ବର ଆପଣେଇଲେ ନୂଆ ତରିକା : ବାଇକ୍ ଚଢି ଆସିଲେ କନ୍ୟାଘରକୁ !

33

ଜୟପୁର: ଅନେକ ଦିନରୁ ବର-କନ୍ୟାଙ୍କ ଏଣ୍ଟ୍ରିର ନୂଆ ନୂଆ ତରିକା ଆପଣେଉଛନ୍ତି ଅନେକ । ଘୋଡା ଚଢି ବର ଶୋଭାଯାତ୍ରା କରି ଆସିବା ଏବଂ ଲାଜେଇ ଲାଜେଇ କନ୍ୟା ବର ବେକରେ ବରଣମାଳା ପିନ୍ଧାଇବା ଏବେ ପୁରୁଣା ଟ୍ରେଣ୍ଡ ପାଲଟିଗଲାଣି । ହେଲେ ବର ଯେମିତି ବି ପ୍ଲାନିଂ କରିଥାନ୍ତୁ କିନ୍ତୁ ଘୋଡା ଗାଡି ବ୍ୟତୀତ ଆଉ କୌଣସି ମାଧ୍ୟମ ନଥାଏ । କିନ୍ତୁ ଏହିଥର ଜୟପୁର ର ଅମିତ୍ ଶର୍ମା ଏକ ନୂଆ ଉପାୟରେ ବିବାହ କରିଛନ୍ତି । ବୁଲେଟ ଚଢି କନ୍ୟା ଘରେ ପହଁଚିଛନ୍ତି । ନବଭାରତରେ ପ୍ରକାଶିତ ଏଇ ଖବରକୁ ନେଇ ସହର ସାରା ଖୁବ୍ ଚର୍ଚ୍ଚା ।

ସହରର ଏକ ପ୍ରମୁଖ କୋଠି ନିକଟ ଏକ ହୋଟେଲରେ ସୋମବାର ଦିନ ହୋଇଥିବା ବିବାହ ଉତ୍ସବରେ ବର ଅମିତ୍ ଶର୍ମା(୨୮) ବୁଲେଟରେ ବସି କନ୍ୟା ଶିମୋନା ମେହଟ୍ଟାଙ୍କୁ ନେବା ପାଇଁ ପହଁଚିଥିଲେ । ଆଉ ସେଠାରେ ଲୋକେ ବରର ଏପରି ଉପସ୍ଥିତ ହେବାକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପ୍ରକୃତରେ ଆଜମେର ରେ ଘୋଡାର ଗ୍ଲାଣ୍ଡର୍ସ ରୋଗ କାରଣରୁ ଏଥିରେ ବିବାହରେ ଘୋଡା ସବାରକୁ ବାରଣ କରାଯାଇଛି । ଏହିଯୋଗୁଁ ଅମିତ ଓ ତାଙ୍କ ଭଳି ଅନ୍ୟ ବର ଏବେ ବିବାହ ଶୋଭାଯାତ୍ରାରେ ନୂଆ ନୂଆ ଉପାୟ ଆପଣେଇଛନ୍ତି ।

ଅମିତ୍ ବିବାହରେ ବୁଲେଟ୍ ଚଢି ଆସିବାର ସମସ୍ତେ ଦେଖି , ତାଙ୍କ ବୁଲେଟର ଚାରିକଡେ ଛିଡା ହୋଇ ସେଲ୍ଫି ନେଇଥିଲେ । ଏହି ସମୟରେ କେହି ଜଣେ କହିିଲେ ଆମର ବର , କନ୍ୟାକୁ ବୁଲେଟରେ ନେଇକି ଯିବେ । ବିଲଡିଂ କନଷ୍ଟ୍ରକସନ ଫାର୍ମରେ କଂପାନୀ ସେକ୍ରେଟାରୀ ଅମିତ୍ କହିଛନ୍ତି , ତାଙ୍କୁ କଲେଜ ସମୟରୁ ବାଇକର ସଉକ ଥିଲା । ଯେତେବେଳେ ବିବାହରେ ଘୋଡା ବ୍ୟାନର ଖବର ମିଳିଲା , ମୁଁ ବାଇକ୍ କୁ ଏହାର ଏକ ମାଧ୍ୟମ ବାଛିଲି । ଆଉ ଏହି ବାଇକରେ ମୁଁ କନ୍ୟାକୁ ନେଇଳି ଘରକୁ ଯିବି ।