ମହିଳାଙ୍କ ପାଇଁ ଖୁସିଖବର: ହେଲମେଟ ନପିନ୍ଧିଲେ ବି ଚାଲାଣ କାଟିବନି ଟ୍ରାଫିକ୍ ପୁଲିସ, କିନ୍ତୁ ଗୋଟିଏ ସର୍ତ୍ତରେ?

34

ସର୍ବପ୍ରଥମେ ଏଠାରେ ଆମେ ସ୍ପଷ୍ଟ କରିବାକୁ ଚାହୁଁଛୁ କି, ଏହି ସୁବିଧା ବର୍ତ୍ତମାନ ଚଣ୍ଡିଗଡରେ ବାସ କରୁଥିବା ମହିଆମାନଙ୍କ ପାଇଁ ହିଁ ଉପଲବ୍ଧ । ସୂଚନା ମୁତାବକ, ଚଣ୍ଡିଗଡରେ ବାସକରୁଥିବା ମହିଳାମାନେ ହେଲମେଟ ନପିନ୍ଧି ଗାଡି ଚଲାଇବେ ବି ତାଙ୍କଠାରୁ ଚାଲାଣ କାଟିପାରିବେ ନାହିଁ ଟ୍ରାଫିକ ପୋଲିସ । କିନ୍ତୁ ଏହିପାଇଁ ଟ୍ରାଫିକ୍ ପୁଲିସ ତରଫରୁ ଏକ ସର୍ତ୍ତ ମଧ୍ୟ ରଖାଯାଇଛି । ଆଉ ସର୍ତ୍ତଟି ହେଲା, ମହିଳାମାନେ ନିଜର ଏବଂ ଅନ୍ୟମାନଙ୍କର ଜୀବନର ସୁରକ୍ଷା ନିଜେ ହିଁ କରିବାକୁ ପଡିବ । ଚଣ୍ଡିଗଡର ରାଜରାସ୍ତାରେ ବିନା ହେଲମେଟରେ ବାଇକ୍ ଚଲାଉଥିବା ମହିଳା ତଥା ଯୁବତୀମାନଙ୍କର ବର୍ତ୍ତମାନ ପାଇଁ ଚାଲାଣ କଟାଯିବ ନାହିଁ ବୋଲି ସେଠାକାର ପୁଲିସ ପ୍ରଶାସନ ତରଫରୁ ନିଷ୍ପତି ନିଆଯାଇଛି ।

ଟ୍ରାଫିକ୍ ପୁଲିସ ତରଫରୁ ନେନେଇ ଏବେ ଏକ ସଚେତନତାମୂଳକ ଅଭିଯାନ ଜାରି କରିବାକୁ ନିଷ୍ପତି ନିଆଯାଇଛି । ତେବେ ଟ୍ରାଫିକ୍ ପୁଲିସ ପକ୍ଷରୁ କୁହାଯାଇଛି କି, ହେଲମେଟ ପାଇଁ ସଚେତନତା ଅଭିଯାନ କେବେ ଆରମ୍ଭ କରାଯିଏ ସେନେଇ କୌଣସି ସମୟ ତାରିଖ ଧାର୍ଯ୍ୟ କରାଯାଇନାହିଁ । ଯେଉଁ କାରଣରୁ ବିଭିନ୍ନ ମାଧ୍ୟମରେ ମହିଳା ତଥା ଯୁବତୀମାନେ ନିଜର ଏବଂ ଅନ୍ୟ ଲୋକଙ୍କର ଜୀବନର ସୁରକ୍ଷା କରିବାକୁ ଜାଗ୍ରତ କରାଯିବ ।

ତେବେ ଟ୍ରାଫିକ୍ ପୁଲିସ ଆଶା ରଖିଛି କି, ମହିଳା ତଥା ଯୁବତୀମାନେ ଡ୍ରାଇଭିଂ କରୁଥିବା ସମୟରେ ହେଲମେଟ ପିନ୍ଧିବାର ଅଭ୍ୟାସକୁ ରୁଟିନରେ ସାମିଲ କରନ୍ତୁ । ବିଭିନ୍ନ ସୋସିଆଲ ସାଇଟ୍, ରେଡିଓ, ଟୁଇଟର, ଫେସବୁକ ଆକାଉଂଟ ଏବଂ ରୋଡ ସେଫ୍ଟି ଉପରେ ଆଧାରିତ ଗୀତ ମାଧ୍ୟମରେ ଟ୍ରାଫିକ ପୁଲିସ ହେଲମେଟର ମହତ୍ୱତା ସଂପର୍କରେ ଜାଗରୁକତା ବଢାଇବାକୁ ପ୍ରୟାସ କରୁଛି ।