ଅଜବ ଘଟଣା : ଜଣେ ବ୍ୟକ୍ତିର ପେଟରୁ ବାହାରିଲା ୬୩୯ଟି ନଖ !

76

କୋଲକାତା : କୋଲକାତା ମେଡିିକାଲ କଲେଜ ଏବଂ ହସ୍ପିଟାଲର ଜଣେ ଡାକ୍ତର ସିଜୋଫ୍ରେନିଆ ରୋଗରେ ପୀଡ଼ିତ ଥିବା ଜଣେ ୪୮ ବର୍ଷ ବୟସ୍କ ବ୍ୟକ୍ତଙ୍କ ପେଟରୁ ୬୩୯ଟି ନଖ ଅପରେସନ୍‌ କରି ବାହାର କରିଛନ୍ତି । ଲୋକଟି ସବୁଦିନ ନିଜର ନଖ ଖାଉଥିବାରୁ ଏପରି ହୋଇଛି ବୋଲି କହିଛନ୍ତି ଡାକ୍ତର । ସିଜୋଫ୍ରେନିଆ ରୋଗରେ ପୀଡ଼ିତ ଥିବା ଲୋକଟି ସବୁଦିନ ନିଜର ନଖ ଏବଂ ମାଟି ଖାଉଥିଲା । ଯାହାଫଳରେ କିଛି ସପ୍ତାହ ପୂର୍ବରୁ ତାର ପେଟ ବିନ୍ଧା ଆରମ୍ଭ ହୋଇଥିଲା । ଏ ନେଇ ସେ ଏକ ନର୍ସିଂହୋମରେ ଦେଖାଇଥିବା ବେଳେ ଡାକ୍ତର ତାଙ୍କୁ ଏକ୍ସରେ କରିବାକୁ କହିଥିଲେ । ରିପୋର୍ଟରୁ ଜଣା ପଡ଼ିଲା ଯେ ତାଙ୍କ ପେଟରେ ବହୁତ ପରିମାଣରେ ନଖ ଜମା ହୋଇ ରହିଛି ।

ଏହା ପରେ ତାଙ୍କୁ ତୁରନ୍ତ କୋଲକାତା ମେଡ଼ିକାଲ କଲେଜ ଏବଂ ହସ୍ପିଟାଲକୁ ପଠା ଯାଇଥିଲା। ସେଠାରେ ତାଙ୍କ ଅପରେସନ କରାଯାଇଥିଲା। ପ୍ରାୟ ୧ ଘଣ୍ଟା ୪୫ ମିନିଟ୍‌ ପର୍ଯ୍ୟନ୍ତ ତାଙ୍କ ଅପରେସନ୍‌ ଚାଲିଥିଲା । ଏହା ପରେ ତାଙ୍କ ପେଟରୁ ୨.୫ ଇଞ୍ଚ୍‌ ଆକାରର ୬୩୯ଟି ନଖ ବହାରିଥିଲା। ଏକ ମ୍ୟାଗ୍ନେଟ ସାହାଯ୍ୟରେ ନଖକୁ ବହାର କରାଯାଇଥିଲା।

ତାଙ୍କ ଅବସ୍ଥା ଏବେ ଭଲ ଅଛି । କିନ୍ତୁ ତାଙ୍କ ଅବସ୍ଥା ସଂପୂର୍ଣ୍ଣ ଭାବେ ଭଲ ନ ହେବା ପର୍ଯ୍ୟନ୍ତ ତାଙ୍କୁ ହସ୍ପିଟାଲରେ ରଖାଯିବ ବୋଲି କହିଛନ୍ତି ଡ଼କ୍ଟର ସିଦ୍ଧାର୍ଥ ବିଶ୍ୱାସ ।