ରାସ୍ତାରେ ଆଉ ଗଡିବନାହିଁ ବିଏସ-୪ ଯାନବାହନ ! ଖୁବ୍ ଶୀଘ୍ର ବନ୍ଦ ହେବ ରେଜିଷ୍ଟର

44

ବାୟୁମଣ୍ଡଳରେ ଗାଡି ମୋଟର ଆଦିର ସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶ ପ୍ରଦୂଷଣ ଦୃତମାତ୍ରାରେ ବଢିବାରେ ଲାଗିଛି । ଏହାଯୋଗୁଁ ଲୋକମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଏହି ସମସ୍ୟାର ସମାଧାନ ପାଇଁ ସରକାର ଏକ ନୂଆ ପଦକ୍ଷେପ ନେବା ଲାଗି ଚେଷ୍ଟା ଚଳାଇଛନ୍ତି । ଯାନବାହନରୁ ନିର୍ଗତ ଧୂଆଁ କାରଣରୁ ହେଉଥିବା ପ୍ରଦୂଷଣକୁ ରୋକିବା ପାଇଁ ସରକାର ଏକ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି । ୧ ଅପ୍ରେଲ ୨୦୨୦ପୂର୍ବରୁ ନିର୍ମିତ ହୋଇଥିବା ବିଏସ-୪ ଯାନବାହନ ଗୁଡିକର ରେଜିଷ୍ଟ୍ରେସନ ୩୦ଜୁନ,୨୦୨୦ପରେ ରୋକାଯିବା ଲାଗି କେନ୍ଦ୍ରୀୟ ମୋଟର ବାହନ ନିୟମରେ ସଂଶୋଧନ ଲାଗି ସୂଚନା ଜାରି କରାଯାଇଛି । ଗତ ବର୍ଷ ସରକାର ଅପ୍ରେଲ ୧,୨୦୨୦ସୁଦ୍ଧା ୟୁରୋ-୬ ଥିବା ଇନ୍ଧନ ଆପୁର୍ତ୍ତିକୁ ରୋକିବା ଲାଗି ନିଷ୍ପତ୍ତି ନେଇଥିଲେ ।

କେନ୍ଦ୍ରୀୟ ଯାନବାହନ ନିୟମକୁ ସଂଶୋଧନ ପାଇଁ ବର୍ତ୍ତମାନର ଅଧିସୂଚନାକୁ ଜାରି କରିବା ଲାଗି ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରାଳୟରେ ହିତାଧିକାରୀ, ପ୍ରଭାବିତ ବ୍ୟକ୍ତିି ଏବଂ ଜନସାଧାରଣ ଜନତାଙ୍କଠାରୁ ୨୦ଡିସେମ୍ବର ମଧ୍ୟରେ ଆପତି ଏବଂ ସ୍ପଷ୍ଟୀକରଣର ସୂଚନା ମାଗିଛନ୍ତି । ଅଧିସୂଚନାରେ ଏହି ନିୟମକୁ କେନ୍ଦ୍ରୀୟ ମୋଟର ବାହନ ନିୟମ ୨୦୧୭ରେ କୁହାଯିବ ଏବଂ ଅଧିକାରୀ ରାଜପତ୍ରରେ ଅନ୍ତିମ ପ୍ରକାଶ ତିଥିରୁ ହିଁ ଏହି ନିୟମ ଲାଗୁ କରାଯିବ । ୧ଅପ୍ରେଲ,୨୦୨୦ ପୂର୍ବରୁ ନିିର୍ମିତ ଭାରତ ଷ୍ଟେଜ-୪ ନୂଆ ବାହନ୩୦ଜୁନ,୨୦୨୦ ପରେ ରେଜିଷ୍ଟର ହୋଇବନାହିଁ ବୋଲି ଅଧିସୂଚନାରେ କୁହାଯାଇଛି ।

ବିଏସ-୪ ବାହନ ୧ଅପ୍ରେଲ,୨୦୨୦ପୂର୍ବରୁ ନିର୍ମିତ ଏମ ଏବଂ ଏନ ଶ୍ରେଣୀର ନୂଆ ବାହନ, ଯାହାକି ଲୋକଙ୍କ ଚାହିଦାକୁ ନେଇ ବିକ୍ରି ହୋଇଥାଏ ,୩୦ସେପ୍ଟମ୍ବର ପରେ ଏହାର ପଞ୍ଜୀକୃତ ହୋଇପାରିବ ନାହିଁ । ଚାରି ଚକ ବିଶିଷ୍ଟ ବାହନ ଗୁଡିକ ‘ଏମ’ଶ୍ରେଣୀର ଅନ୍ତର୍ଭୂକ୍ତ ଅଟେ ଏବଂ ଯେଉଁ ବାହନ ଚାରିଚକିଆ ବିଶିଷ୍ଟ ମାତ୍ର ମାଲଗାଡି ରୁପେ ବ୍ୟବହୃତ ହୁଏ ଏଗୁଡିକ ‘ଏନ’ଶ୍ରେଣୀୟ ଅନ୍ତର୍ଭୂକ୍ତ ବୋଲି ମଧ୍ୟ ଏହି ଅଧିସୂଚନାରେ ଦର୍ଶାଯାଇଛି ।