ଫେଲ୍ ମାରିଲା ମୋଦିଙ୍କ ଯୋଜନା ! ଏହି ସରକାରୀ ଯୋଜନାକୁ ବ୍ୟାଙ୍କ ଗ୍ରହଣ କରିବାକୁ ନାରାଜ୍, ଆବେଦନ ନକରିବାକୁ ଦିଆଯାଉଛି ପରାମର୍ଶ 

302

ଆପଣମାନଙ୍କର ମନେ ଥିବ ନିଶ୍ଚୟ କି, କିଛି ଦିନ ତଳେ ତଥା ଦୀପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ବହୁତ ବଡ ଯୋଜନାର ଶୁଭାରମ୍ଭ କରିଥିଲେ, ଯେଉଁଥିରେ ଲୋକଙ୍କୁ ମାତ୍ର ୫୯ ମିନିଟରେ ୧ କୋଟି ଟଙ୍କାର ଋଣ ଉପଲବ୍ଧି କରାଇବା ଭଳି ସୁବିଧା ଦିଆଯାଇଥିଲା, ହେଲେ ଆପଣ ଜାଣି ଚକିତ ହେବେ କି ମୋଦିଙ୍କର ଏହି ଜନକଲ୍ୟାଣ ଯୋଜନାଟିକୁ ବ୍ୟାଙ୍କ ଗ୍ରହଣ କରିବାକୁ ଏକଦମ୍ ନାରାଜ୍ । ଏକଥା ଆମେ କହୁନାହୁଁ ବରଂ ଏହି ଯୋଜନାର ଲାଭ ଉଠାଇବା ଲାଗି ବ୍ୟାଙ୍କ ଯାଇ ନିରାଶ ହୋଇ ଫେରିଥିବା କିଛି ଲୋକେ କହୁଛନ୍ତି ।

ଏହି ଲୋକମାନଙ୍କର ଅଭିଯୋଗ ରହିଛି କି, ପ୍ରଧାନମନ୍ତ୍ରୀ ମୋଦି ଯେଉଁ ପୋର୍ଟାଲ ଲଂଚ କରିଥିଲେ, ସେଥିରେ ଲୋନକୁ ମଂଜୁରୀ ମିଳିଥିବା ସତ୍ୱେ ବି ବ୍ୟାଙ୍କ କିନ୍ତୁ ଲୋନ ଦେବାକୁ ରୋକ୍ ଠୋକ୍ ମନା କରିଦେଉଛି । PSB Loans in 59 Minutesର ଫେସବୁକ ପେଜରେ ଲୋକେ ଲଗାତର ଭାବେ କମେଂଟ କରି ଏହି ଯୋଜନାରେ ଆବେଦନ ନକରିବାକୁ ପରାମର୍ଶ ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ମୋଦିଙ୍କ ଏହି ଯୋଜନା ପ୍ରତି ଲୋକଙ୍କର କଣ ସବୁ ପ୍ରତିକ୍ରିୟା ରହିଛି ।

ଫେସବୁ୍କ୍ ପେଜରେ କମେଂଟ କରି ଜଣେ ପୀଡିତ ଲେଖିଛନ୍ତି କି, ସେ ନଭେମ୍ବର ୪ ତାରିଖରେ ଲୋନ୍ ପାଇଁ ଆବେଦନ କରିଥିଲେ, ଆଉ ତାଙ୍କ ଲୋନକୁ ଆପ୍ରୁଭାଲ ବି ମିଳିଗଲା କିନ୍ତୁ ଏଯାବତ୍ ବ୍ୟାଙ୍କ ତରଫରୁ ତାଙ୍କୁ କୌଣସି ଲୋନ ମିଳିନଥିବା ବ୍ୟକ୍ତି ଜଣକ ଫେସବୁକ୍ ପେଜରେ କମେଂଟ କରିଛନ୍ତି ।

ସବସିଡି ଦେଉନାହାଁନ୍ତି ବ୍ୟାଙ୍କ

ୟୁନିକମ୍ ସେଲ୍ସ ତରଫରୁ କୁହାଯାଇଛି କି, ତାଙ୍କୁ ଲୋନ ପାଇଁ ଆପ୍ରୁଭାଲ ମିଳିଗଲା, ହେଲେ ଯେତେବେଳେ ସେମାନେ ଏସବିଆଇ ସହ ଏନେଇ ଯୋଗାଯୋଗ କରିଥିଲେ ସେତେବେଳେ ସେ ଜାଣିବାକୁ ପାଇଥିଲେ କି ବ୍ୟାଙ୍କ ସୁଧରେ ମିଳୁଥିବା ୨ ପ୍ରତିଶତର ସବସିଡି ଦେବାକୁ ମନା କରିଦେଇଥିଲା । ଏପରିକି ଏସବିଆଇ କୋଲାଟ୍ରଲ ନନେଇ ବଦଳରେ  ପ୍ରଥମ ବଷର ୨.୧ ପ୍ରତିଶତ ଏବଂ ଏହାପରେ ପ୍ରତି ବର୍ଷ ୧ ପ୍ରତିଶତ ଚାର୍ଜ ଆଦାୟ କରୁଛି । ଏଠାରେ ଆମେ କହି ରଖୁଛୁ କି, ପ୍ରଧାନମନ୍ତ୍ରୀ ମୋଦି ଏହି ସ୍କିମକୁ ଲଂଚ କରିବା ଅବସରରେ କହିଥିଲେ କି , କ୍ଷୁଦ୍ର ବ୍ୟବସାୟୀଙ୍କୁ ସୁଧ ଉପରେ ୨ ପ୍ରତିଶତର ସବସିଡି ଏବଂ ବିନା କୌଣସି କୋଲାଟ୍ରଲରେ ଲୋନ ଉପଲବ୍ଧି କରିଦିଆଯିବ ।

ସେହିପରି ଅନ୍ୟ ଜଣେ ବ୍ୟକ୍ତି PSB Loans in 59 Minutesର ଫେସବୁକ୍ ପେଜରେ କମେଂଟ କରି ଉଲ୍ଲେଖ କରିଛନ୍ତି କି,  ସେ ନଭେମ୍ବର ୩ ତାରିଖରେ ଲୋନ ପାଇଁ ଆବେଦନ କରିଥିଲେ, ଆଉ ସେବେଠାରୁ ଲୋନ ପାଇଁ ତାଙ୍କୁ ପ୍ରତିଦିନ ବ୍ୟାଙ୍କର ଚକ୍କର କାଟିବାକୁ ପଡୁଛି । କିନ୍ତୁ ବ୍ୟାଙ୍କବାଲା ତାଙ୍କ କଥା ଶୁଣିବାକୁ ନାରାଜ୍ । ସେହିପରି ଆଉ ଜଣେ ବ୍ୟକ୍ତି କହିଛନ୍ତି କି, ଆପ୍ରୁଭାଲ ପରେ ବି ୩୦ ଦିନ ବିତିଗଲାଣି ହେଲେ ବ୍ୟାଙ୍କ ପକ୍ଷରୁ କେବଳ ଡକ୍୍ୟୁମେଂଟ ପରେ ଡକ୍ୟୁମେଂଟ ମାଗି ଚାଲିଛନ୍ତି, କିନ୍ତୁ ସହଯୋଗ କରୁନାହାଁନ୍ତି ।

ତେବେ ଫେସବୁକ୍ ପେଜରେ ଯେଉଁ ଲୋକମାନେ ଅଭିଯୋଗ କରୁଛନ୍ତି । ତାଙ୍କୁ କେବଳ ଗୋଟିଏ ଜବାବ ହିଁ ମିଳୁଛି କି, ସେମାନେ ନିଜ ଡିଟେଲ ଦେଇଦିଅନ୍ତୁ , ତାଙ୍କୁ ତାଙ୍କର ମେସେଜ ବକ୍ସରେ ସଂପର୍କ କରାଯିବ । କମେଂଟର ରିପ୍ଲାଏରେ କୌଣସି ଠୋସ୍ ଉତର ଦିଆଯାଉନାହିଁ ।