ଆଲର୍ଟ: ମୌସୁମୀ କାରଣରୁ ଆହୁରୀ ଭୟଙ୍କର ହୋଇପାରେ ନିପା ଭାଇରସ୍ , ଏହି ୫ଟି ଉପାୟରେ ନିଜକୁ ରଖନ୍ତୁ ସୁରକ୍ଷିତ

139

ଦିନକୁ ଦିନ ଅଣାୟତ ହେବାରେ ଲାଗିଲାଣି ନିପା ଭାଇରସ୍ । ପ୍ରତିଦିନ ଏହି ଭାଇରସ ନିଜ କାୟ ବିସ୍ତାର କରିବାରେ ଲାଗିଛି । ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଏହି ନିପା ଭାଇରସ । ଏହି ଭାଇରସ ବାଲାଂଦେଶରୁ ଆସିଥିବା କୁହାଯାଉଥିବା ବେଳେ ଏହା ଭାରତର ଅନେକ ସ୍ଥାନରେ ବ୍ୟାପିଲାଣି । ଏପରିକି ଏହି ଭାଇରସ ଏବେ ଓଡିଶା ମୁହାଁ ବି ହୋଇଛି । ଏହି ନିପା ଭାଇରସ କେରଳ ଏବଂ କର୍ଣ୍ଣାଟକରେ ବହୁ ଲୋକଙ୍କ ଜୀବନ ନେବା ପରେ ଏବେ ପହଞ୍ଚିଛି କୋଲକାତାରେ । ଏହି ଭାଇରସରେ ଆକ୍ରାନ୍ତ ହୋଇ ୧୭ ଜଣଙ୍କର ମୃତ୍ୟୁ ଘଟିସାରିଲାଣି । ବଡ କଥା ହେଲା ଏହି ଭାଇରସର ମୁକାବିଲା ପାଇଁ ଏଯାବତ୍ କୌଣସି ବି ପ୍ରତିଷେଧକ ଟିକା କିମ୍ବା ଔଷଧ ମିଳିପାରି ନାହିଁ, ଖାଲି ସଚେତନତା ହିଁ ଏହି ଭାଇରସରୁ ବଂଚିବାର ଏକମାତ୍ର ରାସ୍ତା । ତେବେ କୁହାଯାଉଛି କି, ଏବେ ଏହି ଭାଇରସ ମୌସୁସୀ ଜରିଆରେ ଅଧିକ ଭୟଙ୍କର ତଥା ଅଧିକ ମାତ୍ରାରେ ସଂକ୍ରିୟ ହୋଇପାରେ । ଜଳବାୟୁ ସସ୍ପର୍ଶରେ ଆସି ଏହି ଭାଇରସ ଏବେ ଆହୁରୀ ବିପଦପୂର୍ଣ୍ଣ ହୋଇପାରେ । ଯଦି ଏହା ପୂର୍ବ ଆପଣ ସତର୍କ ନ ରହିବେ ତେବେ ଆପଣ ଏହି ଭାଇରସର ଶିକାର ହୋଇପାରନ୍ତି । ତେଣୁ ଯଦି ଆପଣ ଏହି ସମୟରେ କିଛି ଦିଗ ପ୍ରତି ଧ୍ୟାନ ଦିଅନ୍ତି ତେବେ ଆପଣ ଓ ଆପଣଙ୍କର ପରିବାର ଏହି ଭାଇରସରୁ ରକ୍ଷା ପାଇପାରିବେ ତେବେ ଆସନ୍ତୁ ଜାଣିବା ଏସଂପର୍କରେ….

• ଯେଉଁ ବିଲ୍ଡିଂ କିମ୍ବା ସ୍ଥାନରେ ବାଦୁଡିମାନେ ବସାବାନ୍ଧିଛନ୍ତି କିମ୍ବା ରହିଛନ୍ତି , ସେ ସବୁ ସ୍ଥାନରୁ ସର୍ବଦା ଦୁରେଇ ରୁହନ୍ତୁ ।

• କୌଣସି ବି ଫଳ ଖାଉଥିଲେ, ତାକୁ ଭଲ ଭାବରେ ଧୋଇ ଖାଆନ୍ତୁ ।

• ଆମ୍ବ, କଦଳୀ ଏବଂ ଅଙ୍ଗୁରୁ ଖାଇବା ସମୟରେ ଅଧିକ ସତର୍କ ରୁହନ୍ତୁ । ତା ମାନେ ନୁହେଁ ଯେ ଆପଣ ଏହିସବୁ ଫଳ ଖାଇବା ପୂରା ବନ୍ଦ କରିଦିଅନ୍ତୁ । କିନ୍ତୁ ଆଲର୍ଟ ରହି ଏସବୁ ଫଳ ଖାଆନ୍ତୁ ।

• ଯଦି କୌଣସି ବି ରୋଗୀଠାରେ ଏହି ଭାଇରସର ଲକ୍ଷଣ ନଜର ଆସେ, ତେବେ ତାଠାରୁ ଦୂରେଇ ରୁହନ୍ତୁ ।

• ଯଦି ୨ ଦିନରୁ ଅଧିକ ଜ୍ୱର ରହୁଛି କିମ୍ବା ମୁଣ୍ଡବିନ୍ଧା ହେଉଛି ତେବେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ

ଭାଇରସର ଲକ୍ଷଣ

ନିପା ଭାଇରସ ଆକ୍ରାନ୍ତ କରିଥିବା ବ୍ୟକ୍ତିଙ୍କର ଜ୍ୱର ଓ ମୁଣ୍ଡବିନ୍ଧା ହୋଇଥାଏ । ପ୍ରଥମେ ଆକ୍ରାନ୍ତକାରୀଙ୍କୁ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ଦେଖା ଦେଇଥାଏ । ନ୍ୟୁରୋଲୋଜିକାଲ ସମସ୍ୟା, ପ୍ରବଳ ମୁଣ୍ଡବିନ୍ଧା, ମାଂସପେଶୀରେ ସମସ୍ୟା, ଅଳସୁଆ ଲାଗିବା, ଓ ନିଶ୍ୱାସ ନେବାରେ ଅସୁବିଧା ଦେଖା ଦେଉଥିଲେ ଏହା ନିପା ଭାଇରସର ସଂକେତ ଦେଇଥାଏ ।

ଘରୋଇ ଉପଚାର

ତୁଳସୀ

ତୁଳସୀରେ ସାଧାରଣତଃ ଅନେକ ଔଷଧୀୟ ଗୁଣ ଭରପୁର ପରିମାଣରେ ଭର୍ି ହୋଇରହିଛି । ଏହାକୁ ଯଦି ମହୋଷଧି କହିବା ତେବେ ହୁଏତ କିଛି ଭୁଲ ହେବନି । ତେବେ ତୁଳସୀ ବ୍ୟବହାର କରି ଆପଣ ନିଜକୁ ଏହି ନିପା ଭାଇରସରୁ ରକ୍ଷା କରିପାରିବେ । ଆପଣଙ୍କୁ ପ୍ରତିଦିନ କୌଣସି ବି ରୂପରେ ଗୋଟିଏ କିମ୍ବା ଦୁଇଟି ଲେଖାଏଁ ତୁଳସୀ ପତ୍ର ଖାଲି ପେଟରେ ସେବନ କରିବା ଉଚିତ । କାରଣ, ଏଥିରେ ଥିବା ଆଂଟିବାୟୋଟିକ ଭାଇରସକୁ ଲଢିବାରେ ସାହାଯ୍ୟ କରିଥାଏ ।

ରସୁଣ

ଆପଣ ପ୍ରତିଦିନ ରସୁଣ ନିଶ୍ଚୟ ଖାଉଥିବେ । କିନ୍ତୁ ନିପା ଭାଇରସରୁ ବଂଚିବା ପାଇଁ ବି ବ୍ୟବହାର କରିପାରିବେ । ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଗୋଟିଏ କିମ୍ବା ଦୁଇଟି ଲେଖାଏଁ କଂଚା ରସୁଣ ସେବନ କରିବାକୁ ହେବ । କଂଚା ରସୁଣ ସେବନ କରିବା ଦ୍ୱାରା ଶରୀରକୁ ବହୁତ ଲାଭ ମିଳିଥାଏ । ଏବଂ ରୋଗ ପ୍ରତିଷେଧକ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ ।

କପୂର

ସଂକ୍ରମଣରୁ ରକ୍ଷା ପାଇବା ପାଇଁ କପୂର ଔଷଧ ଭାବରେ କାମ କରିଥାଏ । ନିଶ୍ୱାସ ପ୍ରଶ୍ୱାସ ସମ୍ବନ୍ଧୀୟ ସଂକ୍ରମଣରୁ ବଂଚିବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଇଥାଏ । ଆପଣ ଏହାକୁ ସେବନ କରିପାରିବେ କିନ୍ତୁ ଏହାର ମାତ୍ର ଗହମ ଦାନା ବରାବର କିମ୍ବା ଏହାଠାରୁ ବି କମ୍ ରଖନ୍ତୁ । ସେହିପରି ଘରେ ବି ଏହାକୁ ସମୟେ ସମୟେ ଜଳାନ୍ତୁ । କାରଣ କପୂର ସୁଗନ୍ଧରେ ବି ଭାଇରସର ପ୍ରଭାବ କମ୍ ହୋଇଥାଏ ।

ନିମ

ନିମକୁ ପ୍ରାକୃତିକ ଆଂଟିବାୟୋଟିକ୍, ଆଂଟିଇନଫ୍ଲେମେଟରୀ ଭାବରେ ବ୍ୟବହାର କରିପାରିବେ । ପ୍ରତିଦିନ ନିମ ପତ୍ର ଚୋବାଇବା ଦ୍ୱାରା ଆପଣ ନା କେବଳ ନିପା ଭାଇରସ ରକ୍ଷା ପାଇପାରିବେ ବରଂ ରକ୍ତକୁ ବି ଶୁଦ୍ଧ କରିପାରିବେ ।

ଭାଇରସରୁ ରକ୍ଷା ପାଇବା ପାଇଁ ଏହା ବି କରନ୍ତୁ

• ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସନ୍ତୁ ନାହିଁ

• ଏନଏଚ ୯୫ ଗ୍ରେଡ଼ କିମ୍ବା ଏହାଠାରୁ ଉଚ୍ଚ ମାସ୍କ ପିନ୍ଧିବା ଆବଶ୍ୟକ

• ନିୟମିତ ଭାବେ ସାବୁନରେ ହାତ ଧୁଅନ୍ତୁ

• ପକ୍ଷୀ ମାନେ ଯେଉଁ ଫଳ ଖାଇଥାନ୍ତି ତାହା ଠାରୁ ସମ୍ପୂର୍ଣ୍ଣ ଭାବେ ଦୁରେଇ ରୁହନ୍ତୁ

• ଖାସକରି ପଶୁ ଓ ପକ୍ଷୀ ମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଘୋଡ଼ା, ବାଦୁଡ଼ି, କୁକୁରଙ୍କ ଠାରୁ ଯଥା ସମ୍ଭବ ଦୁରେଇ ରୁହନ୍ତୁ

• ଖାଇବା ପୂର୍ବରୁ ଫଳ ଗୁଡ଼ିକୁ ଭଲ ଭାବେ ଧୋଇ ନିଅନ୍ତୁ

• ଘରକୁ ସଫାସୁତରା ରଖନ୍ତୁ । ଖାସକରି ଶିଶୁ ମାନଙ୍କୁ ସଫା ସୁତରା ରଖନ୍ତୁ

• ଘରର ଝରକା ବନ୍ଦ କରି ରଖନ୍ତୁ ନଚେତ ଖୁବ କମ ସମୟ ଝରକା ଖୋଲନ୍ତୁ

• ଅବ୍ୟବହୃତ ନଳକୂଅର ପାଣି ବ୍ୟବହାର କରନ୍ତୁ ନାହିଁ କି ଏହାର ଆଖ ପାଖକୁ ମଧ୍ୟ ଯାଆନ୍ତୁ ନାହିଁ

• ଜୁସ୍ ପିଇବା ସମୟରେ ସୁନିଶ୍ଚିତ ହୁଅନ୍ତୁ କି ଦୋକାନୀ କୌଣସି କଟା ଫଟ କିମ୍ବା ଖଣ୍ଡିଆ ଫଳ ବ୍ୟବହାର କରୁନାହାଁନ୍ତି ତ ।