ହେଲମେଟ୍ ନାହିଁ ତ ଚାକିରି ନାହିଁ . . . ଏଣିକି ବିନା ହେଲମେଟରେ ଅଫିସ ଆସିଲେ ଚାଲିଯିବ ଚାକିରି

2

‘ନୋ ହୋଲମେଟ୍ ନୋ ଏଂଟ୍ରି’ ଅଭିଯାନର ପ୍ରୟୋଗ ବର୍ତ୍ତମାନ ସାରା ଦେଶରେ ଲାଗୁ କରାଯିବାକୁ ନେଇ ଯୋଜନା ପ୍ରସ୍ତୁତ କରାଯାଉଛି । ଅର୍ଥାତ୍ ଦୁଇ ଚକିଆ ଗାଡି ଚାଳକଙ୍କୁ ତଥା ବାଇକ୍ ଚାଳକଙ୍କୁ ଉଭୟ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟରେ ପ୍ରବେଶ ପାଇଁ ସେତେବେଳେ ଯାଇ ଅନୁମତି ଦିଆଯିବ ଯେତେବେଳେ ସେମାନେ ହେଲମେଟ୍ ପିନ୍ଧି ଗାଡି ଚଲାଇବେ ।

ସୂଚନା ମୁତାବକ, ଆଗ୍ରା ପୁଲିସର ଏଭଳି ଏକ ନିଆରା ଅଭିଯାନକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏହାର ବିସ୍ତୃତ ରିପୋର୍ଟ ଆସିବା ପରେ ରାଜ୍ୟର ସମସ୍ତ ଜିଲ୍ଲାରେ ଏହାକୁ ଲାଗୁ କରାଯିବା ନେଇ ଜିଲ୍ଲାଧିକାରୀ ଏବଂ ପୁଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯିବ । ତେବେ ଆଗ୍ରାର ଏସଏସପି ଅମିତ ପାଠକ ଏହି ଅଭିଯାନର ଶୁଭାରମ୍ଭ ପ୍ରଥମେ ନିଜ କାର୍ଯ୍ୟାଳୟରେ ହିଁ ଆରମ୍ଭ କରି ଦେଇଛନ୍ତି । ଯାହାଦ୍ୱାରା ସମସ୍ତ ଥାନାଧିକାରୀ ଏବଂ ଶାଖା ପ୍ରଭାରିଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି କି ସମସ୍ତ ପୁଲିସ କର୍ମୀମାନେ ଦୁଇଚକିଆ ଯାନ ତଥା ବାଇକ୍ ଚଲାଇବା ସମୟରେ ହେଲମେଟ୍ ବ୍ୟବହାର କରିବାକୁ । ଖାଲି ଏତିକି ନୁହେଁ ସେମାନଙ୍କୁ ଆହୁରୀ ମଧ୍ୟ କୁହାଯାଇଛି କି, ସେମାନଙ୍କୁ ସୁନିଶ୍ଚିତ କରିବାକୁ ହେବକି ବିନା ହେଲମେଟରେ କୌଣସି ବି ବ୍ୟକ୍ତି ଥାନା , ପୁଲିସ ଲାଇନ ଏବଂ ପୁଲିସ୍ କାର୍ଯ୍ୟାଳୟରେ ପ୍ରବେଶ କରିନପାରନ୍ତି ।

ଯଦି କୌଣସି ଅଧିକାରୀ ଏହି ନିୟମକୁ ପାଳନ ନକରନ୍ତି ତେବେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାବ୍ୟତିତ ଅଫିସ ଗେଟରେ ‘ନୋ ହେଲମେଟ୍ ନୋ ଏଂଟ୍ରି’ ଏବଂ ‘ହେଲମେଟ ନାହିଁ ତ ପ୍ରବେଶ ନାହିଁ ’ ଭଳି ସ୍ଲାଗନ ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପୁଲିସ ବିଭାଗର ଏଭଳି ଅଭିଯାନ କେତେ ଦୂର ସଫଳ ରହିବ ତାହା ଜାଣିବା ପାଇଁ ଖୋଦ୍ ଏସଏସପି ହେଲମେଟ୍ ପିନ୍ଧି ବାଇକରେ ସହର ବୁଲୁଛନ୍ତି ଏବଂ ଲୋକଙ୍କର ଫିଡବ୍ୟାକ୍ ନେଉଛନ୍ତି ।

ସୌଜନ୍ୟ: ଅମର ଉଜାଲା

Comments are closed.