ଏଣିକି ବିନା ଏଲପିଜିରେ ବି ଜଳିବ ଚୂଲା, ମୋଦି ସରକାରଙ୍କ ନୂଆ କୌଶଳ

402

ଆଉ ରୋଷେଇ ପାଇଁ ଦରକାର ପଡିବନି ଏଲିପିଜି ଗ୍ୟାସ । ମୋଦି ସରକାର ଖୁବ୍ ଶୀଘ୍ର  ଏଥିପାଇଁ ଏକ ବିଶେଷ ସୁବିଧା ଆରମ୍ଭ କରିବାକୁ ଯୋଜନା ପ୍ରସ୍ତୁତ କରୁଛନ୍ତି ।  ନୀତି ଆୟୋଗର ସଦସ୍ୟ ବି.କେ ସାରସ୍ୱତଙ୍କ ସୂଚନା ମୁତାବକ, ଏଣିକି ମେଥାଲୋନ (ଜ୍ୱଳନଶୀଳ ତରଳ ହାଇଡ୍ରୋକାର୍ବନ)କୁ ଇନ୍ଧନ ରୂପେ ବ୍ୟବହାର କରାଯିବ । ଯାହାର ଆରମ୍ଭ ବର୍ତ୍ତମାନ ଆସାମରେ ହୋଇସାରିଲାଣି ।

ବି.କେ ସାରସ୍ୱତଙ୍କ କହିବା ଅନୁସାରେ,  ଏନେଇ ବର୍ତ୍ତମାନ ଉତ୍ତର ପ୍ରଦେଶ ସରକାରଙ୍କ ସହ ଆମର ଆଲୋଚନା ଚାଲିଛି । ଏବଂ ୟୁପି ବ୍ୟତୀତ ଆସାମରେ ମେଥନୋଲରୁ ଜଳୁଥିବା ୭୦ ହଜାର ଗ୍ୟାସ ଷ୍ଟୋଭ ବିତରଣ କରାଯିବ । ଅଧିକାରୀଙ୍କ କହିବା ଅନୁସାରେ, ଆମେ ମେଥାନୋଲକୁ ରାନ୍ଧିବା ପାଇଁ ଇନ୍ଧନ ରୂପରେ ବ୍ୟବହାର କରିବାକୁ ଯୋଜନା କରୁଛୁ ଏବଂ ଏହି କାରଣରୁ ହିଁ ଆମେ ଆସାମ ପେଟ୍ରୋ  କମ୍ପେ୍ଲକ୍ସରେ ୫୦୦ ପରିବାରକୁ ମେଥାନୋଲ ଚାଳିତ ଗ୍ୟାସ ଚୁଲା ଦେଇଛୁ ।

ସେ ଆହୁରୀ ମଧ୍ୟ କହିଛନ୍ତି କି, ଆସାମ ପରେ ଏବେ ଆମ ଫୋକସରେ ଉତ୍ତର ପ୍ରଦେଶ ରହିଛି । ପୂର୍ବରୁ ପୂର୍ବ ଉତର ପ୍ରଦେଶରେ ଏହି ଚୁଲା ବିତରଣ କରାଯିବ । ଏହାପରେ ମହାରାଷ୍ଟ୍ରରେ ବିତରଣ କରାଯିବ ବୋଲି ନୀତି ଆୟୋଗର ସଦସ୍ୟ ବିକେ ସାରସ୍ୱତ କହିଛନ୍ତି ।