୩ ଲକ୍ଷର ମାଳା ପିନ୍ଧନ୍ତି ଯୋଗୀ ଆଦିତ୍ୟନାଥ, ପାଖରେ ଅଛି ରାଇଫଲ୍ ! ସମୁଦାୟ ୯୫ ଲକ୍ଷ ଟଙ୍କାର ସଂପତ୍ତି

44

Yogi (1)ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଦୁଇ ଉପ-ମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା ଓ କେଶବପ୍ରସାଦ ମୈାର୍ଯ୍ୟଙ୍କ ସହ ୟୁପି ସରକାରଙ୍କର ଆଉ କିଛି ମନ୍ତ୍ରୀ ବିଧାନ ପରିଷଦ ନିର୍ବାଚନକୁ ନେଇ ଚର୍ଚ୍ଚାରେ । ବିଜେପି ନେତାମାନଙ୍କ ଦ୍ୱାରା ଦିଆଯାଇଥିବା ସଂପତ୍ତି ତଥ୍ୟ । ଏହି ଅନୁସାରେ ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖରେ ଅଧିକା ସଂପତ୍ତି ନାହିଁ । ତାଙ୍କ ପାଖରେ ୯୫ ଲକ୍ଷ ଟଙ୍କାର ସଂପତ୍ତି ରହିଛି । ଯୋଗୀ ଆଦିତ୍ୟନାଥଙ୍କ ପାଖରେ କୈାଣସି ଅଚଳ ସଂପତ୍ତି ନାହିଁ । ଯୋଗୀ ଆଦିତ୍ୟନାଥଙ୍କ ପାଖରେ (ଫରଚୁନର ଓ ଇନୋଭା) ଦୁଇଟି ଗାଡି ଅଛି । ଗୋଟିଏ ରିଭଲଭର ,ଗୋଟିଏ ରାଇଫଲ୍ ଅଛି । ତାଙ୍କ ବିରୋଧରେ ୪ଟି ମାମଲା ରହିଛି । ୨୦୧୬-୧୭ମସିହାର ଇନକମ୍ ଟ୍ୟାକ୍ସ ରିଟର୍ଣ୍ଣରେ ସେ ନିଜର ଆୟ ରାଶି ୮.୪୦ ଲକ୍ଷ ଟଙ୍କା ଥିବାର କହିଛନ୍ତି ।

zNjdeUhkନବଭାରତ ଟାଇମ୍ସର ଅନୁସାରେ, ଯୋଗୀ ଆଦିତ୍ୟନାଥଙ୍କ ପାଖରେ ୨୦ ଗ୍ରାମର ସୁନାର କୁଣ୍ଡଳ, ୧୦୦ଗ୍ରାମ ସୁନାର ଲାଗିଥିବା ରୁଦ୍ରାକ୍ଷ ମାଳା ଅଛି । ୟୁପିର ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମାଙ୍କ ପାଖରେ ୨.୬୯ କୋଟି ଟଙ୍କାର ସଂପତ୍ତି ରହିଛି । ଶର୍ମାଙ୍କ ପତ୍ନୀଙ୍କ ପାଖରେ ୨୩.୫୫ ଲକ୍ଷ ଟଙ୍କାର ସଂପତ୍ତି ରହିଛି । ଶର୍ମାଙ୍କ ସଂପତ୍ତି ପାଖାପାଖି ୨.୨୬ କୋଟି ଟଙ୍କାର ଅଚଳ ସଂପତ୍ତି । ତାଙ୍କ ପାଖରେ ଗୋଟିଏ କାର୍ , ଗୋଟିଏ ସ୍କୁଟର , ଗୋଟିଏ ରିଭଲଭର ଅଛିି । ତାଙ୍କ ଉପରେ କୈାଣସି ଅପରାଧିିକ ମାମଲା ନାହିଁ ।

Keshav_Prasad_Mauryaଉତ୍ତର ପ୍ରଦେଶର ଦ୍ୱିତୀୟ ଉପ-ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୈାର୍ଯ୍ୟଙ୍କ ପାଖରେ ୫.୮୫ କୋଟି ଟଙ୍କାର ସଂପତ୍ତି ଅଛି । ତାଙ୍କର ପତ୍ନୀଙ୍କ ପାଖରେ ୧.୫୭ କୋଟିର ଧନ ଅଛି । ମୈାର୍ଯ୍ୟଙ୍କ ପାଖରେ ୫.୬ କୋଟି ଟଙ୍କାର ଅଚଳ ସଂପତ୍ତି ରହିଛି । ମୈାର୍ଯ୍ୟଙ୍କ ପାଖରେ ରହିଛି ଗୋଟିଏ ଟେକର, ଗୋଟିଏ ସ୍କର୍ପିୟୋ ଓ ଗୋଟିଏ ମୋଟରସାଇକେଲ୍ । ଆଉ ମଧ୍ୟ ତାଙ୍କ ପାଖରେ ରିଭଲଭର ଓ ଗୋଟିଏ ରାଇଫଲ୍ ଅଛି । ଏନବିଟି ଅନୁସାରେ ମୈାର୍ଯ୍ୟଙ୍କ ଉପରେ ୨.୨୩ କୋଟି ଟଙ୍କାର ଋଣ ଏବଂ ୧୮ ଲକ୍ଷ ଟଙ୍କାର ବକେୟା ଆୟକରର ମାମଲା ଆଲହାବାଦର ପ୍ରାଧିକରଣରେ ବିଚାରାଧୀନ ରହିଛି ।

swatanra-deo-singhଉତ୍ତର ପ୍ରଦେଶର ପରିବହନ ଓ ଉର୍ଜା ମନ୍ତ୍ରୀ ସ୍ୱତନ୍ତ୍ର ଦେବ ସିଂହ ଓ ତାଙ୍କର ପତ୍ନୀଙ୍କର ସମୁଦାୟ ସଂପତ୍ତି ୧.୩୨ କୋଟି ଟଙ୍କା । ଯେଉଁଥିିରେ ୪୩.୬୬ ଲକ୍ଷ ଟଙ୍କାର ସଂପତ୍ତି ତାଙ୍କର । ଏବଂ ୮୯.୧୮ ଲକ୍ଷ ଟଙ୍କାର ସଂପତ୍ତି ତାଙ୍କ ପତ୍ନୀଙ୍କର । ଅଳ୍ପସଂଖ୍ୟକ କଲ୍ୟାଣ ମନ୍ତ୍ରୀ ମୋହସିନ୍ ରଜା ଓ ତାଙ୍କ ପତ୍ନୀଙ୍କର ସମୁଦାୟ ସଂପତ୍ତି ରାଶି ୧.୪୯ କୋଟି ଟଙ୍କା । ଯେଉଁଥିରେ ତାଙ୍କର ନିଜର ୭୨.୮୬ ଲକ୍ଷ ଟଙ୍କା ଥିବାବେଳେ ପତ୍ନୀଙ୍କର  ରହିଛି ୭୬.୬୫ ଲକ୍ଷ ଟଙ୍କା । ମୋହାସିନ୍ ରଜାଙ୍କ ପାଖରେ ଗୋଟିଏ ଫର୍ଚୁନର , ଗୋଟିଏ ଇନୋଭା ଓ ଗୋଟିଏ ସ୍କୁଟି ଅଛି । ତାଙ୍କ ପାଖରେ ଗୋଟିଏ ରିଭରଭର ଓ ଗୋଟିଏ ଡିବିବିଏଲ୍ ରାଇଫଲ ଅଛି । ମୋହସିନ୍ ରଜାଙ୍କ ପାଖରେ ଦୁଇଟି ଅପରାଧିକ ମାମଲା ଚାଲିଛି ।