଇ ବି ପାରିବେ ।

ଏହାଛଡା ଫୋନରେ ଆଣ୍ଡ୍ରଏଡ ନ୍ୟୁଗଟ ୭.୧.୧, ୮ ମେଗାପିକ୍ସଲର ରିୟର କ୍ୟାମେରା ଏବଂ ୫ ମେଗାପିକ୍ସଲ ର ପ୍ରଂଟ କ୍ୟାମେରା ବି ରହିଛି । ଫୋନରେ ୪୧୦୦ ଏମଏଏଚର ଦମଦାର ବ୍ୟାଟାରୀ ରହିଛି ଯାହାକୁ ନେଇ କଂପାନୀର ଦାବି ରଖିଛି କି ଏହି ଫୋନଟିରେ ଦୁଇ ଦିନ ପର୍ଯ୍ୟନ୍ତ ବ୍ୟାକଅପ ରଖିବାର କ୍ଷମତା ରହିଛି । ତେବେ ଫୋନଟି ଡୁଆଲ ସିମ ସପୋର୍ଟ ଥିବା ବେଳେ ଉଭୟ ଏଲଟି ଏବଂ ଭୋଲଟି ସପୋର୍ଟ ରହିଛି ।