ପଦାରେ ପଡିଲା ଅମ୍ବାନୀ ପରିବାରର ଗୁମର କଥା ! ସର୍ତ୍ତ ରଖି ମୁକେଶଙ୍କୁ ବିବାହ କରିଥିଲେ ନିତା

66

ଧୀରୁ ଭାଇ ଅମ୍ବାନୀ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଏହା ସମସ୍ତେ ଜାଣନ୍ତି । ଭାରତର ପ୍ରଥମ ଧନୀ ବ୍ୟକ୍ତି ଭାବରେ ସେ ବେଶ୍ ଜଣାଶୁଣା । ତେବେ ଗୋଟିଏ ପଟରେ ପୁଅ ମୁକେଶ ଅମ୍ବାନୀ ବାପାଙ୍କ ବ୍ୟବସାୟ ରିଲାଏନ୍ସ ତଥା ରିଲାଏନ୍ସ ଜିଓକୁ ନେଇ ଚର୍ଚ୍ଚାରେ ରହିଥିବା ବେଳେ ଅନ୍ୟ ପଟରେ ବୋହୁ ନିତା ଅମ୍ବାନୀ କ୍ରିକେଟ ଏବଂ ବିଭିନ୍ନ ସାମାଜିକ କାର୍ଯ୍ୟକୁ ନେଇ ମଧ୍ୟ ଅଧିକାଂଶ ସମୟରେ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ।

ତେବେ ମୁକେଶ ଏବଂ ନିତାଙ୍କ ପ୍ରେମ କାହାଣୀ କୌଣସି ଫିଲ୍ମର କାହାଣୀ ଠାରୁ ମଧ୍ୟ କମ ନୁହେଁ । ବାସ୍ତବରେ ନିତାଙ୍କୁ ମୁକେଶଙ୍କ ମାଆ କୋକିଲାବେନ ଏକ ଡ୍ୟାନ୍ସ ଫଙ୍କସନରେ ପରଫର୍ମ କରୁଥିବାର ଦେଖିବା ପରେ ତାଙ୍କୁ ପସନ୍ଦ କରିଥିଲେ । ଏହାପରେ ସେ ନିତାଙ୍କୁ ପୁଅ ମୁକେଶଙ୍କ ପାଇଁ ଚୟନ କରିଥିଲେ । କିନ୍ତୁ ବିବାହ ପୂର୍ବରୁ ନିତା କିଛି ସର୍ତ୍ତ ରଖିଥିଲେ, ତେବେ ସେ ସର୍ତ୍ତଟି କଣ ଆସନ୍ତୁ ଜାଣିବା ।

ଏକ ମଧ୍ୟବିତ୍ତ ପରିବାରରେ ନିତାଙ୍କର ଜନ୍ମ । ନିଜର ଖର୍ଚ୍ଚ ପାଇଁ ନିତା ୮୦୦ ଟଙ୍କା ଦରମାରେ ଏକ ସ୍କୁଲରେ ପାଠ ପଢାଉଥିଲେ । ଖାଲି ଟଙ୍କା ଯେ ନିତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ନଥିଲା ବରଂ ସେ ଛୋଟ ପିଲାଙ୍କୁ ପାଠ ପଢାଇବାକୁ ଖୁବ ଭଲ ପାଉଥିଲେ । ଏକ ସାକ୍ଷାତକାରରେ ନିତା କହିଥିଲେ ଯେ, ସେ ବିବାହ ପୂର୍ବରୁ ମୁକେଶଙ୍କ ସହିତ ସର୍ତ୍ତ ରଖିଥିଲେ କି ଯଦି ବିବାହ ପରେ ତାଙ୍କୁ ପାଠ ପଢାଇବାକୁ ଅନୁମତି ଦେବେ, ତେବେ ସେ ତାଙ୍କୁ ବିବାହ କରିବେ । ଆଉ ତାଙ୍କ କଥାକୁ ମଧ୍ୟ ମୁକେଶ ସମ୍ମାନ ଜଣାଇଥିଲେ ଏବଂ ନିତାଙ୍କ କଥାରେ ରାଜି ହୋଇଯାଇଥିଲେ । ଏହାପରେ ଉଭୟଙ୍କର ବିବାହ ହୋଇଥିଲା । ତେବେ ଧନୀ ଘରର ବୋହୂ ହୋଇଥିଲେ ସୁଦ୍ଧା ନିତା ଏକ ପ୍ରାଇଭେଟ ସ୍କୁଲରେ ପିଲାଙ୍କୁ ପାଠପଢାଉଥିଲେ ।

ନିତା ଆହୁରି ମଧ୍ୟ କହିଥିଲେ କି, ୧୯୮୭ ୱାର୍ଲଡ କପ ମ୍ୟାଚରେ ଜଣେ ଛାତ୍ରଙ୍କର ବାପା ମାଆ ନୀତାଙ୍କୁ ମ୍ୟାଚର ଏକ ଟିକେଟ ଆଣି ଦେଇଥିଲେ । କିନ୍ତୁ ସେ ଏହାକୁ ମନା କରି ଦେଇଥିଲେ । ପରେ ସେହି ମ୍ୟାଚରେ ନିତା ଅମ୍ବାନୀ ପ୍ରେସିଡେଂଟ ବକ୍ସ ଅଫିସରେ ଭିଆଇପି ସିଟରେ ବସିଥିଲେ ଏବଂ ଛାତ୍ରଙ୍କ ବାପା ମାଆ ତାଙ୍କୁ ଦେଖିବାପରେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ଏହାପରେ ସେମାନେ ନିତାଙ୍କୁ ସେଠାରେ ବସିଥିବାର କାରଣ ପଚାରିବାରୁ ଜାଣିବାକୁ ପାଇଥିଲେ ଯେ ତାଙ୍କ ପିଲାକୁ ପାଠ ପଢାଉଥିବା ଶିକ୍ଷୟତ୍ରୀ କୌଣସି ସାଧାରଣ ମହିଳା ନୁହଁନ୍ତି ବରଂ ଅମ୍ବାନୀ ପରିବାରର ବଡ ବୋହୂ । ଭାରତରେ ହେଉଥିବା ଏହି ୱାର୍ଲଡ କପକୁ ରିଲାଏନସ ଗ୍ରୁପ ସ୍ପନ୍ସର କରୁଥିଲା । ତେବେ କିଛି ଦିନ ପରେ ନିତା ବ୍ୟବସାୟ ସମ୍ଭାଳିଥିଲେ ।