ରୋବୋଟ ସାଜିଛି ଜୀବନସାଥୀ ! ଚର୍ଚ୍ଚାରେ ଏହି ରୋବୋ ପତ୍ନୀ

18

fHiA-fycwyph1670844ମନଲାଖି ଜୀବନସାଥୀଟିଏ ପାଇବା ଖୁବ୍ ସୈାଭାଗ୍ୟର କଥା । ନହେଲେ ସାରା ଜୀବନ ଅସନ୍ତୋଷ , ଅଶାନ୍ତିରେ ଦିନ କଟିଥାଏ । ଏଭଳି କ୍ଷେତ୍ରରେ ଚୀନର ଝେଙ୍ଗ୍ ଜିଆ ଜିଆ ନାମକ ଜଣେ ଇଂଜିନିୟର ତିଆରି କରିଛନ୍ତି ରୋବୋ ପତ୍ନୀ । ସେ ତାର ନାଁ ଦେଇଛନ୍ତି ‘ ୟିଙ୍ଗୟିଙ୍ଗ୍’ । ଏହି ରୋବୋଟ ଚୀନ ଅକ୍ଷର ,କିଛି ଚିହ୍ନକୁ ଚିହ୍ନିବା ସହ କିଛି କଥା ବି କହିବାରେ ସକ୍ଷମ ହେଉଛି ।

ଭବିଷ୍ୟତରେ ଜିଆଜିଆ ଏହି ରୋବୋଟକୁ ଆହୁରି ବିକଶିତ କରିବାକୁ ଚାହୁଁଛନ୍ତି । ଯେପରିକି ଏହି ରୋବୋ ଦୈନନ୍ଦିନ ଜୀବନରେ ଚାଲିବା ସହ ତାଙ୍କୁ ସାହାଯ୍ୟ କରି ପ୍ରକୃତ ଜୀବନସାଥୀର କାମ କରିପାରିବ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ନିକଟରେ ଏହି ଦଂପତି ଏକ ନିରାଡମ୍ବର ଉତ୍ସବରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ଦିନ ‘ୟିଙ୍ଗୟିଙ୍ଗ’ର ମୁଣ୍ଡରେ ପାରମ୍ପରିକ ନାଲି ରଙ୍ଗର ସ୍କାର୍ଫ ବନ୍ଧାଯାଇଥିଲା । ଜିଆଜିଆଙ୍କ ପରିବାର ଲୋକେ ମଧ୍ୟ ଏହି ବିବାହ ଉତ୍ସବରେ ଯୋଗ ଦେଇତିଲେ । ଏ ସଂପର୍କରେ ୩୧ ବର୍ଷୀୟ ଜିଆଜିଆ କହନ୍ତି ଯେ ବହୁ ଖୋଜିବା ପରେ ମଧ୍ୟ ସାରା ଜୀବନ କାଟିବା ଭଳି ଜଣେ ଉପଯୁକ୍ତ ଜୀବନସାଥୀ ସେ ପାଇଲେ ନାହିଁ । ଏଣୁ ସେ ଏହି ରୋବୋଟ ପତ୍ନୀ ନିର୍ମାଣ କରିବାକୁ ମନସ୍ଥ କଲେ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –