ମା’ର ଚିକିତ୍ସା ପାଇଁ ନିଜକୁ ବିକିବେ ଯୁବତୀ : ଅନଲାଇନରେ ଦେଲେ ବିଜ୍ଞାପନ

57

2ଗୋଟିଏ ଝିଅର ସ୍ୱପ୍ନ ଥାଏ ଅନେକ । ଘର ପରିବାର ଓ ପରେ ନିଜ ଶାଶୁଘରକୁ ନେଇ ମନରେ ବାନ୍ଧିଥାଏ ଅନେକ ଆଶା ଓ ଆକାଂକ୍ଷା । କିନ୍ତୁ ବେଳେ ବେଳେ ବିଧିର ବିଧାନ ଆଉ କିଛି ଲେଖିଥାଏ କପାଳରେ । ଦୁଇକୂଳକୁ ହିତା ଦୁହିତା ବଳି ପକାଏ ନିଜ ଆଶା ଓ ସ୍ୱପ୍ନକୁ  । ନିଜ ଜନ୍ମ କଲା ମା’ର ଜୀବନ ବଂଚାଇବା ତୁଚ୍ଛ ଭାବେ ନିଜ ଜୀବନ ଓ ଯୌବନକୁ  । ଏମିତି ଏକ ଖବର ପ୍ରକାଶ ପାଇଛି ଡେଲିମେଲରେ ।

3ସାଉଥ ଚୀନର ୧୯ ବର୍ଷୀୟ ଯୁବତୀ କାଓ ମେଙ୍ଗୟୁଆନ୍ । ଏବେ ସୋସିଆଲରେ ଭାଇରାଲ ସାଜିଛନ୍ତି । ନିଜକୁ ଅନଲାଇନରେ ବିକ୍ରି କରିବା ପାଇଁ ଦେଇଛନ୍ତି ବିଜ୍ଞାପନ । ନିଜ ୪୫ ବର୍ଷୀୟ ମା’ ଚର୍ମ କର୍କଟ ରୋଗରେ ଆକ୍ରାନ୍ତ । ତାଙ୍କର ଡାହାଣ ଜଂଘରେ କର୍କଟ ରୋଗର ପ୍ରାରମ୍ଭିକ ଅବସ୍ଥା । ଏହା ଧିରେ ଧିରେ ଶରୀରର ଅନ୍ୟ ଅଙ୍ଗକୁ ବ୍ୟାପିବାରେ ଲାଗିଛି । ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । ୩୩ ଲକ୍ଷ ଟଙ୍କାରେ ନିଜକୁ କାଓ ବିକ୍ରିକରିବେ ।

4କ୍ୟୁକ୍ୟୁ ଡଟ୍ କମର ରିପୋର୍ଟ ଅନୁସାରେ , ନିଜ ବୃଦ୍ଧ ବାପା ଓ ପାଂଚ ଭଉଣୀକୁ ନେଇ କାଓଙ୍କ ପରିବାର । କାଓ ହେଉଛନ୍ତି ସେମାନଙ୍କ ମଧ୍ୟରେ ବଡ । ଏଣୁ ତାଙ୍କ ଉପରେ ପଡିଛି ପରିବାରର ଭାର । ସେ ଏବେ ଉପାୟ ହୀନ । ଅର୍ଥାଭାବରୁ ସେ ହାଇସ୍କୁଲ ପଢା ମଧ୍ୟ ବନ୍ଦ କରିଛନ୍ତି । ଜଣେ ଲେବରର ଭାବେ କାମ କରୁଛନ୍ତି । ମାସିକ ପାଉଛନ୍ତି ୭ ହଜାର ।

ଏକ ଚାଇନିଜ ସୋସିଆଲ ମିଡିଆରେ କାଉ ମେଙ୍ଗୟୁଆନ ନିଜର ମନର କଥା ବ୍ୟକ୍ତ କରିଛନ୍ତି । ନିଜ ମା’ଙ୍କ କର୍କଟ ରୋଗର ଚିକିତ୍ସା ପାଇଁ ସେ ନିଜକକୁ ବିକିବେ । ଯିଏ ଅଧିକ ମୂଲ୍ୟ ଦେବେ ସେ ତାର ହୋଇଯିବେ ଏବଂ ନିଜେ ଦେଇଥିବା ଏ କଥା ସେ ବଦଳେଇବେ ନାହିଁ । ଯେଉଁ ମାଲିକ କିଣିବ ସେ ଯାହା କହିବେ କାଓ ତାହା କରିବେ । ନିଜ ଇଚ୍ଛା ଅନୁସାରେ ସେ କାଓ ସହ ବ୍ୟବହାର କରିପାରିବେ । ଏମିତି ସବୁ କଥା କାଓ ସୋସିଆଲରେ ପୋଷ୍ଟ କରି ବିଜ୍ଞାପନ ଦେଇଛନ୍ତି ।

କାଓଙ୍କର ଏହି ଦୁଃଖତ ବିଜ୍ଞାପନକୁ ନେଇ ଚାରିଆଡେ ଚର୍ଚ୍ଚା ।

ଏହାସହ ମଧ୍ୟ ଦେଖନ୍ତୁ-ସାପ ସାଜିଛି ଜୀବନ ସାଥି : ଦେଖନ୍ତୁ ଜଣେ ଅଜବ ସ୍ୱାମୀଙ୍କ କାହାଣୀ